କୋରେଇ : କୋରେଇ ବ୍ଲକରେ ରାସନ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏଠାରେ ଗରିବ ଖଟିଖିଆ ଲୋକଙ୍କର ରାସନ ଓ ରିଲିଫ୍ ଚାଉଳ ହଡ଼ଫ ଜାରି ରହିଛି । ଯାହା ଯୋଗାଣ ବିଭାଗର ଦୁର୍ନିତିଖୋର ଅଧିକାରୀ ଓ ରିଟେଲରଙ୍କ ସଲାସୁତୁରାରେ ସମ୍ଭବ ହୋଇପାରୁଛି । କୋରେଇ ବ୍ଲକର ରଣପୁର ପଂଚାୟତ ରାସନ କେଳେଙ୍କାରୀ ଘଟଣା ନ ମେଂଟୁଣୁ ଏବେ ପୁଣି ଗୌରପୁର ପଂଚାୟତର ମଙ୍ଗଳପୁର ଗ୍ରାମର ରାସନ କେଳେଙ୍କାରି ପଦାକୁ ଆସିଛି ।
ଏଠାରେ ବହୁ ଲୋକ ରାସନ ଓ ରିଲିଫ ସାମାଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି । ଏହାକୁ ନେଇ ଆଜି ମଙ୍ଗଳପୁର ଗ୍ରାମର ରମା ଦେହୁରୀ କାର୍ଡ଼ ନମ୍ବର (୧୩୦୮୦୯୧୦୯୦୦), ସୁରେନ୍ଦ୍ର ଦେହୁରୀ କାର୍ଡ଼ ନମ୍ବର (୧୩୦୮୯୧୦୯୦୭), ଗୁରିଆ ହାତୀ କାର୍ଡ଼ ନମ୍ବର (୧୩୦୮୦୯୧୦୮୮୯), ଗୁର ହାତୀ କାର୍ଡ଼ ନମ୍ବର ( ୧୩୦୮୦୯୧୦୯୦୮), ନୃସିଂହ ହାତୀ କାର୍ଡ଼ ନମ୍ବର ( ୧୩୦୮୦୯୧୦୮୬୯), ଫିରିଙ୍ଗ ହାତୀ କାର୍ଡ଼ ନମ୍ବର ( ୧୩୦୮୦୯୧୦୮୬୭), ବିଳାଶ ହାତୀ କାର୍ଡ଼ ନମ୍ବର ( ୧୩୦୮୦୯୧୦୮୧୦), ଗାଣ୍ଡୁ ହାତୀ କାର୍ଡ଼ ନମ୍ବର ( ୧୩୦୮୦୯୧୦୯୦୬), ଅନନ୍ତ ହାତୀ କାର୍ଡ଼ ନମ୍ବର ( ୧୩୦୮୦୯୧୦୮୫୩), ରବିନ୍ଦ୍ର ଜେନା କାର୍ଡ଼ ନମ୍ବର ( ୧୩୦୮୦୯୧୦୯୫୨), ଦିନବନ୍ଧୁ ସାମଲ କାର୍ଡ଼ ନମ୍ବର ( ୧୩୦୯୦୯୧୦୮୮୨) ରାସନ କାର୍ଡଧାରି ମାନେ ଦୀର୍ଘ ୬ ମାସହେବ ରାସନ ସାମଗ୍ରୀ ପାଇନଥିବା ବେଳେ କରୋନା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ରିଲିଫ୍ ଚାଉଳ ଓ ଡାଲିକୁ ରିଟେଲର ହଡପ କରିଥିବା କୋରେଇ ବିଡିଓଙ୍କୁ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇ ବିଡ଼ିଓ ସ୍ୱେତା ସ୍ନିଗ୍ଧା ଆସନ୍ତା କାଲି ଅଭିଯୋଗ କାରୀଙ୍କ ଗାଁକୁ ଯାଇ ଘଟଣାର ତଦନ୍ତ କରିବା ସହ ରିଟେଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବାକୁ ଉପସ୍ଥିତ ଅଭିଯୋଗ କାରୀଙ୍କୁ କହିଥିଲେ । ସୂଚନା ଥାଉକି ସମ୍ପୃକ୍ତ ରିଟେଲର ରଣପୁର ପଂଚାୟତ ସାଆଁଳା ଗ୍ରାମର ରାସନ କାର୍ଡ ଧାରୀ ମାନେ ଦୀର୍ଘ ୬ ମାସରୁ ଉର୍ଦ୍ଧହେବ ରାସନ ସାମଗ୍ରୀ ସହ ରିଲିଫ୍ ଚାଉଳ ପାଇନଥିବା ବେଳେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯୋଗାଣ ଅଧିକାରୀ ରିଟେଲରଙ୍କୁ ଧରି ଗ୍ରାମର କିଛି ଲୋକଙ୍କୁ କେବଳ ରିଲିଫ୍ ବାବଦକୁ କିଛି ଚାଉଳ ସହ ଅବଶିଷ୍ଟ ଟଙ୍କା ଦେଇ କିଛି ଉପଭୋକ୍ତାଙ୍କୁ ସନ୍ତୁଷ୍ଟ କରିଥିବା ବେଳେ ଚାଉଳ ଓ ଟଙ୍କା ସରିଯିବାରୁ ଆଉ କିଛି ଉପଭୋକ୍ତାଙ୍କୁ କାଲି ଦେବକହି ରିଟେଲର ନୁଚି ବୁଲୁଥିବା ରାସନ ଓ ରିଲିଫରୁ ବଂଚିତ କାର୍ଡ଼ଧାରୀ ମାନେ ପ୍ରକାଶ କରିଛନ୍ତି । ଏସବୁ ବିଷୟରେ ବ୍ଳକ ପ୍ରଶାସନ ଜାଣିବା ପରେ ମଧ୍ୟ ଦୀର୍ଘ ୮ ଦିନ ବିତିଯାଇଥିଲେ ସୁଧା ସମ୍ପୃକ୍ତ ରିଟେଲରଙ୍କ ବିରୁଦ୍ଧରେ କାହାଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ଫଟୋଅଛି)