ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ , ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ୨ ଲକ୍ଷ ୩୭ ହଜାର ୧୨୧ ଜଣ ସାମିଲ
ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର (କୋଭିଡ-୧୯) ମୁକାବିଲା ନିମନ୍ତେ ସାରା ରାଜ୍ୟରେ ଲକ୍ ଡାଉନ୍ ବଳବତ୍ତର ରହିଥିବାବେଳେ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ହିତାଧିକାରୀଙ୍କ ସାମିଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ପ୍ରତି ଜିଲ୍ଲା ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ହିସାବରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ରାସନ୍ ସାମଗ୍ରୀ ତୁରନ୍ତ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତିା
ଏଥି ସହିତ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଯୋଗ୍ୟ ବିବେଚିତମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିିା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୮୬,୨୬୮ଟି ପରିବାରର ୨ ଲକ୍ଷ ୩୭ ହଜାର ୧୨୧ ଜଣଙ୍କୁ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛିା ଏହି ପ୍ରକ୍ରିୟା ଚାଲୁ ରହିଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଯୋଗ୍ୟ ହିତାଧିକାରୀମାନଙ୍କ ସାମିଲ ପ୍ରକ୍ରିୟାକୁ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାର ୨୦,୫୮୧, ବଲାଙ୍ଗୀରର ୨୫,୯୩୯ ଜଣ, ଗଞ୍ଜାମର ୩୨,୩୨୩ ଜଣ, ଯାଜପୁରର ୧୯,୬୭୫ ଜଣ, କେନ୍ଦ୍ରାପଡ଼ାର ୧୧,୯୮୪ ଜଣ, ପୁରୀର ୧୦,୯୪୨ ଜଣ, କଳାହାଣ୍ଡିର ୯,୨୨୩ ଜଣ, କୋରାପୁଟର ୯,୬୮୮ ଏବଂ ସୁନ୍ଦରଗଡ଼ ଜିଲ୍ଲାର ୯,୯୬୪ ଜଣ ନୂତନ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛିା
ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ରାସନ୍ କାର୍ଡଧାରୀଙ୍କୁ ଆଗୁଆ ତୈ୍ରମାସିକ ରାସନ୍ ସାମଗ୍ରୀ ଏକକାଳୀନ ପ୍ରଦାନ ପ୍ରକି୍ରୟାରେ ଆଜି ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ମୋଟ ୯୨ ଲକ୍ଷ ୬୦ ହଜାର ୮୮୫ କାର୍ଡଧାରୀ ପରିବାରକୁ ଚାଉଳ ଓ ଗହମ ଯୋଗାଇ ଦିଆଯାଇଛିା କୋଭିଡ୍-୧୯ ପରିସ୍ଥିତିରେ ରାଜ୍ୟର ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ଅଗ୍ରାଧିକାର ଦିଆଯାଇଥିବାବେଳେ କେହି ଜଣେ ଗରିବ ଯେପରି ଖାଦ୍ୟ ନିରାପତ୍ତାରୁ ବଂଚିତ ନହୁଅନ୍ତି ସେଥିପ୍ରତି ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା