Odisha news

ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ମାଳା ଟିକୁ ଜପ କରନ୍ତୁ , ଦୂର ହେବ ଜୀବନ ର ସମସ୍ତ ସମସ୍ୟା

0
ଆଜିର ସମୟରେ ସମସ୍ତେ ଧନଶାଳୀ ହେବାକୁ ଇଛା ରଖି ଥାଆନ୍ତି l ସେଥିପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ନିହାତି ଜରୁରୀ । ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ସେହି ବ୍ୟକ୍ତି ର କଦାପି କୌଣସି ଅସୁବିଧା କୁ ସମ୍ମୁଖୀନ କରି ନଥାଏ । ତେଣୁ କିଛିଟା ଉପାୟକୁ ଗ୍ରହଣ କରିବା ଆବଶ୍ୟକ l
 ମା ଲକ୍ଷ୍ମୀଙ୍କ ପ୍ରିୟ ବାର ଗୁରୁବାର ହୋଇଥିଲେ ସୁଦ୍ଧା ତାଙ୍କୁ ସବୁଦିନ ପୂଜା କରିବା ଦ୍ୱାରା ଯଶ ଲାଭ ହୋଇଥାଏ l ତେଣୁ ଆପଣ ତାଙ୍କୁ ଯେଉଁଦିନ ମଧ୍ୟ ପୂଜା କରି ପାରିବେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲକ୍ଷ୍ମୀଙ୍କ ମନ୍ତ୍ର ଉଚ୍ଚାରଣ ସମୟରେ ମାଳି ଜପିବା ମଧ୍ୟ ନିହାତି ଆବଶ୍ୟକ l ଆସନ୍ତୁ ଆଜି ଜାଣିବା ଲକ୍ଷ୍ମୀଙ୍କ ମନ୍ତ୍ର ଉଚ୍ଚାରଣ ସମୟରେ କେଉଁ ମାଳି ଜପ କରିବା ଉଚିତ l
ମାନ୍ୟତା ରହିଛି ଯେ ଯଦି ଆର୍ଥିକ ଅସୁବିଧା ର ଶିକାର ହୋଇ ଅଭାବ ଦେଇ ଗତି କରୁଛନ୍ତି ତେବେ ଆର୍ଥିକ ସ୍ଥିତି କୁ ମଜବୁତ କରିବା ପାଇଁ ମା ଲକ୍ଷ୍ମୀଙ୍କ ସହିତ ଶୁକ୍ର ଙ୍କୁ ସନ୍ତୁଷ୍ଟ କରିବା ନିହାତି ଆବଶ୍ୟକ l ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ପଟୀକ ମାଳି ଜପ କରିବା ଆବଶ୍ୟକ l ସ୍ପଟୀକ ଗୋଟିଏ ରଙ୍ଗହୀନ, ପାରଦର୍ଶୀ ପଥର ଅଟେ l ଏହାକୁ ସୁଧ କ୍ରିଷ୍ଟାଲ ମଧ୍ୟ କୁହାଯାଏ l ସ୍ପଟିକ ମାଳିରେ ମା ଦୁର୍ଗା ଓ ମା ସରସ୍ବତୀଙ୍କ ମନ୍ତ୍ର ମଧ୍ୟ ଉଚ୍ଚାରଣ କରାଯାଇଥାଏ l
– ଯେତେବେଳେ ମଧ୍ୟ ଆପଣ ସ୍ପଟୀକ ମାଳିରେ ଜପ କରୁଛନ୍ତି ଆସନରେ ବସି ଜପ କରିବା ଆବଶ୍ୟକ ଓ ପଦ୍ମାସନ ରେ ବସିବା ଉଚିତ l
– ସ୍ପଟୀକ ମାଳି ର ପ୍ରୟୋଗ କରିବା ପୂର୍ବରୁ ତାହାକୁ ଗଙ୍ଗା ଜଳରେ ଧୋଇ ବ୍ୟବହାର କରିବା ଆବଶ୍ୟକ l
– ମାଳି କୁ ଡାହାଣ ହାତରେ ଧରି ପୂର୍ବ ଦିଗକୁ ମୁଖକରି ଜପ କରିବା ଉଚିତ l
– ଜପ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ଯେପରି ମାଳି ନଖକୁ ସ୍ପର୍ଶ ନ କରିବ l
– ସ୍ପଟୀକ ମାଳିରେ ଜପ କରିବା ସମୟରେ ଛାତି ଉପରେ ଚାରିଟି ଆଙ୍ଗୁଳିରେ ରଖି ଜପ କରିବା ଉଚିତ l
– ଯେତେବେଳେ ମଧ୍ୟ ସ୍ପଟୀକ ମାଳିରେ ଜପ କରୁଛନ୍ତି ସଂକଳ୍ପ କରି ଜପ କରିବା ଉଚିତ l
Leave A Reply