Odisha news

କଣ ରହିଛି ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭ ର ଇତିହାସ, ଯାହା ଚନ୍ଦ୍ର ପୃଷ୍ଠ ରେ ମଧ୍ୟ ଅଙ୍କିତ ହେଲା 

0
ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭ ଆମ ଦେଶର ସଂସ୍କୃତି ଓ ସ୍ୱତନ୍ତ୍ର ଅସ୍ତିତ୍ବ ର ବଡ଼ ପ୍ରତୀକ ଅଟେ l ନିକଟରେ ଚନ୍ଦ୍ରଜାନ ୩ ଓ ରୋବର ପ୍ରଜ୍ଞାନ ସହାୟତା ରେ ମଧ୍ୟ ଚନ୍ଦ୍ର ରେ ଭାରତର ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭ ଅଙ୍କନ ହୋଇଛି l ସାରା ବିଶ୍ୱରେ ଭାରତର ଯେଉଁ ପରିଚୟ ସୃଷ୍ଟି ହୋଇଛି ସେଥିରେ ମୁଖ୍ୟ ଭୂମିକା ଅଶୋକ ସ୍ତମ୍ଭ ର ରହିଛି l ସାମ୍ବିଧାନିକ ଭାବରେ ଭାରତ ସରକାର ଜାନୁଆରୀ ୨୬ ତାରିଖ ୧୯୫୦ ରେ ରାଷ୍ଟ୍ରୀୟ ଚିହ୍ନ ଭାବରେ ଅଶୋକ ସ୍ତମ୍ଭ କୁ ମାନ୍ୟତା ଦିଆଯାଇ ଥିଲା, କାହିଁକି ନା ଅଶୋକ ସ୍ତମ୍ଭ, ଶାସନ , ସଂସ୍କୃତି ଓ ଶାନ୍ତିର ସବୁଠୁ ବଡ଼ ପ୍ରତୀକ ଅଟେ l କିନ୍ତୁ ଏହି ଅଶୋକ ସ୍ତମ୍ଭର ରହିଛି ଲମ୍ବା ଇତିହାସ l
ସେଥିପାଇଁ ଆମକୁ ୨୭୩ ଖ୍ରୀଷ୍ଟ ପୂର୍ବ ରେ ଭାରତ ବର୍ଷରେ ମୌର୍ଯ୍ୟ ବଂଶ ର ତୃତୀୟ ସମ୍ରାଟ ଅଶୋକ ଶାସନ କରୁଥିଲେ l ଏହା ସେହି ସମୟ ଥିଲା ଯେବେ ଅଶୋକ ଙ୍କୁ ଗୋଟିଏ କ୍ରୁର ଶାସକ ବୋଲି ସମାଲୋଚନା କରାଯାଉ ଥିଲା l କିନ୍ତୁ କଳିଙ୍ଗ ଯୁଦ୍ଧରେ ହୋଇଥିବା ନରସଂହାର ଦେଖି ସମ୍ରାଟ ଅଶୋକ ଖୁବ ବ୍ୟଥିତ ହୋଇଥିଲେ ଓ ହିଂସା ତ୍ୟାଗ କରି ବୌଧ ଧର୍ମ ଗ୍ରହଣ କରିଥିଲେ l ଏହାପରେ ସମ୍ରାଟ ଅଶୋକ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଦେଶ ରେ ଏହାର ପ୍ରତୀକ ସ୍ୱରୂପ ୪ଟି ମୁଣ୍ଡ ଥିବା ସିଂହ ର ଆକୃତି ନିର୍ମାଣ କରାଇଲେ l ଭଗବାନ ବୁଦ୍ଧ ଙ୍କର ଅନେକ ନାମ ମଧରେ ଶାକ୍ୟ ଗୋଟିଏ ନାଁ, ଯାହାର ଅର୍ଥ ହେଉଛି ସିଂହ l
ବର୍ତମାନ ଏହି ଅଶୋକ ସ୍ତମ୍ଭ ଟି ବାରଣାସୀ ର ସାରନାଥ ସଂଗ୍ରହାଳୟ ରେ ରଖା ଯାଇଛି l ୧୯୦୫ ରେ ଜର୍ମାନୀ ର ଜଣେ ସିଭିଲ ଇଂଜିନିୟର ଫେଡେରିକ ଆସ୍କାର ଓଏଣ୍ଟଲ ଏହାକୁ ଖୋଜି ବାହାର କରିଥିଲେ l ଫେଡରିକ ଙ୍କର ଭାରତର ପ୍ରତ୍ନତ୍ତତ୍ୱ ଓ ଇତିହାସ ଉପରେ ଖୁବ ରୁଚି ରହିଥିଲା l ୧୯୦୫ ରେ ଫେଡେରିକ ଙ୍କୁ ମାଟି ତଳୁ ଖୋଲିବା ସମୟରେ ଏହି ୭ଫୁଟ ଉଚ୍ଚ ର ଅଶୋକ ସ୍ତମ୍ଭ ମିଳିଥିଲା l
Leave A Reply