Odisha news

ପୋଲିସ ର ମଦ ଧର ପଗଡ଼ : ୭ ମଦବେପାରୀ ଗିରଫ,୪୨୦ ଲିଟର ମଦ ଜବତ

0

ଆସିକା – ସହର ସଂଲଗ୍ନ ପକଲାପଲ୍ଲୀ ଗ୍ରାମ ନିକଟସ୍ଥ ଏରଗୋଲ ବସ୍ତିରେ  ଚାଲିଥିବା ଚୋରା ମଦ ପ୍ରସ୍ତୁତି ଓ ବିକ୍ରୀ ସ୍ଥଳ ରେ ପୋଲିସ ଚଢାଉ କରିଛି। ବିଶେଷ ସୂତ୍ର ରୁ ଖବର ପାଇ ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ  ଗୁରୁବାର ସକାଳୁ ଚଢାଉ କରିଥିଲା। ପୋଲିସ  ପ୍ରାୟ ୪୨୦ ଲିଟର ଦେଶୀ  ମଦ ଜବତ କରି ଥିଲା ବେଳେ ଏକ ହଜାର ଲିଟର ମଲାସିସ  ନଷ୍ଟ କରିଥିଲା।

ଏଥିରେ ସଂପୃକ୍ତ ଥିବା ଅଭିଯୋଗ ରେ ୭ ମଦ ବେପାରୀ ଙ୍କୁ ମଧ୍ୟ ଗିରଫ କରାଯାଇଥିବା  ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କୁ  ପୃଥକ ମାମଲା ରେ ଅବକାରୀ  ଓ କରୋନା ଭୂତାଣୁ ସଂକ୍ରମଣ ନିରୋଧ ଆଇନ ରେ  କୋର୍ଟ ଚାଲାଣ କରାଯାଇଥିବା  ଜଣା ଯାଇଛି ।

Leave A Reply