Odisha news

ନିଜ ମଧ୍ୟରେ ଏହିସବୁ ପରିବର୍ତ୍ତନ କରି ଆସ୍ଥମା ଭଳି ଗମ୍ଭୀର ସମସ୍ୟା ଠାରୁ ଦୂରେଇ ରହିବେ

0

ଆଜିର ଆଧୁନିକ ସମୟରେ ଲୋକ ମାନଙ୍କର ରହଣି ତାଙ୍କ ଜୀବନ ଉପରେ ଖୁବ୍ ଖରାପ୍ ପ୍ରଭାବ ପକାଇଛି । ଏହାଛଡା ପର୍ଯ୍ୟାବରଣ ପରିବର୍ତ୍ତନ ଓ ଦୂଷିତ ହେବା ଦ୍ବାରା ମଧ୍ୟ ଶରୀର ଉପରେ ଅନେକ ଖରାପ୍ ପ୍ରଭାବ ପଡୁଛି । ଏହାଛଡା ଯୁବକ ମାନଙ୍କର ଅନେକ ପ୍ରକାରର ଖରାପ୍ ଅଭ୍ୟାସ କାରଣରୁ ମଧ୍ୟ ସେମାନେ ରୋଗରେ ଆକ୍ରାନ୍ତ ହେଉ ଥିବାର ଦେଖିବାକୁ ମିଳୁଛି । ଯେପରିକି ମାଦକ ଦ୍ରବ୍ୟ, ଗୁଟୁଖା, ଇତ୍ୟାଦି , ଏଥିରେ ଥିବା କେମିକାଲ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରୁଛି ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ପର୍ଯ୍ୟବରଣ ଦୂଷିତ ହେବା ଦ୍ବାରା କିଛି ଦିନପରେ ଅସ୍ଥାମା କାରଣରୁ ସମସ୍ତ ଙ୍କର୍ ଜୀବନ ମଧ୍ୟ ଯାଇପାରେ । ତେଣୁ ଜଳବାୟୁ  କୁ ଦୂଷିତ ହେବା ଦ୍ବାରା ବିଭିନ୍ନ ସମସ୍ୟା ଦେଖା
ଦେବ ।

ଏହିସବୁ କାରଣରୁ ଆସ୍ଥାମା ରୋଗୀ ମାନଙ୍କ ର ଦିନକୁ ଦିନ ବଢୁଛି ସମସ୍ୟା ।

– ଯେଉଁ ବ୍ୟକ୍ତି ମାନେ ଅଧିକ କାର୍ଯ୍ୟବ୍ୟସ୍ତ ରହୁଛନ୍ତି ସେମାନଙ୍କ ମଧ୍ୟରେ ଅଧିକ ଆସ୍ଥମା ସମସ୍ୟା ଦେଖିବାକୁ ମିଳିଥାଏ l ତେଣୁ ଆସ୍ଥମା ରୋଗୀ ମାନେ କଦାପି ରେଷ୍ଟ ଲେସ ହୋଇ କାର୍ଯ୍ୟ କରିବା ଉଚିତ ନୁହେଁ l

– ଆମ ମଧ୍ୟରୁ ଅନେକ ବ୍ୟକ୍ତି ସିଗାରେଟ ସେବନ କରନ୍ତି l ସେମାନଙ୍କ ର ଆସ୍ଥମା ସମସ୍ୟା ହେବା ସହିତ ଯେଉଁମାନେ ସିଗାରେଟ ଧୂଆଁ କୁ ଆଘ୍ରାଣ କରି ଥାଆନ୍ତି ସେମାନେ ମଧ୍ୟ ଆସ୍ଥମା ର ଶିକାର ହୁଅନ୍ତି l

– ଗୋଟିଏ ସ୍ଥାନରେ ଦିନସାରା ବସି ରହିବା ଦ୍ୱାରା ମଧ୍ୟ ଆସ୍ଥମା ସମସ୍ୟା ଦେଖା ଦେଇଥାଏ l ତେଣୁ ଗବେଷକ ଙ୍କ ମତରେ ନିୟମିତ ୫୦୦ ମିଟର ଚାଲିବା ନିହାତି ଜରୁରୀ l

– ଅଧିକ ମାତ୍ରା ରେ ବାହାର ଜିନିଷ ସେବନ କରିବା ଦ୍ୱାରା ଆସ୍ଥମା ସମସ୍ୟା ଦେଖା ଦେଇଥାଏ l କାରଣ ଗ୍ୟାସ ମଧ୍ୟ ଆସ୍ଥମା ର ଗୋଟିଏ କାରଣ ଅଟେ l ତେଣୁ ନିୟମିତ ବାହାର ଜିନିଷ ସେବନ କରନ୍ତୁ l

– ପ୍ରତିଦିନ ଯୋଗାଭ୍ୟାସ କରିବା ସହିତ ସନ୍ତୁଳିତ ଭୋଜନ ନିହାତି କରିବା ଆବଶ୍ୟକ l

– ଏହାଛଡା ପ୍ରଦୂଷଣ ରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ l

Leave A Reply