Odisha news

ସୋର : ତାଳପତ୍ର ସାମଗ୍ରୀ ବିକ୍ରୀ ନହୋଇ ପଡ଼ିରହୁଛି , କରୋନାରେ ଉଜୁଡ଼ି ଗଲାଣି କୂଳ ବେଉଷା

0

ସୋର, ୨୮/୬ – ମହାମାରୀ କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଲକଡ଼ାଉନ ଓ ସଟଡ଼ାଉନ ଜାରି ହେଉଥିବାବେଳେ କୂଳ ବେଉଷା ଭାବେ ତାଳପତ୍ରରେ ହସ୍ତ ତିଆରି ସାମଗୀ୍ର କରିଆସୁଥିବା ପରିବାରଙ୍କ ରୋଜଗାର ଠପ୍ ହୋଇଯାଇଛି । ଏହି ତାଳପତ୍ରରେ ତିଆରି ସାମଗ୍ରୀ କୁ ନେଇ ଗାଁ ଗଣ୍ଡା ତଥା ବଜାର ହାଟମାନଙ୍କରେ ବିକ୍ରୀ କରି ପରିବାର ପ୍ରତିପୋଷଣ କରନ୍ତି ଏହି ପରିବାର । କିନ୍ତୁ ଏବେ ତାହା ଆଉ ସମ୍ଭବ ହୋଇପାରୁନାହିଁ । ଯାହାଦ୍ୱାରାକି ରାଜ୍ୟ ସରକାର ଏହିପରିବାର ପ୍ରତି ସହୃଦୟତାର ସହ ବିଚାର କରିବାକୁ ଦାବି ହେଉଛି । ସୋର ବ୍ଲକ ଅନ୍ତର୍ଗତ ପାଖର ପଞ୍ଚାୟତର ଦୁର୍ଗାପୁର ଗ୍ରାମର ୨୫ ଗୋଟି ପରିବାର ଏହି ତାଳପତ୍ର ନିର୍ମିତ ହସ୍ତ ତିଆରି ସାମଗ୍ରୀମାନ ନିର୍ମାଣ କରି ବିକ୍ରୀ କରିଥାନ୍ତି ।

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଢାଯାଇଥିବା ମହିଳା ମିଶନ ଶକ୍ତି ଜରିଆରେ ଅନନ୍ତ ବାସୁଦେବ ସ୍ୱୟଂସହାୟିକା ଗୋଷ୍ଠୀ ମ୍ମ ଗଠନ କରାଯାଇଛି । ଏମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ କ୍ରୟ କରିବାକୁ କେହି ନାହିଁ ବୋଲି ସଂଘର ସଭାପତି ଶ୍ରୁତି ବେହେରା ଓ ସମ୍ପାଦକ ସସ୍ମିତା ବେହେରା କୁହନ୍ତି । ଏପରିକି ରାଜ୍ୟସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଥିବା ଓଡ଼ିଶା ରାଜ୍ୟ ତାଳଗୁଡ଼ ନିଗମ ସଂସ୍ଥା ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ତାଳ ଜାତୀୟ ଉତ୍ପାଦିତ ସାମଗ୍ରୀ କୁ ପୁର୍ନନ୍ୟାସ ଦେବାପାଇଁ ପ୍ରଚେଷ୍ଟା ଜାରି କରୁଥିବାର କୁହାଯାଉଥିଲାବେଳେ ତାହା କେବଳ ‘ାଇଲରେ ସୀମାବଦ୍ଧ ବୋଲି ଉକ୍ତ ମିଶନ ଶକ୍ତିର ସଭାପତି, ସମ୍ପାଦକ ଓ ସଦସ୍ୟା ମାନେ କୁହନ୍ତି ।

ଏହି ତାଳପତ୍ର ଦ୍ୱାରା ନିର୍ମିତ ସାମଗ୍ରୀ କରୁଥିବା ଅନନ୍ତ ବାସୁଦେବ ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟ ତାଳଗୁଡ଼ ନିଗମ ସଂସ୍ଥାକୁ ଉତ୍ପାଦିତ ସାମଗ୍ରୀର ବିତରଣ ସମ୍ପର୍କରେ କହୁଥିଲାବେଳେ ତାହା ଜିଳ୍ଲା ଶିଳ୍ପ କେନ୍ଦ୍ରର ଦାୟୀତ୍ୱ ବୋଲି କହି ନିଜ ଉପରୁ ଦୋଷ ବାହାର କରି ଦିଆଯାଉଥିବାର ଅଭିଯୋଗ କରିଛନ୍ତି । ସେହିପରି ଜିଲ୍ଲା ଶିଳ୍ପ କେନ୍ଦ୍ର ମ୍ମ ତାହା ହସ୍ତତନ୍ତ ବିଭାଗର ଦାୟୀତ୍ୱ ବୋଲି କହୁଥିଲାବେଳେ ବ୍ଲକରେ ଥିବା ଜୀବିକା ମିଶନ ସମ୍ପୂର୍ଣ୍ଣ ମାତ୍ରାରେ କୋମାରେ ଥିବାରୁ ଏହି ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଏବେ ନଷ୍ଟ ହେବାକୁ ବସିଛି । ଏକ ପଟେ ଆତ୍ମ ନିର୍ଭରଶୀଳ ଭାରତର ସ୍ୱପ୍ନ ଦେଖାଯାଉଥିଲାବେଳେ ଅପରପକ୍ଷେ ଆତ୍ମନିର୍ଭରଶୀଳ ହୋଇଥିବା ସଂସ୍ଥା ଉତ୍ପାଦିତ ସାମଗ୍ରୀକୁ ନେଇ ବିକ୍ରୀ କରିବାରର ସ୍ୱପ୍ନ ମଉଳି ଯିବାକୁ ବସିଛି ।

ସୋର: ରାତିରେ ଅନ୍ଧାର ଦିନରେ ଆଲୁଅ(‘ଟୋ) ସୋର, ୨୮/୬ – କରୋନାକାଳରେ ଏହାକୁ ରୋକିବା ପାଇଁ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଚାଲିଥିବା ବେଳେ ସୋର ପୌରପରିଷଦ ଅନ୍ତର୍ଗତ ରେଳ ଓଭରବ୍ରିଜ୍ରେ ଲାଗିଥିବା ରାସ୍ତା ଲାଇଟ୍କୁ ନିୟମିତ ଭାବେ ଜଳାଇବା ଲିଭାଇବାକୁ କର୍ମଚାରୀମାନେ ଭୁଲି ଯାଉଥିବା ଦେଖାଯାଉଛି । ‘ଳରେ ଏଠାରେ ଦିନରେ ଆଲୁଅ ଜଳୁଥିବା ବେଳେ ରାତିରେ ଅଧିକାଂଶ ଦିନେ ଅନ୍ଧାର ରହୁଥିବା ଦେଖାଯାଉଛି । ଏହି ଘଟଣା ସହରର ବିଭିନ୍ନ ୱାର୍ଡ ଷ୍ଟି୍ରଟ୍ ଲାଇଟ୍ କ୍ଷେତ୍ରରେ ମଦ୍ୟ ଦେଖାଯାିଛି । ପ୍ରଥମରେ ଦିନରେ ଲାଇଟ୍ ଜଳି ଅଯଥା ରାଜସ୍ୱହାନୀ ଘଟୁଥିବା ବେଳେ ରାତିରେ ଅନ୍ଧାର ରହୁଥିବା କାରଣରୁ ଯାତାୟାତରେ ଅସୁବିଧା ସୃଷ୍ଟି ହେବା ସହିତ ଏହାର ସୁଯୋଗ ନେଇ ଅସାମାଜିକ ଏବଂ ମଦ୍ୟପମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ଘଟୁଥିବା ଦେଖାଯାଇଛି ।

ମହିଳାଙ୍କ ପେଟରୁ ବାହାରିଲା ପାଞ୍ଚକିଲୋ ଓଜନର ଟୁ୍ୟମର୍ (‘ଟୋ) ସୋର, ୨୮/୬ – ସୋର ଉତ୍ତରେଶ୍ୱରଠାରେ ଥିବା ବାସନ୍ତୀ ଦୁର୍ଗା ନର୍ସିିହୋମରେ ଆଜି ଅସ୍ତ୍ରୋପଚାର ବେଳେ ଜଣେ ମହିଳାଙ୍କ ପେଟରୁ ପାଞ୍ଚ କିଲୋ ଓଜନର ଟୁ୍ୟମର ବାହାରିଛି । ଭଦ୍ରକ ଜିଲା ବାସୁଦେବପୁର ବଡ଼ଆନନ୍ଦପୁର ଗ୍ରାମର ପ୍ର‘ୁଲ୍ଲ କୁମାର ଜେନା ମୁମ୍ବାଇରେ ଘରୋଇ କମ୍ପାନୀରେ କାମ କରନ୍ତି । ଲକ୍ଡାଉନ ସମୟରେ ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ପତ୍ନୀ ସୁନୀତାରାଣୀ (୨୩)ଙ୍କ ପେଟରେ ଟୁ୍ୟମର୍ ଥିବା ଜଣାପଡ଼ିଥିଲା । ତାଙ୍କୁ ସୋର ବାସନ୍ତୀ ଦୁର୍ଗା ନସିଂହୋମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମ୍ପୂର୍ଣ୍ଣ ମାଗଣାରେ କଟକ ଏସ୍ସିବି ମୋଡ଼ିକାଲ କଲଜର ଡାକ୍ତରଙ୍କ ଦ୍ୱାରା ଅସ୍ତ୍ରୋପଚାର କରଯାଇ ଏହି ୫ କିଲୋ ଓଜନର ଟୁ୍ୟମର୍କୁ ବାହାର କରାଯାଇଛି । ଏହି ସମୟରେ ପୌରପରିଷଦର କମାଣପୁରର ଅନାଦି ଜେନା(୫୦)ଙ୍କର ପୀତକୋଷରେ ଥିବା ପଥରକୁ ସ‘ଳତାର ସହିତ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଥିବା ଜଣାପଡ଼ିଛି ।

Leave A Reply