Odisha news

ଆସିକା ଏନ ଏ ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି

0

ଆସିକା :  ଆସିକା ଏନ ଏ ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ବହୁ ଆକର୍ଷଣୀୟ ତଥା ଗାମ୍ଭିର୍ଯ୍ୟ ପରିବେଶ ରେ ପାଳିତ ହୋଇଛି। ଏନ ଏ ସି ଅଧକ୍ଷା ବିନେତା ସ୍ଵାଇଁ ଙ୍କ  ତତ୍ତ୍ୱାବଧାନରେ   ଆସିକା  ବିଜ୍ଞାପିତ ଅଞ୍ଚଳ ପରିଷଦ  ପକ୍ଷରୁ ଏହି ଅବସରରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ସକାଳୁ ରାମ ଧୁନ ନଗର ପରିକ୍ରମା କରିବା ପରେ ଏନ ଏ ସି ପରିସର ଅଧକ୍ଷା ଶ୍ରୀମତୀ ସ୍ବାଇଁ ଙ୍କ ଦ୍ଵାରା ପତାକା ଉତ୍ତୋଳନ ହୋଇଥିଲା । ପରେ ହରିହର ଉଛ ବିଦ୍ୟାଳୟ ପରିସର ରେ ଥିବା ବର ପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ  ପରେ ବିଜୁ ପଟ୍ଟନାୟକ ଛକ ରେ ବିଜୟ ବାବୁଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ଆସିକା ସହର  ସୌନ୍ଦର୍ଯ୍ୟ କରଣ ପାଇଁ ନିର୍ମିତ ପ୍ରକଳ୍ପର ଉଦଘାଟନ କରିଥିଲେ। ସନ୍ଧ୍ୟା ରେ ଟାଉନ ହଲ ପରିସରରେ ଆୟୋଜିତ ମୁଖ୍ୟ ବୈଠକ ରେ  ଏନଏସି  ଅଧକ୍ଷା  ଵିନେତା ସ୍ବାଇଁ ଙ୍କ ପୌରହିତ୍ୟି କରିଥିଲେ। ।ଆସିକା ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ  ଲୋକନାଥ ବେଜ଼ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧୟିକା  ମଞ୍ଜୁଳା ସ୍ୱାଇଁ ,  ଯୋଗ ଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଆସିକା ସହର ମଧ୍ୟରେ ଲୋକ ପରିବହନ ସୁବିଧା ଦେବା ପାଇଁ ବେଟେରି ଚାଳିତ ତିନିଟି ଅଟୋ ସେବା ର ଶୁଭାରମ୍ଭ କରିଥିଲେ। ଆସିକା ଓକିଲ ସଂଘ ର ସଭାପତି ରବୀନ୍ଦ୍ରନାଥ ଶର୍ମା,ଉପାଧ୍ୟକ୍ଷା, ଜୟନ୍ତୀ ବିଶୋଇ ,ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ସୂର୍ଯ୍ୟ ପରିଡ଼ା,ଅରୁଣ କୁମାର ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ  । ଆସିକା ଏନ ଏ ସି ଅଞ୍ଚଳରେ ବିଶେଷ କାର୍ଯ୍ୟ କରୁଥିବା ବହୁ କର୍ମଚାରୀ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।ପୂର୍ବରୁ ଆୟୋଜିତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଙ୍କୁ ଏହି ଅବସରରେ ଅତିଥି ମାନେ ପୁରସ୍କୃତ କରାଯାଇଛି।ଏଥିରେ ସମସ୍ତ କାଉନସିଲର ଓ କର୍ମଚାରୀ ସହଯୋଗ କରିଥିଲେ।

Leave A Reply