Odisha news

ସାନିଟାରୀ ନାପକିନ ଉପରେ କୃଷ୍ଣ ଙ୍କ ଛବି ….

0
ନୂଆଦିଲ୍ଲୀ : ମାସିକ ଧର୍ମ ବା ପିରିୟ୍ଡ଼ସ କୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚିତ୍ର ମାସୁମ ର ପୋଷ୍ଟର କୁ ନେଇ ସୋସିଆଲ ମିଡ଼ିଆ ରେ ବିବାଦ ଦେଖାଦେଇଛି l ଚଳଚିତ୍ର ର ପୋଷ୍ଟର ରେ ସାନିଟାରୀ ପ୍ୟାଡ଼ ଉପରେ କୃଷ୍ଣଙ୍କ ଫଟୋ ଦେଖା ଦେଇଥିଲା l ଯାହାକୁ ନେଇ କିଛି ଲୋକ ଅପତୀ କରିଛନ୍ତି l ଚଳଚିତ୍ରଟିର ଟ୍ରେଲର ଜୁଲାଇ ୧୮ ରେ ରିଲିଜ ହୋଇଯାଇଛି l ୟୁଟ୍ୟୁନ ରେ ମଧ୍ୟ ଅନେକ ଲୋକ ବିରୋଧ ପ୍ରାଦେଶନ କରିଛନ୍ତି l
ଚଳଚିତ୍ର ର ପୋଷ୍ଟର ରେ ଅଦାଲତ ରେ କିଛି ସିନ, ଚଳଚିତ୍ରର କିଛି ଚରିତ୍ର ଓ କୃଷ୍ଣ ଭଗବାନଙ୍କୁ ଦେଖିବାକୁ ମିଳିଛି l ଲୋକମାନେ ପ୍ୟାଡ଼ ଉପରେ କୃଷ୍ଣଙ୍କୁ ଦେଖି ଅପତୀ କରିଛନ୍ତି l ଆଇଏନଏସ ର ତଥ୍ୟ ଅନୁସାରେ ଚଳଚିତ୍ରର ଡ଼ାଇରେକ୍ଟର ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ କିଛିଟା ଜିନିଷକୁ ଦେଖି ଲୋକମାନଙ୍କ ନଜର ଧୋକା ଖାଇଛି l ଚଳଚିତ୍ର ଟି ଋତୁସ୍ରାବ ଉପରେ ଆଧାରିତ ଅଟେ l ତେଣୁ ପ୍ୟାଡ଼ ଦେଖା ହୋଇଛି l କିନ୍ତୁ କୃଷ୍ଣ ପ୍ୟାଡ଼ ଉପରେ ନାହାନ୍ତି l
ଅନ୍ୟ ପକ୍ଷରେ ଚଳଚିତ୍ରର ଅଭିନେତ୍ରୀ କହିଛନ୍ତି ଯେ ମେକର୍ସ ଙ୍କର ଉଦେଶ୍ୟ ନୁହେଁ କାହାର ଧାର୍ମିକ ଭାବନାକୁ ଆଘାତ ଦେବା l ଏହି ଚଳଚିତ୍ର ଟି କେବଳ ମହିଳା ମାନଙ୍କ ଉପରେ କୁପ୍ରଥାକୁ ଥୋପୀବାର ପ୍ରୟାସ ଉପରେ ଆଧାରିତ ହୋଇଛି ।।
Leave A Reply