ଫୁଲନଖରା : ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୮ବର୍ଷ ଧରି ଚୋରାରେ ଚାଲିଛି ବିଦ୍ୟୁତ ସଂଯୋଗ; ଏ ନେଇ ଅଭିଯୋଗ ମଧ୍ୟ ହୋଇଛି; ମାତ୍ର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଉଥିବା ଦେଖିବାକୁ ମିଳିଛି । ଏପରି ଏକ ଧର୍ତ୍ତବ୍ୟ ଘଟଣା ଫୁଲନଖରା ବିଦ୍ୟୁତ ବିଭାଗ ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଛି । ସମ୍ବାଦ ସଂଗ୍ରହରୁ ଜଣାପଡ଼ିଛି ଯେ, ରସୁଲଗଡ଼ ଏସଡ଼ିଓ ଅଧିନ ଫୁଲନଖରା ବିଦ୍ୟୁତ ବିଭାଗ ଅଞ୍ଚଳରେ ଥିବା ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ୮ବର୍ଷ ଧରି ନିରନ୍ତରଭାବେ ଚୋରାରେ ବିଦ୍ୟୁତ ସଂଯୋଗ ନେଇଥିଲେ । ତାଙ୍କ ଘରେ ଥିବା ଟିଭି, ଫ୍ରିଜ, ଏସି, ୱାସିଙ୍ଗ ମେସିନ, ଫ୍ୟାନ ଓ ଅନ୍ୟାନ୍ୟ ସମସ୍ତ ବୈଦୁ୍ୟତିକ ସରଞ୍ଜାମ ଏହି ଚୋରା ଲାଇନରେ ଚାଲୁଥିଲା ।
ତେବେ ଏହି ଲୁଚାଛପା କାରବାର ସମ୍ପର୍କରେ ଗ୍ରାମବାସୀ ଜାଣିପାରି ବିଦୁ୍ୟତ ବିଭାଗ ଓ ଭିଜିଲାନ୍ସକୁ ଜଣାଇଥିଲେ । ଗତ ଫେବୃଆରୀ ମାସରେ ବିଦ୍ୟୁତ ବିଭାଗର ଏକ ସ୍କ୍ୱାର୍ଡ଼ ସମ୍ପୃକ୍ତ ଘର ଉପରେ ଚଢ଼ଉ କରି ଚୋରାରେ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିବାକୁ ପାଇଲା ଏବଂ ତାଙ୍କ ଉପରେ ୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜୋରିମାନା ଲାଗୁ କରିଥିଲା । ମାତ୍ର ଜୋରିମାନା ଦେବା ତ ଦୂରର କଥା ବର୍ତ୍ତମାନ ସେ ପୂର୍ବଭଳି ବିନା ଉପଭୋକ୍ତାରେ ବିଦ୍ୟୁତ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ହୋଇଛି । ସେସୁ କର୍ତ୍ତୃପକ୍ଷ ଏବଂ ଫ୍ରାଞ୍ଚାଇଜ କମ୍ପାନୀ ଗରିବ ଉପଭୋକ୍ତାଙ୍କ ଉପରେ ସଦାବେଳେ କୋଡ଼ମାଡ଼ କରୁଥିଲାବେଳେ ଏ ଧରଣର ବୃହତ ଠକଙ୍କ ବିରୁଦ୍ଧରେ ଚୁପ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ଚୋରା ବିଦ୍ୟୁତ ବ୍ୟବହାରକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି । ସଂଯୋଗ; ଏ ନେଇ ଅଭିଯୋଗ ମଧ୍ୟ ହୋଇଛି; ମାତ୍ର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଉଥିବା ଦେଖିବାକୁ ମିଳିଛି । ଏପରି ଏକ ଧର୍ତ୍ତବ୍ୟ ଘଟଣା ଫୁଲନଖରା ବିଦ୍ୟୁତ ବିଭାଗ ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଛି ।
ସମ୍ବାଦ ସଂଗ୍ରହରୁ ଜଣାପଡ଼ିଛି ଯେ, ରସୁଲଗଡ଼ ଏସଡ଼ିଓ ଅଧିନ ଫୁଲନଖରା ବିଦୁ୍ୟତ ବିଭାଗ ଅଞ୍ଚଳରେ ଥିବା ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ୮ବର୍ଷ ଧରି ନିରନ୍ତରଭାବେ ଚୋରାରେ ବିଦ୍ୟୁତ ସଂଯୋଗ ନେଇଥିଲେ । ତାଙ୍କ ଘରେ ଥିବା ଟିଭି, ଫ୍ରିଜ, ଏସି, ୱାସିଙ୍ଗ ମେସିନ, ଫ୍ୟାନ ଓ ଅନ୍ୟାନ୍ୟ ସମସ୍ତ ବୈଦୁ୍ୟତିକ ସରଞ୍ଜାମ ଏହି ଚୋରା ଲାଇନରେ ଚାଲୁଥିଲା ।
ତେବେ ଏହି ଲୁଚାଛପା କାରବାର ସମ୍ପର୍କରେ ଗ୍ରାମବାସୀ ଜାଣିପାରି ବିଦୁ୍ୟତ ବିଭାଗ ଓ ଭିଜିଲାନ୍ସକୁ ଜଣାଇଥିଲେ । ଗତ ଫେବୃଆରୀ ମାସରେ ବିଦ୍ୟୁତ ବିଭାଗର ଏକ ସ୍କ୍ୱାର୍ଡ଼ ସମ୍ପୃକ୍ତ ଘର ଉପରେ ଚଢ଼ଉ କରି ଚୋରାରେ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିବାକୁ ପାଇଲା ଏବଂ ତାଙ୍କ ଉପରେ ୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜୋରିମାନା ଲାଗୁ କରିଥିଲା । ମାତ୍ର ଜୋରିମାନା ଦେବା ତ ଦୂରର କଥା ବର୍ତ୍ତମାନ ସେ ପୂର୍ବଭଳି ବିନା ଉପଭୋକ୍ତାରେ ବିଦ୍ୟୁତ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ହୋଇଛି । ସେସୁ କର୍ତ୍ତୃପକ୍ଷ ଏବଂ ଫ୍ରାଞ୍ଚାଇଜ କମ୍ପାନୀ ଗରିବ ଉପଭୋକ୍ତାଙ୍କ ଉପରେ ସଦାବେଳେ କୋଡ଼ମାଡ଼ କରୁଥିଲାବେଳେ ଏ ଧରଣର ବୃହତ ଠକଙ୍କ ବିରୁଦ୍ଧରେ ଚୁପ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ଚୋରା ବିଦ୍ୟୁତ ବ୍ୟବହାରକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।