Odisha news

ଅସ୍ତରଙ୍ଗ ବେଳାଭୁମି ମହୋତ୍ସବ ର ପ୍ରଥମ ବୈଠକ

0
ଅସ୍ତରଙ୍ଗ ,,ଚଳିତ ବର୍ଷ କାର୍ତ୍ତିକ ପୂର୍ଣମି ତିଥିଲେ ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମି ରେ ଦୁଇ ଦିନ ଧରି ହେବାକୁ ଥିବା ଅସ୍ତରଙ୍ଗ ବେଳାଭୂମି ମହୋତ୍ସଵ ର ପ୍ରଥମ ବୈଠକ ଶନିବାର ଦିନ ନିକଟ କୈଲାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ବୈଠକ ରେ ବ୍ଲକ ଅଞ୍ଚଳ ର ଏକ ଶହରୁ ଉର୍ଦ୍ଧ ଜନତା ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ।   ନଭେମ୍ବର ମାସ ୨୭ ଓ  ୨୮ ତାରିଖ ରେ ବାଲିଯାତ୍ରା ପଡୁଥିବାରୁ ଏହି ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ,ସାହିତ୍ୟ  ଆସର, ଛାତ୍ର ଛାତ୍ରୀ ଙ୍କ ଭିତରେ କୁଇଜ,  ବାଲୁକା କଳା, ଖ୍ୟାଦ ଷ୍ଟଲ ,ଲୋକ କଳା ଆଦି ,ଶୃଙ୍ଖଳା ଭିତରେ କରାଯିବା ପାଇଁ ନିଷ୍ପତ୍ତି ନିଆ ଗଲା । ବାହାରୁ ଆସିବାକୁ ଥିବା କଳାକାର ଙ୍କ ରହିବା ,ଖାଇବା ,ଯାତାୟାତ ଆଦି ଉପରେ ଆଲୋଚନା କରା ଯାଇଥିଲା ।  ମହୋତ୍ସବ ଆଉ ଏକ ମାସ ଥିବାରୁ କମିଟି ର ସଭ୍ୟ ମାନେ, କିପରି ସାହାଯ୍ୟ ଓ ସହ ଯୋଗର ହାତ ବଢ଼ାଇ ମହୋତ୍ସବ କିପରି ଶୃଙ୍ଖଳିତ ଭାବେ ଶେଷ ହେବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା । ପ୍ରଥମ ରେ ମହୋତ୍ସବ ପରିଚାଳନା ପାଇଁ ଏକ କମିଟି ଗଠନ କରା ଜାଇ ଅଛି । କମିଟିର ସଭାପତି ଭାବେ,ମନ୍ତ୍ରୀ ତୁଷାରକାନ୍ତି ବେହେରା,ରହିଥିବା ବେଳେ,ପରାମର୍ଶ ଦାତା ଭାବେ, ଶିକ୍ଷାବିତ୍  ସ୍ୱପ୍ନେଶ୍ୱର୍ ସାହୁ, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ଓ ପ୍ରଶନ ବିଶ୍ଵାଳ ରହିଛନ୍ତି । ଉପ ସଭାପତି ଭାବେ ପ୍ରମୋଦ କୁମାର ନାୟକ, ସଂପାଦକ ଭାବେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ସହ ସମ୍ପାଦକ ଭାବେ,ଉଲ୍ଲାସ କୁମାର ନାୟକ ଓ ପ୍ରତାପ କୁମାର ନାୟକ ରହିଥିବା ବେଳେ, କୋଷାଧ୍ୟକ୍ଷ ଋତୁରାଜ ରାଉତ,ସଂଯୋଜକ ଭାବେ, ସୋଭକାର ବେହେରା ରହିଛନ୍ତି । ଆଗାମୀ  ଦିନରେ ଆଉ କେତେକ କମୀଟ ଗଠନ କରାଯିବ ବୋଲି ସଂପାଦକ ଶ୍ରୀ ନାୟକ ଘୋଷଣା କରିଥିଲେ।ଏହି ବୈଠକ ର ଅନ୍ୟ ମାନଙ୍କ ଭିତରେ ସରପଞ୍ଚ କ୍ଷୀରୋଦ କଣ୍ଡୀ,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ଏମ୍ ପି ପ୍ରତିନିଧି ଚମ୍ପକ ବାରିକ,ସମେତ ବହୁ ମୂରବୀ,ଜଣ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି ଆଦି ଉପସ୍ଥିତ ଥିଲେ ।
Leave A Reply