Odisha news

ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ

0

ଅନୁଗୁଳ: ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୮୫ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଘରେ ରହି ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ କଟକ ଶ୍ରୀରାମ ଚନ୍ଦ୍ର ଭଜଂ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶନିବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ସ୍ତାନୀୟ ଅଚଂଳରେ ଶୋକରଛାୟା ଖେଳିଯାଇଥିଲା । ଶ୍ରୀ ପ୍ରଧାନ ଅନୁଗୁଳ ଜିଲ୍ଲାର ଯୁବ ଉଦ୍ୟୋଗୀ ତଥା ସମାଜସେବୀ ଏବଂ ଲାୟନ୍ସ କ୍ଲବ ଅନୁଗୁଳ ୟୁଥର ସଭାପତି ଓଠାକୁରଗଡ଼ ୟୁଥ ପାୱାର ସଙ୍ଗଠନର ପ୍ରତିଷ୍ଠାତା ଶଶାଙ୍କ ଶେଖର ପ୍ରଧାନଙ୍କ ବଡବାପା ଅଟନ୍ତି ।ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ରବିବାର ଅପରାହ୍ନରେ ମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ବାମୁର ପକ୍ଷରୁ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧାଜଂଳୀ ଅର୍ପଣ କରିବା ସହ ଆମ ରାଜ୍ୟ ତଥା ଦେଶ ଏକ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଏବଂ ଏହା ଆମ ଅଚଂଳ ତଥା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ଅପୂରଣୀୟ କ୍ଷତି ବୋଲି କହିଥିଲେ । ବିଧାୟକଙ୍କ ସହ ଏହି ସ୍ମୃତି ସଭାରେ ଅଚଂଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ୧୯୩୫ ମସିହା ସେପ୍ଟେମ୍ବର ୨ ତାରିଖରେ କିଶୋରନଗର ବ୍ଲକର କଦଳୀମୁଣ୍ଡାଗ୍ରାମରେ ଶ୍ରୀ ପ୍ରଧାନ ଜନ୍ମ ଗ୍ରହଣ କରିଥିଲେ । ୧୦୬୦ ମସିହାରେ ସେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ସରକାରୀ ଚାରୁ ଓ ଚାରୁକଳା ମହାବିଦ୍ୟାଳୟରୁ ସ୍ୱର୍ଣ୍ଣ ପଦକ ପାଇ ଶ୍ରେଷ୍ଠ ସ୍ଥାନରେ ରହି ଉତିର୍ଣ୍ଣ ହେବା ପରେ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ କଳା ଶିକ୍ଷକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ନିଜର ପ୍ରତିଭା ଓ ପାରଦର୍ଶିତା ଯୋଗୁଁ ଏନ.ସି.ଇ.ଆର.ଟି. ନୂଆଦିଲ୍ଲୀଙ୍କ ଦ୍ୱାରା “ରିସୋର୍ସ ପର୍ସନ” ରୂପେ ମନୋନୀତ ହେବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ କର୍ମଶାଳା,ଶିବର ଓ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ୧୯୮୪ ମସିହାରେ ଇଂଲଣ୍ଡର ଗ୍ଲାସଗୋ ବିଶ୍ୱ ବିଦ୍ୟାଳୟରେ ଗ୍ରାଫିକ୍ ଆନିମେସନରେ ତାଲିମ ନେଇଥିଲେ । ଶ୍ରୀ ପ୍ରଧାନ ଜଣେ ପ୍ରବୀଣ କଳା ଶିକ୍ଷକ ରୂପେ ନିଜକୁ ପ୍ରତିପାଦିତ କରିବା ସହିତ ଉକ୍ରଳ ବିଶ୍ୱ ବିଦ୍ୟାଳୟ, ଓଡିଶା ମାଧ୍ୟମିକଶିକ୍ଷା ପରିଷଦ, ବ୍ରଡ୍ମପୁର ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମ ପ୍ରସ୍ତୁତି କମିଟିର ସଦସ୍ୟ, ଅଧ୍ୟକ୍ଷ ତଥା ପରୀକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ପ୍ରଶଂସିତ ହୋଇଥିଲେ । ରଙ୍ଗ ଓ ତୂଳୀରେ ଉକ୍ରର୍ସ କଳା ପ୍ରଦର୍ଶନ କରି ଜଣେ ଉଚ କୋଟିର ଚିତ୍ରଶିଳ୍ପୀ ଭାବରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡିଶା ଳଳିତ କଳା ଏକାଡେମୀ, କେନ୍ଦ୍ର ଲଳିତ କଳା ଏକାଡେମୀ ଏବଂ ଅନ୍ୟାନ୍ୟ ଘରୋଇ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଭାସ୍କର୍ଯ୍ୟ ଓ କଳା ଚିତ୍ର ଶିବିରରେ ଯୋଗଦାନ କରି ନିଜର ଅମ୍ଳାନ ସୃଜନୀ ପ୍ରତିଭାକୁ ବିକଶିତ କରିବା ସହିତ ବହୁବାର ପୁରସ୍କୃତ ଓ ସମ୍ମାନୀତ ହୋଇ ରାଜ୍ୟ ଏବଂ ଦେଶର ଗୋ÷ରବ ବୃଦ୍ଧି କରାଇଥିଲେ

Nalco

Leave A Reply