ଜିଲ୍ଲାପାଳ ଙ୍କ ମର୍ଜିରେ ଖର୍ଚ୍ଚହେଉଛି ଡିଏମଏଫ ଅର୍ଥ : ୨୨ମାସରେ ଥରେ ବି ହୋଇନାର୍ହି ବୈଠକ , ଜନପ୍ରତିନିଧି ଙ୍କୁ ଦିଆଯାଉନାହିଁ ଗୁରୁତ୍ୱ ।
ସୁକିନ୍ଦା,୨୮/୬;-ରାଜ୍ୟର ବିଭିନ୍ନ ଖଣି ଅଚଂଳ ରୁ ଆଦାୟ ହେଉଥିବା ଖଣିଜ ନ୍ୟାସ ପାଣ୍ଠି ରେ ଯାଜପୁର ଜିଲ୍ଲା ର ଅନୁଦାନ ସର୍ବାଧିକ । ତନ୍ନମଧ୍ୟରୁ ସୁକିନ୍ଦା ଖଣି ଅଚଂଳ ରୁ ଶତକଡା ୯୦ ଭାଗ ଅର୍ଥ ଆଦାୟ ହେଉଛି । ତେବେ ଡିଏମଏଫ ଅର୍ଥ ଖର୍ଚ୍ଚ କରିବାରେ ଯାଜପୁର ଜିଲ୍ଲା ପ୍ରଶାସନ ସଂମ୍ପୁର୍ଣ୍ଣ ବିଫଳ ହୋଇଛି ବୋଲି ଖଣି ଅଚଂଳ ବିକାଶ ମଚଂ ଏକ ପ୍ରେସ ଇସ୍ତାହାର ପ୍ରକାଶ କରିଛି ।
ଡିଏମଏଫ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଜିଲ୍ଳାପାଳ ଙ୍କ ମର୍ଜିରେ ସମ୍ପୁର୍ଣ୍ଣ ଅର୍ଥର ବ୍ୟୟବରାଦ ହେଉଥିବା ବେଳେ ଜିଲ୍ଲାର ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଡ଼ିଏମଏଫର ଶେଷ ବୈଠକ ୨୦୧୮ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଇତିମଧ୍ୟରେ ୨୨ ମାସ ବିତିଯାଇଥିଲେ ବି ଟ୍ରଷ୍ଟବୋର୍ଡ଼ର ବେପରୁଆ ମନୋଭାବ ଯୋଗୁଁ ବୈଠକ ଅନୁଷ୍ଠିତ ହୋଇପାରୁନାହିଁ ।
ଯାହାଫଳରେ ଡ଼ିଏମଏଫ ଯୋଜନାରେ କରାଯାଉଥିବା ବିକାଶମୁଳକ କାର୍ଯ୍ୟରେ ଭଟ୍ଟାପଡ଼ିଛି । ଗତ ଏପ୍ରିଲ ମାସ ସୁଧା ୬୨୬ କୋଟି ୩୧ ଲକ୍ଷ ଟଙ୍କା ଡ଼ିଏମଏଫ ପାଣ୍ଠିକୁ ଆସିଥିବା ଜଣାପଡ଼ିଛି । କିନ୍ତୁ ସେହି ଅର୍ଥକୁ ବନିଯୋଗ କରି ଯାଜପୁରର ବିକାଶ କରିବାରେ ଜିଲ୍ଲାପ୍ରଶାସନ କାହିଁକି ପଛଘୁଚାଂ ଦେଉଛନ୍ତି ବୋଲି ଖଣି ଅଚଂଳ ସୁରକ୍ଷା ମଚଂର ଆବାହକ କେସବ ହେସାଂ ପ୍ରଶ୍ନ ଉଠାଇଛନ୍ତି । ଅପର ପକ୍ଷେ ଓଡ଼ିଶା ସରକାରଙ୍କ ୨୦୧୫ ଗେଜଟ ନୋଟିଫିକେସନ ଅନୁସାରେ ପ୍ରତିଜିଲ୍ଲାରେ ଡ଼ିଏମଏଫ ଟ୍ରଷ୍ଟ ବୋର୍ଡ଼ ଗଠନ ହୋଇ ଗୋଟିଏ ଆର୍ଥିକ ବର୍ଷରେ ଅତି କମରେ ୨ଥର ବୋର୍ଡ଼ର ବୈଠକ ହେବାର ନିୟମ ରହିଛି ।
ହେଲେ ଯାଜପୁର ଡ଼ିଏମଏଫ ଟ୍ରଷ୍ଟବୋର୍ଡ଼ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସରକାରଙ୍କ ଏହି ନିର୍ଦେଶନାମାକୁ ଅଣଦେଖା କରି ମେରିରାୟ ନିତି ଅବଲମ୍ବନ କରୁଥିବା ଡ଼ିଏମଏଫ ଟ୍ରଷ୍ଟର ସଭ୍ୟ କାଳିଆପାଣି ସରପଚଂ କଳ୍ପନା ଜେନା ,୩୭ ନଂ ଜୋନ ଜିଲ୍ଲାପରିସଦ ସଭ୍ୟ ପ୍ରତାପ ପାତ୍ର ଅଭିଯୋଗ କରିଛନ୍ତି । ଓଡ଼ିଶା ଅନ୍ୟଜିଲ୍ଲରେ ରହିଥିବା ଡ଼ିଏମଏଫ ଟ୍ରଷ୍ଟବୋର୍ଡ଼ କେନ୍ଦୁଝର ,ସୁନ୍ଦରଗଡ଼,ଝାରସୁଗୁଡ଼ା ,ଅନୁଗୋଳ ଜିଲ୍ଲାରେ ଡ଼ିଏମଏଫ ବୈଠକ ନିୟମିତ ବସୁଥିବା ବେଳେ ଏଥିରେ ସଂପୃକ୍ତ ଜିଲ୍ଲାର ସାଂସଦ ଓ ବିଧାୟକ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପ ଉପରେ ପ୍ରସ୍ତାବ ଦେଉଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଉଥିବା ଟ୍ରଷ୍ଟ ସଭ୍ୟ ମାନେ ଅଭିଯୋଗ କରିଛନ୍ତି । ସେଭଳି ଡ଼ିଏମଏଫ ପାଣ୍ଠିରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଲାଗି ଆର୍କିଟେକ,କନସଲଟାଟଂ ନିଯୁକ୍ତି କରିବାରେ ଜିଲ୍ଲାପାଳ ବିଫଳ ହୋଇଥିବା ପ୍ରକାଶ କରିଛନ୍ତି ।