Odisha news

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ : କଣ ରହିଛି ଅଶୋକାଷ୍ଟମୀ ର ଇତିହାସ ଏବଂ କିଭଳି କରିବେ ଅଶୋକ ବୃକ୍ଷ କୁ ପୂଜା

0

ଅଶୋକାଷ୍ଟମୀ ପର୍ବ ସମଗ୍ର ଓଡ଼ିଶାରେ ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ l ଏବଂ ଇଂରାଜୀ ମାସ ଅନୁସାରେ ମାର୍ଚ୍ଚ କିମ୍ବା ଅପ୍ରେଲ ମାସରେ ପାଳିତ ହୋଇଥାଏ l ଏହି ପର୍ବ ଟି ଦେବୀ ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜ ଙ୍କୁ ସମର୍ପିତ ଅଟେ l ଏହିଦିନ ଚୈତ୍ର ନବରାତ୍ରି ମହାଷ୍ଟମୀ ଦିନ ହୋଇଥାଏ  l ଏହି ପର୍ବଟି ଉତ୍କଳ ରାଜ୍ୟର ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଙ୍କ ରଥଯାତ୍ରା ଅଟେ ଯାହାକୁ ରୁକୁଣା ରଥ ମଧ୍ୟ କୁହାଯାଏ l

ଭାରତ ବର୍ଷର ପ୍ରଥମ ଅଶ୍ୱମେଧ ଯଜ୍ଞ ଅଶୋକ ବୃକ୍ଷ ମୂଳରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇ ଥିଲା l ତେଣୁ ଏହି ପର୍ବଟି ନାମ ଅଶୋକାଷ୍ଟମୀ l ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ମାତା ପାର୍ବତୀ ଅଶୋକା ବୃକ୍ଷ ମୂଳରେ ତପସ୍ୟା କରି ଆଜିର ଦିନରେ ପ୍ରଭୁ ଶଙ୍କର ଙ୍କୁ ଭେଟିଥିଲେ l ମାନ୍ୟତା ରହିଛି ଯେ ଅଶୋକାଷ୍ଟମୀ ଦିନ ପ୍ରଭୁ ରାମଚନ୍ଦ୍ର ଓ ମାତା ଜାନକୀ ଅଶୋକ ବୃକ୍ଷ କୁ ପୂଜା କରି ଶୋକ ରହିତ ହୋଇ ଥିବାରୁ ଆଜିର ଦିନଟି ଅଶୋକାଷ୍ଟମୀ ଭାବରେ ପାଳିତ ହୋଇଥାଏ l ଯେତେବେଳେ ରାବଣ ମାତା ଜାନକୀ ଙ୍କୁ ନେଇ ଅଶୋକ ବନରେ ରଖିଥିଲା ମାତା ଜାନକୀ ଆଜିର ଦିନରେ ଅଶୋକ କଳିକା ସେବନ କରି ଶୋକ ରୁ ରହିତ ହୋଇଥିଲେ l ମାନ୍ୟତା ରହିଛି ଯେ ପ୍ରଭୁ ରାମଚନ୍ଦ୍ର ଗୁରୁ ବଶିଷ୍ଠ ଙ୍କ ପରାମର୍ଶ କ୍ରମେ ଆଜିର ଦିନରେ ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରି ଶୋକ ରହିତ ହୋଇଥିଲେ l

ଶୈବ ପୁରାଣ ର ମାନ୍ୟତା ଅନୁସାରେ ଆଜିର ଦିନରେ ପ୍ରଭୁ ଲିଙ୍ଗରାଜ ରଥାରୋହଣ ହୋଇ ପ୍ରଭୁ ରାମଚନ୍ଦ୍ର ଙ୍କୁ ଦର୍ଶନ ଦେଇଥିଲେ ଏବଂ ସେହିଦିନ ଠାରୁ ପ୍ରଭୁ ଲିଙ୍ଗରାଜ ରଥାରୋହଣ ହୋଇ ରାମେଶ୍ୱର ମନ୍ଦିର ନିକଟକୁ ଆସି ଥାଆନ୍ତି l ରୁକୁଣା ରଥର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ରୁକ୍ମିଣୀ l ଏହି ରଥର ଉଚ୍ଚତା ୩୫ ଫୁଟ , ପ୍ରସ୍ଥ ୨୦ ଫୁଟ, ୪ଟି ଚକ ଏଥିରେ ଅବସ୍ଥିତ ଓ ଚକ ଗୁଡିକ ର ବ୍ୟାସ ହେଉଛି ୯ ଫୁଟ l ରୁକୁଣା ରଥର ନିର୍ମାଣ ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇଥାଏ l  ଲିଙ୍ଗରାଜ ଙ୍କ ରଥ କଦାପି ଜଗନାଥ ଙ୍କ ରଥ ଭଳି ଦକ୍ଷିଣ ମୋଡ଼ ହୋଇ ନଥାଏ, ସେଥିପାଇଁ ଓଡ଼ିଆରେ ଅଛି ରୁକୁଣା ରଥ, ଅଣ ଲେଉଟା, ପାର୍ବତୀ ଚୋରାନ୍ତି ରଥର ପଟା l ‘

* ମା ଶକ୍ତି ହେଉଛନ୍ତି ଅଶୋକାଷ୍ଟମୀ ମହୋତ୍ସବ ର ମୁଖ୍ୟ ଦେବୀ ଅଟନ୍ତି, ଏବଂ ଏହିଦିନ ସେହି ଦିବ୍ୟ ଦେବୀ ଙ୍କ ପୂଜାର୍ଚନା ପାଇଁ ସମର୍ପିତ ଅଟେ l ଭକ୍ତ ମାନେ ଗୋଟିଏ ସୁଖୀ ଓ ସମୃଦ୍ଧ ଜୀବନ ପାଇଁ ମାଙ୍କ ଆରାଧନା କରି ଥାଆନ୍ତି l

* ଅଶୋକାଷ୍ଟମୀ ମହୋତ୍ସବ ପ୍ରଭୁ ଲିଙ୍ଗରାଜ ଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ, ଏହିଦିନ ଲିଙ୍ଗରାଜ ଙ୍କ ପ୍ରତିନିଧି ଦେବତା ଚନ୍ଦ୍ରଶେଖର ଙ୍କୁ ଗୋଟିଏ ସୁସଜ୍ଜିତ ରଥରେ ସ୍ଥାପନା କରାଯାଇ ଥାଏ l ଏବଂ ଏହି ରଥକୁ ଶ୍ରଦ୍ଧାଳୁ ମାନେ ଟାଣି ଟାଣି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନେଇଥାଆନ୍ତି l ଏହି ରଥଯାତ୍ରା ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ରଥଯାତ୍ରା ଅଟେ l

= ସୁଖୀ ଓ ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନରେ ସ୍ୱାମୀ ସ୍ତ୍ରୀ ଶିବ ପାର୍ବତୀ ଙ୍କୁ ଦର୍ଶନ କରିବା ଜରୁରୀ l

= ରୋଗ ରୁ ମୁକ୍ତି ପାଇଁ ଆଜିର ଦିନରେ ଅଶୋକା ବୃକ୍ଷ କୁ ପୂଜା କରନ୍ତୁ ଏବଂ ବୃକ୍ଷ ମୂଳରେ ଦୁଗ୍ଧ ଜାତୀୟ ପଦାର୍ଥ ଅର୍ପଣ କରନ୍ତୁ l

= ଅଶୋକାଷ୍ଟମୀ ଦିନ ଯଦି ମହାଦେବ ନିକଟରେ ଅଖଣ୍ଡ ଘିଅ ଦୀପ ଟିଏ ଅର୍ପଣ କରିବେ ଜୀବନର ସମସ୍ତ କ୍ଳେଶ ଦୂର ହେବ l

= ସନ୍ତାନ ପ୍ରାପ୍ତି ପାଇଁ ଆଜିର ଦିନରେ ମହାଦେବ ଙ୍କୁ ବେଲପତ୍ର ସହିତ ମହୁ ଅର୍ପଣ କରନ୍ତୁ ଏବଂ ଅଶୋକ ବୃକ୍ଷ କୁ ମଧ୍ୟ ପୂଜା କରନ୍ତୁ l

Leave A Reply