ଆସିକା : ଅଙ୍ଗନବାଡି କେନ୍ଦ୍ର ରେ ଅନିୟମିତତା ଓ କର୍ମୀ ଙ୍କ ଅନୁପସ୍ଥିତି ନେଇ ବାରମ୍ବାର ଅଭିଯୋଗ ପରେ ଆଜି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଛଅ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର କୁ ସି ଡି ପି ଓ ଭାଗ୍ୟଲତା ପାତ୍ର ତଦନ୍ତ କରିଛନ୍ତି।ସାହି ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ ପ୍ରକାରେ ସି ଡି ପି ଓ ଶ୍ରୀମତୀ ପାତ୍ର ଛଅ ନମ୍ବର ୱାର୍ଡ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ଆଜି ତଦନ୍ତ ପାଇଁ ପହଞ୍ଚି ଥିଲେ। ସୁପରଭାଇଜର୍ ଦୀପ୍ତି ଧୋବା ମାତୃ କମିଟି ,ଯାଞ୍ଚ କମିଟି ,ସାହି ବାସିନ୍ଦା ବହୁ ହିତାଧିକାରୀ ଉପସ୍ଥିତ ଥିଲେ ।କେନ୍ଦ୍ର ସହାୟିକା ମାତ୍ର ତିନିଜଣ ଶିଶୁକୁ ନେଇ କେନ୍ଦ୍ରରେ ବସିଥିଲେ କିନ୍ତୁ ଅଙ୍ଗନୱାଡ଼ିକର୍ମୀ ବି. ଅରୁଣା ଆଚାରି ଉପସ୍ଥିତ ନଥିଲେ। କେନ୍ଦ୍ରରେ କୌଣସି ପ୍ରକାର ରେକର୍ଡ ଦେଖିବାକୁ ମିଳିନଥିବା ସହାୟିକା କହିବା ଅନୁଯାୟୀ ସତର ଜଣ ଶିଶୁଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ମାତ୍ର ତିନି ଜଣ ଶିଶୁଙ୍କ ଉପସ୍ଥିତ ଥିବା ସି ଡି ପି ଓ ଶ୍ରୀମତୀ ପାତ୍ର କହିଛନ୍ତି। ଏହି ସମୟରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଵିନେତା ସ୍ୱାଇଁ ଓ କାଉନସିଲର ରିନା ବେହେରା ୱାର୍ଡ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ରେ ପହଞ୍ଚି ଥିଲେ।ଅଙ୍ଗନୱାଡ଼ିକର୍ମୀ ଅରୁଣା ଆଚାରୀ ବର୍ଷ ବର୍ଷ ଧରି ରହୁ ନଥିବା ଓ ଦୀର୍ଘ ନଅ ମାସ ହେବ କୌଣସି ଶିଶୁକୁ ଅଣ୍ଡା ଛତୁଆ ତଥା ସରକାରଙ୍କ ତରଫରୁ ଦିଆଯାଇଥିବା ସୁବିଧା ପାଇପାରୁ ନଥିବା ୱାର୍ଡ ବାସି ନଗରପାଳ ଓ କାଉନସିଲର ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ।ଅଙ୍ଗନବାଡି କର୍ମୀ ଦୀର୍ଘମାସ ହେଲା ନିୟମିତ ଭାବେ ଆସିକା ସହରରେ ଅନୁପସ୍ଥିତ ରହୁ ଥିବା କାରଣରୁ ହେତୁ ଶିଶୁଙ୍କୁ ସରକାରୀ ଯୋଜନା ପ୍ରକାରେ ଖାଦ୍ୟ ବଣ୍ଟନ, ଶିଶୁଙ୍କୁ ପାଠ ପଢ଼ାଇବା, ଗର୍ଭବତୀ ମହିଳାଙ୍କ ତଥ୍ୟ ପ୍ରଦାନ, ମୃତ୍ୟୁ ପ୍ରମାଣ ପତ୍ର ପାଇଁ ତଥ୍ୟ ପ୍ରଦାନ,ସହିତ ବହୁ ସରକାରୀ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଥିବା ଉପସ୍ଥିତ ମହିଳା ମାନେ ପ୍ରକାଶ କରିଥିଲେ।।ଏଥି ସମ୍ପର୍କରେ ବାରମ୍ବାର କାଉନସିଲର ବୈଠକରେ ଆଲୋଚନା ହେବା ସହିତ ସାହି ଲୋକ ସି ଡି ପି ଓ ଓ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ।ଅଙ୍ଗନବାଡ଼ି କର୍ମୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହିତ ତାଙ୍କୁ ବହିଷ୍କାର କରି ନୂତନ କର୍ମୀ ନିଯୁକ୍ତି ନେଇ ଉପସ୍ଥିତ ସମସ୍ତ ମହିଳା ଓ ଜନସାଧାରଣ ଦୃଷ୍ଟି ଆକର୍ଷଣ କରିଥିଲେ। କଲେ କେନ୍ଦ୍ର ଠିକ୍ କାର୍ଯ୍ୟକ୍ଷମ ହୋଇ ପାରିବ । ଏନ୍ ଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ କହିଛନ୍ତି ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ କେନ୍ଦ୍ର ଠିକ ଭାବେ ପରିଚାଳନା ପାଇଁ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ପତ୍ର ଦ୍ୱାରା ଅବଗତ କରାଇବେ ବୋଲି ୱାର୍ଡ ବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।।