Odisha news

ରମା ଆଖିରୁ ପାଣି ମଲାଣି, କେବେ ମିଳିବ ଆବାସ ଯୋଜନରେ ବାସଗୃହ

0

ଅସ୍ତରଙ୍ଗ ୧୫/ ୦୭: ଦାରିଦ୍ର ସୀମାରେଖା ତଳେ ବାସକରୁଥିବା ପରିବାର ବର୍ଗଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ନତୁବା ବିଜୁ ପକ୍କାଘର ଯୋଜନା ବାସଗୃହ ଖଣ୍ଡେ ମିଳୁ ନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏଥିପ୍ରତି ଅସ୍ତରଙ୍ଗ ବ୍ଲକ ପ୍ରଶାସନ ଦୃଷ୍ଟିଦେଉ ନଥିବାରୁ ନିରିହ ଗରିବ ପରିବାର ଭଙ୍ଗା ଝାଟି ମାଟି ଚାଳ ଛପର ଘରେ ବର୍ଷ ବର୍ଷ ଧରି କର୍ମକୁ ଆଦରି ପଡିରହୁଥିବା ଦେଖିବାକୁ ମିଳୁଅଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମ ପଂଚାୟତର ହିରାଦେଇପୁର ଗ୍ରାମରେ ବିଧବା ମହିଳା ରମା ଛାଟୋଇଙ୍କ ଘର । ୨୦୧୭ ମସିହାରେ ରମାଙ୍କ ସ୍ୱାମୀ ଛବି ଛାଟୋଇ ଜରି ପାଲ ଢ଼ଙ୍କା ଘରର ଶିତ କାକର ସହି ନପାରି ମୃତୁ୍ୟ ବରଣ କରିଥିଲେ ସେତବେଳର ତହସିଲଦାର ଓ ପାଟଳଦା ସରପଂଚ ମୃତକଙ୍କ ଘରେ ପହଁଚି ଏକ ଜରି ପାଲ ଦେବା ସହ ଇନ୍ଦୀରା ଆବାସ ଗୃହ ଶିଘ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସେହି କଥା ସେହି ଠାରେ ରହିଗଲା । ୨୦୧୯ ଫନି ବାତ୍ୟାରେ ଜରିପାଲ ଢ଼ଙ୍କା ଚାଳ ଘରଟି ସମ୍ପୁର୍ଣ୍ଣ ମାଟିରେ ମିଶିଗଲା । ଫନୀ ପରେ ତହସିଲ ତରଫରୁ ତଦନ୍ତ କରାଯାଇ ମୃତକ ଛବି ଛାଟୋଇଙ୍କ ପତ୍ନୀ ରମା ଛାଟୋଇଙ୍କୁ ସମ୍ପୁର୍ଣ୍ଣ ଘର ମାଟିରେ ମିଶି ଯାଇଥିବାରୁ ୯୫ ହଜାର ଟଙ୍କା ଦୁଇ କିସ୍ତିରେ ସହାୟତା ଯୋଗାଇ ଦିଆଯାଇଥିଲା ଓ ଖୁବ୍ ଶିଘ୍ର ଘରଭଙ୍ଗା ବାବଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଲକ ମାଧ୍ୟମରେ ଘର ନିର୍ମାଣ ପାଇଁ ଆର୍ଥୀକ ସହାୟତା ପାଇଁ ପ୍ରତିଶୃତି ଦିଆଯାଇଥିଲା । ରମା ଉକ୍ତ ଟଙ୍କା ପାଇ ଘରର ପିନ୍ଥ ଲେବଲ ଫାଉଣ୍ଡେସନ କରିବା ସହ ଖୁଣ୍ଟ ଓ ଘର ତିଆରି ପାଇଁ ଇଟା ମହଜୁଦ୍ ରଖିଅଛି ।

ହେଲେ ଫନୀରେ ଭଙ୍ଗିଥିବା ଚାଳ ଘରଟି ସଜାଡା ସଜଡି କରି ରହୁଥିବା ବେଳେ ମେ ମାସରେ ହୋଇଥିବା ଅମ୍ପାନ ବାତ୍ୟାରେ ଘରଟି ପୁନଃରବାର ମାଟିରେ ମିଶିଯାଇଅଛି । ଯାହା ଫଳରେକି ଟଙ୍କାର ଅଭାବ ହେତୁ ଚାଳିଆ ଘର ଟିକୁ ସଜାଡି ପାରୁନଥିବା ବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ଖଣ୍ଡେ କେବେ ପାଇବ ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ଏ ସମ୍ପର୍କରେ ପାଟଳଦା ସରପଂଚ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କହିଥିଲେ ଯେ, ପଂଚାୟତକୁ ଯେଉଁ କେତୋଗୋଟି ଘର ମିଳିଅଛି ସେଥିରେ ରମା ଛାଟୋଇଙ୍କର ନାମ ନାହିଁ । ଏ ବିଷୟରେ ବିଡିଓ ଙ୍କ ସହ କଥା ହୁଅନ୍ତୁ । ଉକ୍ତ ପ୍ରତିନିଧି ଅସ୍ତରଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବେବିତା ମଞ୍ଜରୀ ନାୟକଙ୍କୁ ପଚାରିବାରେ ସେ କହିଥିଲେ ଯେ, ଏଭଳି ଘଟଣା ମୋ ନଜରକୁ ଆସିନାହିଁ ପାଟଳଦା ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ଡାକି ତଦନ୍ତ କରି ତୁରନ୍ତ ପଦକ୍ଷପ ଗ୍ରହଣ କରିବି । ତେଣୁକରି ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଜଣେ ଗରିବ , ନିରିହ ଅସହାୟ ମହିଳା ଦିନ ମଜୁରିଆଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave A Reply