ଶ୍ୱାସ ରୋଗ ଆଜିକାଲି ସାଧାରଣ ରୋଗ ହୋଇ ଗଲାଣି କହିଲେ ଚଳେ, ଆଜିକାଲି ର ଜଳବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ଲୋକ ଶ୍ୱାସ ବା ଆସ୍ଥମା ରୋଗରେ ପୀଡିତ ହେଉଛନ୍ତି l ବେଳେବେଳେ ଆସ୍ଥମା ସମସ୍ୟା ଏଭଳି ହୋଇଯାଏ ଯେ ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଆସିଯାଏ l ଆଜିକାଲି ଖୁବ କମ ବୟସରେ ପିଲାମାନେ ଆସ୍ଥମା ଦ୍ୱାରା ପୀଡିତ ହେଉଛନ୍ତି l ଆଜିକାଲି ଦୁର୍ବଳ ଇମ୍ୟୁନିଟି ଓ ପ୍ରଦୂଷଣ କାରଣରୁ ଆସ୍ଥମା ସମସ୍ୟା ଅଧିକ ଦେଖା ଯାଉଛି l
ଏହାଛଡା ଲୋକଙ୍କୁ ଏଭଳି କିଛି ଖାଦ୍ୟ ପେୟ ଦ୍ୱାରା ମଧ୍ୟ ଆସ୍ଥମା ସମସ୍ୟା ଦୂର ଦେଇଥାଏ l ତେଣୁ ସେହି ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନଦେବା ଆବଶ୍ୟକ ଅଟେ l ତେଣୁ ଆସନ୍ତୁ ଜାଣିବା ଆସ୍ଥମା ରୋଗୀମାନେ ବିଶେଷ ଭାବରେ କେଉଁସବୁ ଖାଦ୍ୟ ଖାଇବା ଆବଶ୍ୟକ l
ଆସ୍ଥମା ରୋଗୀମାନେ କେଉଁସବୁ ଖାଦ୍ୟ ଖାଇବା ଆବଶ୍ୟକ -:
* ଡାଲି – ଡ଼ାଲିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ l ଆସ୍ଥମା ରୋଗୀ ମାନଙ୍କ ପାଇଁ ମୁଗ ଡାଲି, ସୋୟାବିନ, କଳା ଚଣା ଓ ଅନ୍ୟ ଡାଲି ଖାଇ ପାରିବେ l ଡାଲି ଫୁସଫୁସ କୁ ମଜବୁତ କରିଥାଏ l ଶ୍ୱାସ ରୋଗୀ ମାନେ ନିୟମିତ ଗୋଟିଏ ଗିନା ଡାଲି ନିହାତି ଖାଇବା ଆବଶ୍ୟକ l
* ସବୁଜ ପନିପରିବା – ଆସ୍ଥମା ରୋଗୀ ମାନେ ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ l ସବୁଜ ପନିପରିବା ଖାଇବା ଦ୍ୱାରା ଫୁସଫୁସ ରେ କଫ ଜମି ନଥାଏ ଓ ଶରୀରକୁ ସମସ୍ତ ଭିଟାମିନ ମିଳିଥାଏ l ସବୁଜ ପନିପରିବା ଅନ୍ତ ଓ ଫୁସଫୁସ ପାଇଁ ଖୁବ ହିତକର l
* ଭିଟାମିନ ସି ଯୁକ୍ତ ଖାଦ୍ୟ – ଆସ୍ଥମା ରୋଗୀ ମାନଙ୍କୁ ନିଜ ଖାଦ୍ୟରେ ଅଧିକ ମାତ୍ରାରେ ଭିଟାମିନ ସି ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ l ଭିଟାମିନ ସି ଯୁକ୍ତ ଖାଦ୍ୟରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ l ଭିଟାମିନ ସି ସେବନ କରିବା ଦ୍ୱାରା ଆସ୍ଥମା ଆଟାକ କମ ହୋଇଥାଏ l
* ମହୁ ଓ ଡ଼ାଲିଚୀନୀ – ଶ୍ୱାସ ରୋଗୀ ମାନଙ୍କ ପାଇଁ ମହୁ ଓ ଡ଼ାଲିଚୀନୀ ସେବନ କରିବା ଖୁବ ହିତକର l ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କିଛି ଡ଼ାଲିଚୀନୀ ଗୁଣ୍ଡ ଓ ମହୁ ଫୁସଫୁସ କୁ ସୁସ୍ଥ ରଖିଥାଏ l
* ତୁଳସୀ – ଆସ୍ଥମା ରୋଗୀ ମାନେ ନିୟମିତ ତୁଳସୀ ସେବନ କରିବା ଆବଶ୍ୟକ l ଏହାଦ୍ୱାରା ଶରୀରକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ l ତେଣୁ ନିୟମିତ ଏହାକୁ ସେବନ କରିବା ଦ୍ୱାରା ଥଣ୍ଡା କମିବା ସହ କଫ ମଧ୍ୟ କମି ଥାଏ l