Odisha news

କଣାସ କୁ ଜିଲ୍ଲାପାଳ ଙ୍କ ଗ୍ରସ୍ତ : ଡାକ୍ତର ନାହାନ୍ତି ରୋଗୀସେବା ବିପର୍ଯ୍ୟସ୍ତ

0

କଣାସ-୧୫/୦୭/୨୦ : ସାରା ବିଶ୍ୱରେ ମହାମାରୀ କରୋନା ରୋଗରେ ଦୈନିକ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କଣାସ ରେ ମଧ୍ୟ ଏହି କରୋନା ରୋଗୀଙ୍କ ଅବସ୍ଥା ଅନାୟତ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କଣାସ ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ୬ଜଣ ଡାକ୍ତର ଙ୍କ ମଧ୍ୟରୁ ୫ଜଣ ଡାକ୍ତର ଉପସ୍ଥିତ ନଥିବା ଦେଖି ଅଚାନକ କଣାସ ଗ୍ରସ୍ତରେ ଆସିଥିବା ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍ଗ ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ । ତୁରନ୍ତ ଏହି ଘଟଣା ଉପରେ ଅସନ୍ତୋଷ ପ୍ରକାଶ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ସୁଜାତା ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି କଣାସ ଅଞ୍ଚଳ ପୁରୀ ଜିଲ୍ଲାର ଏକ ଅନୁନ୍ନତ ଭାବରେ ଜଣାଶୁଣା । ଚିଲିକା ହ୍ରଦ ତଥା ଉପକୂଳ ଅଞ୍ଚଳ ରେ ଅବସ୍ତିତ ଏଠାକାର ଜନସାଧାରଣ ସଦା ସର୍ବଦା ଝାଡା ବାନ୍ତି ମ୍ୟାଲେରିଆ ତଥା ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇଥାନ୍ତି।

ଏହି କଣାସ ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତ ରେ ପ୍ରାୟ ୧ଲକ୍ଷ ୬୦ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ଭାଗରୁ ଉର୍ଦ୍ଧ୍ବ ଲୋକ ଚାଷୀ ମୁଲିଆ ଭାବେ ରହିଆସୁଛନ୍ତି। ବଡ ପରିତାପର ବିଷୟ ଏମିତି ଏକ ସମସ୍ୟା ବହୁଳ ଅଂଚଳରେ ଦିନକୁ ଦିନ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏହି କଣାସ ମୁଖ୍ୟ ସରକାରୀ ଡାକ୍ତରଖାନାରେ ୬ଜଣ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ଡାକ୍ତର ମାନେ ଏଠାକୁ ଚିରା ଚରିତ ଭାବେ  ପାଳି କରିଆସିଥାନ୍ତି । ହିସବାରୁ ଜଣାଯାଏ ଏହି ୬ ଜଣ ଡାକ୍ତର ପ୍ରାୟ ୪ ରୁ ୫ଥର ଡାକ୍ତରଖାନାକୁ ଆସିଥାନ୍ତି। ବାକି ପଡିଥିବା ୨୫ ଦିନରେ ବିଭିନ୍ନ ଘରୋଇ କ୍ଲିନିକରେ କାର୍ଯ୍ୟ କରିବା ସହିତ ନିଜର କ୍ଲିନିକ ରେ ମଧ୍ୟ ରୋଗୀସେବା କରୁଥିବାର ଜଣାପଡିଛି। ମାତ୍ର ୫ଦିନ ସରକାରୀ ଡାକ୍ତରଖାନାକୁ ଆସି ମାସକର ପାରିଶ୍ରମିକ ନେଇ ସରକାରଙ୍କୁ ଲୁଟି ଚାଲିଥିବା ବେଳେ କୌଣସି ପ୍ରଶାସନିକ ଅଙ୍କୁଶ ଏମାନଙ୍କ ଉପରେ କାହିଁକି ଲାଗୁନାହିଁ ତାହା ଏକ ପରିତାପର ବିଷୟ। ଏପଟେ ମାସକୁ ୪ ରୁ ୫ ଦିନ ଆସୁଥିବାରୁ ଗୋଟିଏ ରୋଗୀକୁ ମାସକ ଭିତରେ ୫ ଜଣ ଡାକ୍ତରଙ୍କ ନିର୍ଦ୍ଧେଶ କ୍ରମେ ଔଷଧ ଖାଇ ରୋଗ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। କେତେକ ରୋଗୀ ଚିକିତ୍ସା ନପାଇ ସୁଦୂର ଭୁବନେଶ୍ୱର,କଟକ,ବ୍ରହ୍ମପୁର ଓ ପୁରୀ କୁ ଯାଇ ପଇସା ଖର୍ଚ୍ଚ କରି ସର୍ଵସ୍ୱାନ୍ତ ହେଉଛନ୍ତି। ସେ ଯାହା ହେଉ ଜିଲ୍ଲାପାଳ ଙ୍କ ଗ୍ରସ୍ତ ଦ୍ୱାରା କିଭଳି ଦୈନିକ ଡାକ୍ତର ପାଳିରେ ନ ଆସି ଦୈନିକ ରୋଗୀସେବା କରିବେ ସେ ନେଇ ସମୟ କୁ ଚାହିଁ ବସିଛନ୍ତି ବୁଦ୍ଧିଜୀବିମାନେ। ଶ୍ରୀ ସିଂଙ୍ଗ ଙ୍କ ଗତକାଲି ମଙ୍ଗଳବାର ଗ୍ରସ୍ତପରେ ଆଜି କଣାସ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଡାକ୍ତର ଥିବାର ଜଣାପଡିଛି।

Nalco

Leave A Reply