ନିରାକାରପୁର,୨୮/୬: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜଙ୍କିଆ ବଜାର ଉପରେ ଆଜି ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେଥିରେ ଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସା ହେଉଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ କି ଗୋଟିଏ ମାରୁତି କାର ନଂ ଓଆର ୦୨ ଏଇ ୬୭୫୦ ଗାଡ଼ିରେ ବ୍ରହ୍ମପୁର ପଟୁ ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଆଡ଼କୁ ଯାଉଥିବାବେଳେ ହଠାତ ଜଙ୍କିଆ ବଜାର ଉପରେ ଯାଇଥିବା ଓଭର ବିଜ୍ରରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ଏଥିରେ ବସିଥିବା ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ପଠାଇଥିବା ଜଣାପଡ଼ିଛି । ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କର ରିପୋର୍ଟ ଲେଖା ସୁଦ୍ଧା ପରିଚୟ ମିଳି ପାରି ନଥିବା ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କାଠାରୁ ଜଣାପଡ଼ିଛି ।