Odisha news

ଘରେ ପିମ୍ପୁଡି ହେବା ଶୁଭ ନା ଅଶୁଭ ସଂକେତ, କଣ କହୁଛି ଜ୍ୟୋତିଷ ଶାସ୍ତ୍ର

0

ଆମ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଆମ ଜୀବନରେ ଘଟୁଥିବା ଯେ କୌଣସି ଘଟଣା କୌଣସି ନା କୌଣସି କାରଣରୁ ହୋଇଥାଏ l ସେମିତି ଘରେ ପିମ୍ପୁଡି ବାହାରିବାକୁ ଆମେ ଗୋଟିଏ ସାଧାରଣ ଘଟଣା ଭାବରେ ଗ୍ରହଣ କରିଥାଉ, କିନ୍ତୁ ଏହା କୌଣସି ନା କୌଣସି ସଙ୍କେତକୁ ସୂଚେଇ ଦେଇଥାଏ l

ପିମ୍ପୁଡି ଦୁଇ ପ୍ରକାରର , ଗୋଟିଏ ନାଲି ଓ ଅନ୍ୟଟି କଳା ପିମ୍ପୁଡି ଆସି ଥାଆନ୍ତି l ଉଭୟ ପିମ୍ପୁଡି ଙ୍କର ଆସିବାର କାରଣ ଅଲଗା ଅଲଗା ରହିଥାଏ l

– ଯଦି ଆପଣଙ୍କ ଗୃହକୁ କଳା ଜନ୍ଦା କିମ୍ବା ପିମ୍ପୁଡି ଆସୁଛନ୍ତି ତେବେ ସୁଖ ସମୃଦ୍ଧି ଓ ଐଶ୍ୱର୍ଯ୍ୟର ସମୟ ଆସୁଥିବାର ସୂଚନା ଦେଇ ଥାଆନ୍ତି l

– କଳା ରଙ୍ଗର ପିମ୍ପୁଡି କିମ୍ବା ଜନ୍ଦା କୁ କିଛି ଲୋକ ଅଟା କିମ୍ବା ଚିନି ଖାଇବାକୁ ଦେଉ ଥିବାର ଦେଖିବାକୁ ମିଳିଥାଏ l କଳାରଙ୍ଗର ପିମ୍ପୁଡ଼ିଙ୍କୁ ଖାଇବାକୁ ଦେବା ଶୁଭ ଅଟେ l ଯଦି ଭାତ ରଖିଥିବା ପାତ୍ର କିମ୍ବା ଚାଉଳ ଜାଗାରୁ ପିମ୍ପୁଡି ବାହାରୁ ଥିବା ଦେଖୁଛନ୍ତି ତେବେ ଏହା ଶୁଭ ଅଟେ l

– କଳାରଙ୍ଗର ପିମ୍ପୁଡି କିମ୍ବା ଜନ୍ଦା ଆସିବା ଦ୍ୱାରା କୁହାଯାଏ ଯେ ଭୌତିକ ସୁଖର ଆଗମନ ହୋଇଥାଏ l

– ଯଦି ଆପଣଙ୍କ ଘରେ ନାଲିରଙ୍ଗର ପିମ୍ପୁଡି କିମ୍ବା ଜନ୍ଦା ଦେଖାଯାଉଛନ୍ତି ତେବେ ସତର୍କ ରୁହନ୍ତୁ l କାରଣ ଏହା ଜୀବନ ରେ ଆଗକୁ ଆସୁଥିବାର ବିପଦ ବିଷୟରେ ସୂଚନା ଦେଇଥାଆନ୍ତି l

– ଯଦି ନାଲିରଙ୍ଗର ଜନ୍ଦା ବା ପିମ୍ପୁଡି ଘର ଭିତରୁ ଯିବା ସମୟରେ ନିଜ ପାଟିରେ ଅଣ୍ଡା ନେଇ ଯାଇ ଥାଆନ୍ତି ତେବେ ଏହା ଶୁଭ ସଂକେତ ଅଟେ l ଏହାଦ୍ୱାରା ଘରର ସମସ୍ତ ବିପଦ ଦୂର ହୋଇଥାଏ l

Leave A Reply