Odisha news

ଆସିକା  : କାଳ ବୈଶାଖୀର ପ୍ରଭାବରେ ଭାଙ୍ଗିଲା ଚାଳ ଛପର ଘର

0
ଆସିକା  : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ କାଳ ବୈଶାଖୀ ର ପ୍ରଭାବରେ ପ୍ରବଳ ପବନ ହେବା ସାଙ୍ଗକୁ ଦୀର୍ଘସମୟ ଧରି ବର୍ଷା ଲାଗିରହିଥିଲା ।ପ୍ରବଳ ବେଗରେ ପବନ ବହିବା ଯୋଗୁ ବହୁ ଗଛ ଡ଼ାଳ ଭାଙ୍ଗି ପଡିଥିବାବେଳେ  ଆସିକା ଏନ ଏ ସି ଅନ୍ତର୍ଗତ  କାଳୀ ମୁଖୀ ସାହିର ଗରିବ ମହିଳା ପ୍ରମିଳା ନାଇକଙ୍କ ଚାଲ ଛପର ଘର ଭାଙ୍ଗି ମାଟିରେ ମିଶି ଯାଇଛି।
ସେ ବର୍ତମାନ ବାସହରା ହୋଇ ଖୋଲା ଆକାଶ ତଳେ ପତିରହିଚନ୍ତି ।ପ୍ରବଳ ପବନରେ ଘର ଭାଙ୍ଗି ବାସହରା ହୋଇଥିବା ଗରିବ ମହିଳା ପ୍ରମିଳା ନାଇକଙ୍କୁ ସରକାରୀ ସହାୟତା ପ୍ରଦାନ ସହ ପ୍ରଧାନମନ୍ତ୍ରୀ ଆବାସ ଯେଜନା ରେ ବାସଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି।

Leave A Reply