Odisha news

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଦେଵନୀତି

0
ସାକ୍ଷୀଗୋପାଳ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି l ପବିତ୍ର ଜନ୍ମାଷ୍ଟମୀ l ଏହି ପବିତ୍ର ଅବସରରେ ସ୍ଥାନୀୟ ସାକ୍ଷୀଗୋପାଳ ମନ୍ଦିରରେ  ଶ୍ରୀକୃଷ୍ଣ  ଜନ୍ମୋତ୍ସବ
ସାକ୍ଷୀଗୋପାଳଙ୍କ ଜନ୍ମାଷ୍ଟମୀ ପର୍ବ ପ୍ରତିବର୍ଷ ପରି ପାରମ୍ପରିକ ରୀତିରେ ପାଳିତ ହୋଇଥିଲା। ବୀରକେଶରୀ ବଲ୍ଲଭ ପରେ ଅଧିଵାସ କରାଯାଇ ସୁଗନ୍ଧିତ ଜଳକଳସ ସ୍ଥାପନ କରାଯାଇଥିଲା। ପରେ ଦ୍ୱିପହର ଧୂପରେ ଠାକୁର ନୂତନ ବସ୍ତ୍ର , ଚନ୍ଦନ, ତୁଳସି ଲାଗି ହେବା ପରେ ଉପଚାର, ଆଳତି ହୋଇଥିଲା । ଗୋଧନବାହୁଡା ଭୋଗ ସଂଧ୍ୟା ଧୂପ, ବଡ ସିଂହାର ଧୂପ ପରେ ପୋଖରିଆ ( ରତ୍ନ ସିଂହାସନ ତଳ) ପୋଛା ଯିବା ପରେ ଭଦ୍ରମଣ୍ଡଳ ପଡିବା ପରେ ଶ୍ରୀକୃ୍‌ଷ୍ଣଙ୍କର ଜନ୍ମବିଧି ଆରମ୍ଭ  ହୋଇଥିଲା l  ଜନ୍ମବିଧି ପରେ ବସୁଦେବ ନବଜାତ  ଶ୍ରୀକୃଷ୍ଣଙ୍କୁ  ରୂପାର କୁଣ୍ଡରେ ବସାଇ ଯମୁନା  ନଦୀକୁ ପାର ହେବା ସମୟରେ ବର୍ଷା ହୋଇଥିଲା l   ଠାକୁର ବର୍ଷାରେ ଓଦା ନ ହେବା ନିମନ୍ତେ କାଳୀୟ ନାଗ  ଠାକୁରଙ୍କ ଉପରେ ସପ୍ତ  ଫେଣା ଟେକି ରହିଥିଲେ  । ଯମୁନା ପାର ହେବା  ସମୟରେ ବାସୁଦେବ ମହାରାଜ ଉଗ୍ରସେନଙ୍କ  ହାତରେ ଧରାପଡିଥିଲେ  ।l   ଠାକୁରଙ୍କ ଚତୁର୍ଦ୍ଧା ମୂରତି ଦର୍ଶନ ପରେ ଉଗ୍ରସେନ ବାଟ ଛାଡି ଦେଇଥିଲେ l ଠାକୁରଙ୍କ ଜନ୍ମ ଅବସରରେ  ଠାକୁରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ୧୦୮ଟି କୋରା ଭୋଗ ଲାଗି କରାଯାଇଥିଲା୍। ଆସନ୍ତା କାଲି ନନ୍ଦୋତ୍ସବ ଅନୁଷ୍ଠିତ ହେବ l
Leave A Reply