Odisha news

ଆସିକା ରେ ଜିଲ୍ଲାପାଳ ଙ୍କ କୋରୋନା ସ୍ଥିତିର ସମୀକ୍ଷା : ୩୧ ତାରିଖ ଯାଁଏ ଦୋକାନ ବଜାର ବନ୍ଦ ରଖିବା କୁ ଘୋଷଣା କଲା ବଣିକ ସଂଘ

0
ଆସିକା : ଆସିକା ସହର ରେ କୋରୋନା ସ୍ଥିତି  ଦିନ କୁ ଦିନ ଭୟଙ୍କର ତଥା ଉଗ୍ର ହୋଉଥିବା ବେଳେ ଆକ୍ରାନ୍ତ ଓ ମୃତକ ଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା କୁ ମୁକାବିଲା କରିବା କୁ ଗଞ୍ଜାମ ଜିଲ୍ଲାପାଳ ଭି. କାର୍ତ୍ତିକେୟ ପାଣ୍ଡିଆନ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇଁ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଆସିକା ଦାୟିତ୍ଵ ରେ ଥିବା ସ୍ୱତନ୍ତ୍ର ଏଡିଏମ୍ ବିଶାଳ ସିଂହ ପ୍ରମୁଖ ଏନ ଏ ସି କାର୍ଯ୍ୟାଳୟ ରେ ପହଞ୍ଚି ସ୍ଥାନୀୟ ପଦାଧିକାରୀ ଓ କିଛି ସାଧାରଣ ଜନତା ଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଥିଲେ। ଆସିକା ସବଡିଭିଜନଅଲ୍ ହସ୍ପିଟାଲ୍ ରେ  ୧୦୦ ଶଯ୍ୟା   ଡେଡିକେଟ୍ଏଡ୍ କୋଭିଡ ହେଲଥ୍ କେର ସେଣ୍ଟର ଓ ବ୍ଲକ୍ ର ବାବନପୂର ଠାରେ ୧୦୦ ଶଯ୍ୟା  ବିଶିଷ୍ଟ କୋଭିଡ ହେଲଥ୍ କେର ସେଣ୍ଟର ସ୍ଥାପନ କାର୍ଯ୍ୟ ର ସମୀକ୍ଷା ଓ ତଦାରଖ କରିଥିଲେ।ଆଲୋଚନାରେ ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ସଦାନନ୍ଦ ସେଠି, ବି ଡ଼ି ଓ ରୋଶନ ଶତପଥୀ,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଅପର ପକ୍ଷରେ  ଆସିକା ଏନ୍ ଏ ସି  ଅଞ୍ଚଳ ରେ ୧୯  ଜୁଲାଇ  ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଥିଲା ପ୍ରଶାସନ।ତେବେ ପରିସ୍ଥିତି ର ଗମ୍ଭୀରତା କୁ ଦେଖି ଆସିକା ବଣିକ ସଂଘ ଆସିକା ସହରର ସମସ୍ତ ଦୋକାନ ଓ ବଜାର  ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ପ୍ରସ୍ତାବ ଗ୍ରହଣ କରିଛି। ବ୍ୟବସାୟୀ ଙ୍କ ଏହି ସମୂହ ନିଷ୍ପତ୍ତି କୁ ବଣିକ ସଂଘ ର ସଭାପତି ରାମ ରଂଜନ ଶର୍ମା ଓ ସମ୍ପାଦକ ସିମାଞ୍ଚଳ ପରିଡ଼ା ପ୍ରଶାସନ କୁ ଜଣାଇବା ସହ ଜନସାଧାରଣ ଙ୍କୁ ସହଯୋଗ କରିବାନେଇ ଅନୁରୋଧ କରିଛନ୍ତି। ଉଲ୍ଲେଖ କରାଯାଇପାରେ ପରିସ୍ଥିତି କୁ ଦେଖି ଆସିକା ରେ ୩ ଜୁଲାଇ ରୁ ସମ୍ପୂର୍ଣ୍ଣ  ସଟ୍ ଡାଉନ୍ ଘୋଷଣା କରାଯାଇଥିଲା ଓ ତାହାର ଅବଧି ୧୩ ତାରିଖ ରେ  ସରୁଥିଲା। ତେବେ ସଂକ୍ରମଣ ପରିସ୍ଥିତି ବଢୁଥିବା ଦେଖି ପ୍ରଶାସନ ପୁଣି ଲଗାତାର ଭାବେ ସଟ୍ ଡାଉନ୍ ୧୯ ତାରିଖ ଯାଏଁ ବଢ଼ାଇ ଥିଲେ। ବଣିକ ସଂଘର  ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଦୋକାନ,ବଜାର ବନ୍ଦ ରଖିବା ନିଷ୍ପତ୍ତି ପରେ  ଆସନ୍ତା ୩୧ ତାରିଖ ଯାଏଁ ଦୋକାନ ବଜାର ବନ୍ଦ ରହିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅଚାନକ ଭାବେ ବାରମ୍ବାର ସଟ୍ ଡାଉନ୍ ଓ ଲକ୍ ଡାଉନ୍ ର ପ୍ରଭାବ ଜନସାଧାରଣ ଭୋଗୁ ଥିବାରୁ ସମସ୍ତ ପ୍ରକାର ର ଦୈନଦିନ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ଯୋଗାଣ ଦିଗ ରେ ପ୍ରଶାସନ ପଦକ୍ଷେପ ନେବାକୁ  ଦାବି ହୋଇଛି
Leave A Reply