Odisha news

ବାଲେଶ୍ୱର ସହରରେ ସତ୍ୟସାଇ ବାବାଙ୍କ ପାଦୁକା ପରିକ୍ରମା

0

ବାଲେଶ୍ୱର-୧୨/୧୦ :  ସତୃସାଇ ବାବାଙ୍କ ଭବ୍ୟ ପାଦୁକା ଗତ ଗୁରୁପୂର୍ଣ୍ଣିମାରେ ବାବାଙ୍କ ଲୀଳାସ୍ଥଳି ଆନ୍ଧ୍ରପ୍ରଦେଶର ପୂଟ୍ଟପର୍ତ୍ତୀରୁ ବାହାରି ଜନ୍ମାଷ୍ଟମୀରେ ଭୁବନେଶ୍ୱରସ୍ଥିତ ସାଇ ଜନନୀରେ ପହଞ୍ଚôଥିଲା ।ଏହି ରଥ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ପରିକ୍ରମା କରି ଯାଜପୁର ଓ ପରେ ଭଦ୍ରକ ଜିଲ୍ଲା ହୋଇ ଗତମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲାରେ ପହଞ୍ଚôଥିଲା । ଏ ମାସ ୬ ତାରିଖରେ ଏହା ବାଲେଶ୍ୱର ସହରର ତେଲେଙ୍ଗାସାହି ସ୍ଥିତ ସାଇ ମନ୍ଦିରକୁ ଆସିଥିଲା । ବାବାଙ୍କର ଏହି ପାଦୁକା ରଥକୁ ଗତ ୯ ତାରିଖରେ ଭବ୍ୟ ସମ୍ବର୍ଦ୍ଧନା ସହ ବାଲେଶ୍ୱର ସହରରେ ନଗର ପରିକ୍ରମା କରାଯାଇଥିଲା । ଏହା ଅଙ୍ଗାରଗଡ଼ିଆସ୍ଥିତ ବିଦ୍ୟାବିହାରରୁ ବାହାରି ସଦରଥାନା ଛକ, ବିଚାରଗଞ୍ଚ ଛକ, ସିନେମା ଛକ, ଫକୀରମୋହନ କଲେଜ୍ ଓ ଆଜିମାବାଦ ହୋଇ ପୁନଶ୍ଚ ବିଦ୍ୟାବିହାରରେ ପହଞ୍ଚôଥିଲା । ଏହି ରଥକୁ ବହୁ ଆଡ଼ମ୍ବରରେ ସଜ୍ଜିତ କରି ବିଭିନ୍ନ ଆକର୍ଷଣୀୟ ବାଦ୍ୟ ଓ ନୃତ୍ୟ ତାଳେତାଳେ ତଥା ବିଭିନ୍ନ ବେଶପୋଷାକରେ ସଜ୍ଜିତ ପିଲାମାନେ ଅଂଶଗ୍ରହଣ କରି ସହର ପରିକ୍ରମା କରାଇଥିଲେ । ରଥକୁ ସହରର ବିଭିନ୍ନ ସ୍ଥାନରେ ସ୍ୱାଗତ ଜଣାଇବା ସହ ସତ୍ୟସାଇ ବିଦ୍ୟାବିହାରର ଛାତ୍ର, ଛାତ୍ରୀ, ଅଭିଭାବକ, ବାବାଙ୍କ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି ପରିକ୍ରମାରେ ସାମିଲ ହୋଇଥିଲେ ।ଏହି ରଥକୁ ୧୧ତାରିଖରେ ଚାନ୍ଦମାରୀ ପଡ଼ିଆ ହୋଇ ନୂଆଗାଁ ଓ ରେମୁଣା ଯାତ୍ରା କରିଥିଲା । ବାଲେଶ୍ୱର ଜିଲ୍ଲା ଅଧିନରେ ଥିବା ବହୁ ସମିତି ଅତିକ୍ରମ କରି ଏହି ପାଦୁକା ରଥକୁ ଆସନ୍ତା ୨୦ ତାରିଖରେ ବାଲେଶ୍ୱର-୨କୁ ହସ୍ତାନ୍ତର କରାଯିବାକୁ ସ୍ଥିରୀକୃତ ହୋଇଛି ।ବାବାଙ୍କର ପାଦୁକା ରଥକୁ ନଗର ପରିକ୍ରମା କରିବା କାର୍ଯ୍ୟକ୍ରମରେ ସତ୍ୟସାଇ ବିଦ୍ୟାବିହାର ପରିଚାଳନା କମିଟିର ସଭାପତି ଡ. ରମାକାନ୍ତ ନାୟକ, ସଂପାଦକ ନିରୋଦ ଚନ୍ଦ୍ର ଦାସ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାମୋଦର ନାୟକ, ବାଲେଶ୍ୱର ସାଇସମିତିର ଜିଲ୍ଲା ସଭାପତି ଶ୍ୟାମ ଚରଣ ଦାସ ମହାପାତ୍ର, ବାଲେଶ୍ୱର ସାଇ ସମିତି-୧ର ଆବାହକ ନିହାର ରଞ୍ଜନ ବାରିକ, ଧର୍ମେଶ ଶତପଥୀ, ପ୍ରଫୁଲ୍ଲ କୁମାର ରାଉତ ଆଦ ସଭ୍ୟ, ସଭ୍ୟାମାନେ ତଥା ଭକ୍ତଗଣ ମୁଖ୍ୟଭୂମିକା ନିଭାଇଥିଲେ ଓ ପରିଚାଳନା କରିଥିଲେ

Nalco
Leave A Reply