ଆସିକା : ଗଞ୍ଜାମ ଜିଲ୍ଲା ଦୁଇ ଦିନିଆ ଗସ୍ତ ଅବସର ରେ ୫ ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି . କେ. ପାଣ୍ଡିଆନ ରବିବାର ମଧ୍ୟାହ୍ନ ରେ ଆସିକା ପହଁଚିଥଲେ। ଶ୍ରୀ ପାଣ୍ଡିଆନ ସହର ପ୍ରବେଶ ପଥ ବିଜୁ ପଟ୍ଟନାୟକ ଛକରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଅଧିଷ୍ଠାତ୍ରୀ ମା ଖମ୍ବେଶ୍ଵରୀ ମନ୍ଦିରର ରେ ପହଁଚିଥିଲେ। ମନ୍ଦିରରେ ମାଖମ୍ବେଶ୍ଵରୀ ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ମନ୍ଦିର ପୂଜକ ଙ୍କ ପକ୍ଷରୁ ସଭାପତି ସତ୍ୟ ନାରାୟଣ ସ୍ୱାଇଁ ,ସଚ୍ଚିଦାନନ୍ଦ ଖଟେଇ, ମନୋଜ ମୁନି,ସନ୍ୟାସୀ ମୁନି ପ୍ରମୁଖ ଶ୍ରୀ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ମନ୍ଦିର କୁ ପାଛୋଟି ନେଇ ଥିଲେ। ସଂପ୍ରତି ମନ୍ଦିର ଉନ୍ନୟନ ନିମନ୍ତେ ଏକ କୋଟି ରୁ ଉର୍ଦ୍ଧ୍ୱଟଙ୍କା ର ସହାୟତା ରାଜ୍ୟ ସରକାର ଯୋଗାଇଥିବା ଓ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।ପରେ ମନ୍ଦିର ପଛପଟ ପଡ଼ିଆରେ ଉପସ୍ଥିତ ବିଜେଡି ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଆୟୋଜିତ ସଭାରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଆସିକାବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଏନ ଏ ସି ଅଧ୍ୟକ୍ଷା ଵିନେତା ସ୍ଵାଇଁ,ଅନିମା ପରିଡ଼ା, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ,ଜୋନ ଯୁବ ବିଜେଡ଼ି ସଭାପତି ନଚିକେତା ସ୍ଵାଇଁ,ଦଳୀୟ ନେତା ଭଗବାନ ସାହୁ, ଶିବ ନାହାକ, ସୂର୍ଯ୍ୟ ପରିଡ଼ା, ଦିଲ୍ଲୀପ ପାଣିଗ୍ରାହୀ,ଜିଲା ପରିଷଦ ସଭ୍ୟ ବି ମନୋଜ ଦୋରା, ବିଜେଡ଼ି ସମ୍ପାଦକ ଅଭିମନ୍ୟୁ ନାହାକ ସମେତ ଶତାଧିକ ବ୍ଲକ ଓ ନଗର ଜନ ପ୍ରତିନିଧି ଯୋଗ ଦେଇଥିଲେ। ଶ୍ରୀପାଣ୍ଡିଆନ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଖମ୍ବେଶ୍ଵରୀ ମନ୍ଦିର ରୁ ଶ୍ରୀପାଣ୍ଡିଆନ ରାଜସ୍ବ ବିଭାଗ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବା ସହ ଉପସ୍ଥିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ. ପି ଜଗମୋହନ ମୀନା,ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକ,ବିଡ଼ିଓ ଫକୀର ଚରଣ ପରିଡ଼ା,ତହସିଲଦାର ରୀନା କୁମାରୀ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଙ୍କ ସହ ଆଲୋଚନା କରିବା ପରେ ଭଂଜନଗର ଅଭିମୁଖେ ଯାତ୍ରା କରିଥିଲେ।