Odisha news

ଦୁଇଦିନ ଲଦାଖ ଗସ୍ତରେ ଯିବେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ସୀମାର ସ୍ଥିତି ପରଖିବେ

0

ନୂଆଦିଲ୍ଲୀ :ଚୀନ ସହିତ ସୀମାରେ ଚାଲିଥିବା ଉତେଜନା ସମୟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ LAC ଗସ୍ତ କରିବେ l ରକ୍ଷାମନ୍ତ୍ରୀ ଦୁଇଦିନ ପାଇଁ ଜାମ୍ମୁ କାଶ୍ମୀର ଓ ଲଦlଖ ଗସ୍ଥରେ ଯିବେ ,ଯେଉଁଠି ସେ LAC ସହିତ LOC ଯିବାର କାର୍ଯ୍ୟକ୍ରମ ରହିଛି l ରକ୍ଷାମନ୍ତ୍ରୀ ରାଜନାଥ ସିଂ ଜୁଲାଇ ୧୭ ତାରିଖ ଦିନ ଲେହରେ ପହଂଚିବେ ,ସେଠାରେ LOC ର ସ୍ଥିତିକୁ ନିରୀକ୍ଷଣ କରିବେ l ଏହା ପରେ ଜୁଲାଇ ୧୮ ତାରିଖ ଦିନ LAC ଯିବେ ,l LACରେ ପହଂଚି ଭାରତ ଓ ଚୀନର ସୀମା ପରିସ୍ଥିତିକୁ ଅନୁଧ୍ୟାନ କରିବେ l

ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହା ପୂର୍ବରୁ ଦିଲ୍ଲୀରେ ସେନାମୁଖ୍ୟ ,ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ସହିତ ବୈଠକ କରି ସୀମା ପରିସ୍ଥିତି ବିଷୟରେ ସମସ୍ତ ତଥ୍ୟ ନେଇ ସାରିଛନ୍ତି l ଜୁନ ୧୫ ତାରିଖରେ ୨0ଜଣ ଯବାନ ସହିଦ ହେଲା ପରେ ସୀମାରେ ଉତେଜନା ବଢିବାକୁ ଲାଗିଥିଲା l ମାଈମାସ ପରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ବଢିଥିଲା l ନିକଟରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହୋଇଥିବା ଚୁକ୍ତି କୁ ଆଧାର କରି ବର୍ତ୍ତମାନ ସୀମାରୁ ସୈନ୍ୟଙ୍କୁ ହଟାଇବାର କାମ ଆରମ୍ଭ ହୋଇଛି l ଚୀନର ସୈନ୍ୟମାନେ ଗଲୱାନ ଓ ପେଂଗଙ୍ଗ ଇଲାକାରୁ ପଛକୁ ହାତୀ ସାରିଲେଣି l ଏହା ପୂର୍ବରୁ ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜନାଥ ସିଂଙ୍କର ଲେହ ଯାତ୍ରା କରିବାର ଥିଲା ,ଯାହା ସ୍ଥଗିତ ହୋଇଥିଲା l

Har Ghar Tiranga

Leave A Reply