ଭୁବନେଶ୍ୱର : ରାଜ୍ୟ ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ବିଭିନ୍ନ ବର୍ଗର କଳାକାର ଓ ଜନସାଧାରଣଙ୍କୁ ନେଇ ଅନ୍ଲାଇନରେ ସୃଜନଶୀଳ କଳା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀର ଭୟାବହତା ଯୋଗୁଁ ବନ୍ଦ ପ୍ରାୟ ହୋଇପଡିଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର କଳାକାର ବର୍ଗ ମଧ୍ୟରେ ଯେଉଁ ସ୍ଥାଣୁତ୍ୱ ଦେଖା ଦେଇଛି ତାହାକୁ ସଂଜୀବିତ କରିବା ଏବଂ କଳାକାର/ଶିଳ୍ପୀମାନଙ୍କ ମଧ୍ୟରେ ସୃଜନଶୀଳତା ଏବଂ ସଚେତନତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ରହିଛି । ଏଥିରେ ରାଜ୍ୟର ୧୮ ରୁ
୩୦ ବର୍ଷ ବୟସ ମଧ୍ୟରେ ଥିବା ୧୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ପ୍ରତ୍ୟେକ ଟ.୧୦୦୦/- ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିପରି ୩୦ ରୁ ଊର୍ଦ୍ଧ୍ୱର୍ ବୟସର ସର୍ବସାଧାରଣ ଅଂଶ ଗ୍ରହଣକାରୀ ଶିଳ୍ପୀଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ମନୋନୀତ କରି ପ୍ରତ୍ୟେକ ୫ ହଜାର ଲେଖାଏଁ ପ୍ରଦାନ କରାଯିବ ।
ଏଥିସହିତ ଲଳିତ କଳା ଏକାଡେମୀ ସ୍ୱୀକୃତୀପ୍ରାପ୍ତ ସନ୍ଡେ ଆର୍ଟ ସ୍କୁଲଗୁଡ଼ିକରୁ ୧୦୦ଟି ଶ୍ରେଷ୍ଠ ସ୍କୁଲକୁ ମନୋନୀତ କରି ସେଗୁଡ଼ିକୁ ପ୍ରତ୍ୟେକେ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏହି ଅନ୍ଲାଇନ ପ୍ରକି୍ରୟା ସମ୍ପର୍କରେ ସବିଶେଷ ବିବରଣୀ ନିର୍ଣ୍ଣୟ କରି ଏହାକୁ ବିଜ୍ଞପ୍ତି ଭାବରେ ଆଗୁଆ ଜନସାଧାରଣଙ୍କ ଅବଗତ କରାଯିବ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କେବଳ ଦୃଶ୍ୟମାନ କଳା (ଭିଜୁଆଲ୍ ଆର୍ଟ) ର ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା ଇତ୍ୟାଦି ରହିବ ଏବଂ ଏ ସମସ୍ତ କାର୍ଯ୍ୟକ୍ରମ ଏକ ମାସ କାଳ ଚାଲିବ ।
ଏଗୁଡ଼ିକୁ ଅଂଶଗ୍ରହଣକାରୀ ଅନ୍ଲାଇନ ପ୍ରେରଣ କରିବେ ଏବଂ ସଂଗୃହୀତ କଳାକୃତିଗୁଡ଼ିକୁ ରାଜ୍ୟର ସୁପରିଚିତ ଏବଂ ପ୍ରତିଷ୍ଠିତ କଳାକାରମାନେ ବିଚାରକ ଭାବେ ଯୋଗଦେଇ ସେଗୁଡ଼ିକୁ ମନୋନୀତ କରିବେ ବୋଲି ପ୍ରାରମ୍ଭିକ ଆଲୋଚନାରୁ ଜଣାପଡିଛି । ଆଜିର ଏହି ବୈଠକ ରେ ଲ ଳିତକଳା ଏକାଡେ ମୀର ଅଧ୍ୟକ୍ଷ ପଦ୍ମଶୀ୍ର ସୁଦ ର୍ଶନ ପଟ୍ଟନାୟକ, ଏକାଡେମୀର ସମ୍ପାଦକ ଶ୍ରୀ ଗଜେନ୍ଦ୍ର ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।