Odisha news

ସୋର : ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟ ନାହିଁ, କାଳିଆ ଯୋଜନା ଅର୍ଥ ଦୁଇ କିସ୍ତି ବ୍ୟାଙ୍କରେ ପୈଠ ସୂଚନା ଦେଲେ ସରକାର

0

ସୋର, ୨୮/୬ – ସୋର ବ୍ଲକ ଅନ୍ତର୍ଗତ ପାଖର ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମର ନାମମାତ୍ର ଚାଷୀ ସୁଶାନ୍ତ କୁମାର ପଣ୍ଡା ରାଜ୍ୟ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଇବାକୁ ଆବେଦନ କରି ସହାୟତା ପାଇବାରୁ ବଂଚିତ ଥିବା ଅଭିଯୋଗରେ ସଂପୃକ୍ତ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କ ସୋର ୟୁକୋ ବ୍ୟାଙ୍କ ଶାଖା ଏକାଉଣ୍ଟରେ ୨ କିସ୍ତିରେ ଅର୍ଥ ଜମା କରିଥିବା ସୂଚନା ଦେଇଛନ୍ତି । ହେଲେ ବଡ ଆଶ୍ଚର୍ଯ୍ୟର ବିଷୟ ଆବେଦନକାରୀଙ୍କର ଏହି ଶାଖାରେ କୈାଣସି ଏକାଉଣ୍ଟନଥିବା ବେଳେ ଆବଦନକାରୀଙ୍କୁ ତାଙ୍କ ଏକାଉଣ୍ଟରେ ୨ କିସ୍ତିରେ ଜମା ହୋଇଥିବା ସୂଚନା ଦିଆଯାଇଛି ।

ଆବେଦନ ‘ର୍ମରେ ସୁଶାନ୍ତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅନନ୍ତପୁର ଶାଖାରେ ଏକାଉଣ୍ଟ ଦର୍ଶାଇ ଥିବା ବେଳେ ତାଙ୍କର ସୋର ୟୁକୋ ବ୍ୟାଙ୍କ ଶାଖା ଏକାଉଣ୍ଟ ନଂ …୧୬୩୧୯୧ରେ କକାଳିଆ ଯୋଜନା ଅର୍ଥ ଡିପୋଜିଟ୍ ହୋଇଥିବା କର୍ତ୍ତୁପପକ୍ଷଙ୍କ ସୂଚନା ଏକ ପ୍ରହେଳିକା ସୃଷ୍ଟି କରିଛି । ଏନେଇ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଆବେଦନ କଲେବି କିଛି ସୁ‘ଳ ମିଳିନି । ସମୟ କହିବ ସରକାରୀ ବାବୁଙ୍କ ପଦକ୍ଷେପ ପରେ ଯୋଜନାର ସୁ‘ଳ ପାଇବେ ସୁଶାନ୍ତ ।

Leave A Reply