Odisha news

ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋକଲ୍ୟାଣ ସମିତି ପାଲଙ୍ଗ ଶାଖା ରକ୍ତଦାନ ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ

0
 ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଲଙ୍ଗ ଗ୍ରାମ ପଞ୍ଚାୟତ ,ସିହେଚସି ସେଣ୍ଟର ଓ ଗାୟତ୍ରୀ ପରିବାର ବିଶ୍ବମଙ୍ଗଳ ଗୋ-କଲ୍ୟାଣ ସମିତି ରମ୍ଭା  ମିଳିତ ସହଯୋଗରେ  ପାଲଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି ।ଏହି ଶିବିରରେ  ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଜାନକୀ ପ୍ରଧାନ, ପାଲଙ୍ଗ ସରପଞ୍ଚ, ସମ୍ମାନୀତ ଅତିଥି ଭାବେ କୃଷ୍ଣଚନ୍ଦ୍ର ପ୍ରଧାନ,ସରପଞ୍ଚ ପ୍ରତିନିଧି, ପି. ଜନାର୍ଦ୍ଦନ ଦୋରା, ପୂର୍ବତନ ସରପଞ୍ଚ,ଗୌରାଙ୍ଗପାଟଣା ଶାଖା  ସଂଯୋଜକ ଶେଷଦେବ ବେହେରା,ବିଶ୍ବମଙ୍ଗଳ ଗୋକଲ୍ୟାଣ ସମିତି ରମ୍ଭା ଶାଖାର ସହ ସଂଯୋଜକ ରବି ନାରାୟଣ ସେନାପତି ଓ ପାଲଙ୍ଗ ସଂଯୋଜକ ଶିବରାମ ପଟ୍ଟନାୟକ ଯୋଗଦେଇଥିଲେ।
ବୈଶ୍ବିକ ମହାମାରୀ କରୋନା ଜନିତ ରକ୍ତ ଅଭାବକୁ ଦୂରେଇବା ନିମନ୍ତ ଏହି ରକ୍ତଦାନ ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି  ଶିବିରରେ କେ.ଶଙ୍କର ନାରାୟଣ ଦୋରା,ରମେଶ ମହାରଣା, ପ୍ରଦୀପ କୁମାର ତ୍ରିପାଠୀ, ପି.କନ୍ଧ ଦୋରା ,ଏସ.ସନ୍ତୋଷ ରାଓ,କେ.ଲୋକନାଥ ଦୋରା, ପି.ଦ୍ବିତୀକୃଷ୍ଣ ଦୋରା କେ.ଲିଙ୍ଗରାଜ ଦୋରା,ଏସ. ପଦ୍ମା ରାଓ,କେ.ଲଛମନ ଦୋରା,କେ.ଆଶିଷ ଦୋରା, ଅନ୍ତର୍ଯ୍ୟାମୀ ଗୌଡ଼,ପ୍ରଶାନ୍ତ କୁମାର ସେଠୀ, ପଦ୍ମନାଭ ବାରିକ,ସୁଧୀର କୁମାର ଗୌଡ଼, ନିରାକାର ମହାରଣା,କେ. ରାମବାବୁ ଦୋରା, ପି.ଚିଟିବାବୁ ଦୋରା,ଏସ.ସାବିତ୍ରୀ ଦୋରା ଆଦି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ଏହି ରକ୍ତଦାନ ଶିବିରରେ ଓଡିଶା ରକ୍ତଭଣ୍ଡାର ବ୍ରହ୍ମପୁରର ପଞ୍ଚାନନ ସେଠି, ଦେବାଶିଷ ପଣ୍ଡା, ଏସ କେ ପଣ୍ଡା ଓ ଡମ୍ବୁରୁ ବାହାଦୂର କାର୍କୀ ଯୋଗ ଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।କେ ଶଙ୍କର ନାରାୟଣ ଦୋରା, ପି ଜଗନ୍ନାଥ ଦୋରା, ସନାର୍ତନ ମହାରଣା,ଏମ କୃଷ୍ଣ ଦୋରା,ସମୀର ପ୍ରଧାନ, ଏମ  ମାହେଷୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଗାୟତ୍ରୀ ଶକ୍ତି ପୀଠର ପରିଚାଳକ ଶ୍ରୀ ପଞ୍ଚାନନ ଖଟୁଆ ଧନ୍ୟବାଦ ଜଣାଇଛନ୍ତି।
Leave A Reply