Odisha news

ଭିନ୍ନକ୍ଷମ ମହିଳା ଙ୍କୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ୧୨ ବର୍ଷ ଜେଲ

0

ଆସିକା  :  ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗ୍ରାମ ରେ ଜୈନିକ  ମାନସିକ ଭିନ୍ନକ୍ଷମ ମହିଳା ଙ୍କୁ ଦୁଷ୍କର୍ମ ମାମଲା ବିଚାରଣା  ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ସୁଶାନ୍ତ ନାହାକକୁ ଦୋଷୀ ସାବ୍ୟସ୍ତ କରି ଆଜି ଦଣ୍ଡାଦେଶ ଶୁଣାଇଛନ୍ତି।୧୫ ଅକ୍ଟୋବର ୨୦୨୨ ତାରିଖ  ଶୌଚ ହେବା ପାଇଁ ଘର ପାଖରେ ଥିବା ସର ବନ୍ଧ କୁ ସନ୍ଧ୍ୟା ୭ ଟା ସମୟରେ  ଯାଇଥିବା ବେଳେ ୨୩ ବର୍ଷୀୟ ବାକ୍ ଓ ଶ୍ରବଣ ବାଧୀତ ଭିନ୍ନକ୍ଷମ ଝିଅ କୁ ନିକଟସ୍ଥ  ବୁଦା କୁ ଟେକି ନେଇ ଗ୍ରାମର ସୁଶାନ୍ତ ନାହାକ ଦୁଷ୍କର୍ମ କରିଥିବା ନେଇ ତାଙ୍କ ମା  ଉର୍ମିଳା ଗୌଡ଼ ଆସିକା ଥାନା ରେ ଅଭିଯୋଗ କରିଥିଲେ।  ଥାନା କେସ ନଂ ୬୯୪/୨୦୨୨ ରେ ପୋଲିସ ମାମଲା ରୁଜୁ କରି ତତ୍କାଳୀନ ଥାନା ର ଭାରପ୍ରାପ୍ତ ଅଧିକାରୀ  ପ୍ରଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ଘଟଣାର ତଦନ୍ତ କରି ଥିଲା।ଅଭିଯୁକ୍ତ ସୁଶାନ୍ତ ଫେରାର ହେବା ପୂର୍ବରୁ ତାକୁ ଗିରଫ କରି ଉଭୟ ଙ୍କ ଡାକ୍ତରୀ ମାଇନା କରାଇ ଅଭିଯୁକ୍ତକୁ ପୋଲିସ ଅଧିକାରୀ ଶ୍ରୀ ସାହୁ କୋର୍ଟ ଚାଲାଣ କରିଥିଲେ। ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ ଏହି ମାମଲା ର ବିଚାରଣା  ଚାଲିଥିବା ବେଳେ  ଅତିରିକ୍ତ ଜିଲ୍ଳା ଜଜ ଶ୍ରୀ ଚୌଧୁରୀ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି  ଆଜି  ଅଭିଯୁକ୍ତ  ସୁଶାନ୍ତ ନାହାକ ଙ୍କୁ  ଆଇ ପି ସି ଧାରା ୩୭୬ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି।ଧାରା ୩୭୬ (୨) ରେ ୧୨ବର୍ଷ  ସଶ୍ରମ ଜେଲ ୫ହଜାର  ଟଙ୍କା ଜରିମାନା ଅନାଦେୟ ୪ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।  ଅତିରିକ୍ତ ଜିଲ୍ଳା ଜଜ କୋର୍ଟ ରେ  ସରକାରଙ୍କ ପକ୍ଷରୁ ଅତିରିକ୍ତ ପି ପି ସୁଧାଂଶୁ ପଣ୍ଡା ଓ ଜି. ସୂର୍ଯ୍ୟ ପ୍ରକାଶ ରାଓ  ଏହି ମାମଲା ପରିଚାଳନା କରିଥିଲେ।

Leave A Reply