Odisha news

ଖେଳରତ୍ନ ପାଇଁ ରାଣୀଙ୍କ ନାମ ସୁପାରିସ

0

ନୂଆଦିଲ୍ଲୀ,୨ା୬(ଏଜେନ୍ସି): ମର୍ଯ୍ୟାଦାଜନକ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ନାଁ ସୁପାରିସ କରିଛି ହକି ଇଣ୍ଡିଆ । ସେହିଭଳି ଅର୍ଜୁନ ସମ୍ମାନ ପାଇଁ ବନ୍ଦନା କାଟାରିଆ, ମୋନିକା ବାତ୍ରା ଓ ହରମନପ୍ରୀତ ସିଂଙ୍କ ନାଁ ସୁପାରିଶ ହୋଇଛି । ଜୀବନବ୍ୟାପି ସାଧନା ପାଇଁ ମେଜର ଧ୍ୟାନଚାନ୍ଦ ସମ୍ମାନ ନିମନ୍ତେ ଆରପି ସିଂ ଓ ତୁଷାର ଖଣ୍ଡେକରଙ୍କ ନାଁ ହକି ଇଣ୍ଡିଆ ସୁପାରିସ କରିଛି । ସେହିଭଳି ଦ୍ରୋଣାଚାର୍ଯ୍ୟ ସମ୍ମାନ ପାଇଁ ଖ୍ୟାତନାମା କୋଚ୍‍ ବିଜେ ପାରିଆªା ଏବଂ ରୋମେଶ ପଠାନିଆଙ୍କୁ ହକି ଇଣ୍ଡିଆ ପ୍ରାଧାନ୍ୟ ଦେଇଛି । ସର୍ବୋଚ୍ଚ କ୍ରୀଡା ସମ୍ମାନରାଜୀବ ଗାନ୍ଧି ଖେଳରତ୍ନ ନିମନ୍ତେ ଜାନୁଆରୀ ୧ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ପ୍ରଦର୍ଶନକୁ ଚୟନ ନିମନ୍ତେ ବିଚାରକୁ ନିଆଯିବ । ଏହି ୩ବର୍ଷ ମଧ୍ୟରେ ଅଧିନାୟିକା ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ସଲତାର ଶୀର୍ଷ ଛୁଇଁ ଥିଲା । ୨୦୧୭ ଏସିଆ କପ୍‍ରେ ଭାରତୀୟ ମହିଳା ଦଳ ଐତିହାସିକ ବିଜୟ ହାସଲ କରିଥିଲା । ୨୦୧୮ ଏସିଆନ୍‍ ଗେମ୍ସରେ ରୌପ୍ୟ, ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ୍‍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତ ରାଣୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସ ଟିକେଟ୍‍ ହାସଲ କରିଥିଲା । ଏତଦଭିନ୍ନ ଏଫଆଇଏଚ୍‍ ର୍ୟାଙ୍କିଙ୍ଗରେ ଭାରତ ୯ମ ସ୍ଥାନକୁ ଉଠିଥିଲା । ଭାରତ ପ୍ରଥମ ମହିଳା ହକି ଖେଳାଳି ଭାବେ ରା ଣ ୀ ଙ୍କୁ ବି ଶ ୍ୱ କ ୍ର ୀ ଡା ର ଆଥଲେଟ ଅଫ ଦି ଇୟର ବିବେଚିତ କରାଯାଇଥିଲା । ୨୦୧୬ରେ ଅର୍ଜୁନ ଏବଂ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.