Odisha news

ରାଷ୍ଟ୍ରପତି ଙ୍କ ଉଲ୍ଲେଖନୀୟ ସେବା ପଦକ ପ୍ରାପ୍ତ ପୋଲିସ ଅଧିକାରୀ ପ୍ରଶାନ୍ତ ସାହୁ ଙ୍କୁ ଶୁଭେଚ୍ଛା

0
ଆସିକା: ଆସିକା ର ପ୍ରାକ୍ତନ ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସହର ଡି ଏସ ପି ପ୍ରଶାନ୍ତ କୁମାର ସାହୁଙ୍କୁ ରାଷ୍ଟ୍ରପତି ଙ୍କ ଉଲ୍ଲେଖନୀୟ ସେବା ପଦକ ନିମନ୍ତେ ଚୟନ ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଂଗଠନ ପକ୍ଷରୁ ଶ୍ରୀ ସାହୁ ଙ୍କୁ ଅଭିନନ୍ଦନ ଜଣାଯାଇଛି। ୨୦୦୫ ରେ  ଗଞ୍ଜାମ ଜିଲ୍ଲାର ଆସିକାରୁ ଚାକିରୀ ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁ ଗତ ୧୮ ବର୍ଷ ରେ  ପୋଲିସ ଅଧିକାରୀ ଭାବେ ପୋଲିସ ସେବା, ରକ୍ତ ଦାନ ଆୟୋଜନ  ଭଳି  ପଦକ୍ଷେପ, ପୋଲିସ ଓ ଜନସାଧାରଣ ସମ୍ପର୍କ ସ୍ଥାପନ, ମାମଲା ର ତଦନ୍ତ,ବିଭିନ୍ନ ପର୍ବ ପର୍ବଣୀ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଚୋରି ଡକାୟତି ହତ୍ୟା ଆଦି ମାମଲାରେ ଅନୁସନ୍ଧାନ କରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା,ବେଆଇନ ଅସ୍ତ୍ର ଶସ୍ତ୍ର ଜବତ, ଅବକାରୀ ମାମଲା, ବେଆଇନ ମଦ କାରବାର ବିରୁଦ୍ଧରେ, ବେଆଇନ ବାଣ ପ୍ରସ୍ତୁତି ଓ ମହଜୁଦ ଉପରେ ଚଢ଼ାଉ, ଗଂଜେଇ ଚାଲାଣ ଉପରେ ଚଢ଼ାଉ,ଜୁଆ ଖେଳ ଉପରେ ଚଢ଼ାଉ  ମକଦ୍ଦମାର ପର୍ଯ୍ୟବେକ୍ଷଣ, ୱାରେଣ୍ଟି ଧର ପଗଡ଼ ବହୁ ମାମାଲା ରେ ତଦନ୍ତ ଶେଷ କରି ଅଭିଯୁକ୍ତ ଙ୍କୁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରିବା ରେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି।ସେ ଥାନା ଦାୟିତ୍ଵ ଥିବା ସମୟରେ ସି ସି ଟି ଏନ ଏସ ପରିଚାଳନା ରେ ଆସିକା ଥାନା କୁ  ରାଜ୍ୟ ରେ ପ୍ରଥମ , ଆସିକା ଥାନାକୁ ଜାତୀୟ ସ୍ତରରେ ଏକ ନମ୍ବର କରି ପୁରସ୍କୃତ ହେବା ଭଳି ଉଲ୍ଲେଖନୀୟ କାର୍ଯ୍ୟ କରି ଜନସାଧାରଣ ଙ୍କ ପ୍ରିୟପାତ୍ର ହୋଇପାରିଥିଲେ।ବ୍ୟକ୍ତିଗତ ଭାବେ ରାଜ୍ୟପାଳ ପଦକ ରେ ସମ୍ମାନିତ ହୋଇଥିଲେ। ଆସିକା ଥାନା ଅଧିକାରୀ ଦାଇତ୍ୱ ରେ ରହି  ରାଜ୍ୟପାଳ ପଦକ ରେ ସମ୍ମାନିତ ହୋଇଥିବା  ଶ୍ରୀ ସାହୁ ଏବେ ରାଷ୍ଟ୍ରପତି ଙ୍କ ଉଲ୍ଲେଖନୀୟ ସେବା ପଦକ ପାଇବା ପାଇଁ ଘୋଷଣା ପରେ ତାଙ୍କୁ ବହୁ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି।
Leave A Reply