ନବରଙ୍ଗପୁର:- ପୁଣିଥରେ ଓଡ଼ିଶାର ଜଣେ ପୁଅକୁ ନିଜ ଫିଲ୍ମରେ ବ୍ରେକ ଦେଲେ ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା। ନିଜ ଫିଲ୍ମ ‘ଥ୍ରୀଲର’ ପାଇଁ ଓଡ଼ିଶାରୁ ନାୟକ ବାଛିଲେ ଆର ଜୀ ଭି। ନବରଙ୍ଗପୁରର ରକ କଚି ଙ୍କୁ ନାୟକ ଭାବେ ବାଛିଛନ୍ତି ବର୍ମା । ରାଉରକେଲାର ଅପ୍ସରା ରାଣୀଙ୍କ ବିପକ୍ଷରେ ନାୟକ ହେବେ ରକ୍। ନବରଙ୍ଗପୁର ଜିଲ୍ଲାର ରକ୍ ଏବେ ମହାରାଷ୍ଟ୍ରର କୋହ୍ଲାପୁରରେ ରହୁଛନ୍ତି। ଏବେ ଫିଲ୍ମର କେତେକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ଅପ୍ସରା ଓ ରକଙ୍କ ହଟ୍ ଅନ୍ଦାଜ ଦେଖିବାକୁ ମିଳିଛି।
ରାମଗୋପାଳ ବର୍ମାଙ୍କ ଆଗାମୀ ଥ୍ରୀଲର ଚଳଚ୍ଚିତ୍ରର ଲିଡ୍ ରୋଲରେ କାମ କରି ଜିଲ୍ଲା ପାଇଁ ଗର୍ବ ଓ ଗୌବର ଆଣିଛନ୍ତି ରକ। ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜନ୍ମିତ ଓ୍ୱାଜିଦ୍ ରକଙ୍କ ପିଲାଦିନ କଟିଥିଲା ଉମରକୋଟରେ। ଦଶ ବର୍ଷ ଯାଏଁ ଉମରକୋଟରେ ରହି ବଡ଼ ହୋଇଥିଲେ ରକ।
ବ୍ୟବସାୟିକ କାରଣରୁ ବାପା ଓ ମାଆଙ୍କ ସହ ସେ ମହାରାଷ୍ଟ୍ରର କୋଲ୍ଲାପୁର ଚାଲି ଯାଇଥିଲେ। ସେଠାରେ ସେ ମଡେଲିଂ ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୧୬-୧୭ ରେ ସେ କଲେଜରେ ମିଷ୍ଟର ଇନ୍ଭରଟର ହାସଲ କରିଥିଲେ। ୨୦୧୮ରେ Mr ମହାରାଷ୍ଟ୍ର ଟାଇଟଲ ଜିତିଥିଲେ। କୋଲ୍ଲାପୁର ଠାରେ ନିଜର ରେସ୍ତୋରାଁ ଖୋଲି ବ୍ୟବସାୟ କରିବା ସହ ମଡେଲିଂ କରୁଥିଲେ। ଏହି ସମୟରେ ରାମଗୋପାଳଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା।
ସୂଚନାଯୋଗ୍ୟ ଯେ ଥ୍ରୀଲର ଫିଲ୍ମ ପାଇଁ ଓଡ଼ିଶାରୁ ଝିଅ ବାଛିଥିବା ନେଇ ରାମଗୋପାଳ ନିଜ ସୋସିଆଲ ମିଡିଆରେ ଜଣାଇଥିଲେ। ଅପ୍ସରାଙ୍କ ଯୋଗୁଁ ସେ ଓଡ଼ିଶାକୁ ଚିହ୍ନିଥିବା ଏଥିରେ ଲେଖିଥିଲେ।