ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ଭେଣ୍ଟିଲେଟର୍ ଦାନ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପରମ ବନ୍ଧୁ ବୋଲି ଗୁରୁତ୍ବ ଦେଇ କହିବାର କିଛି ସମୟ ପରେ ଟ୍ରମ୍ପ୍ ଏଭଳି ଘୋଷଣା କରିଛନ୍ତି।
ଶୁକ୍ରବାର ଦିନ ଟ୍ରମ୍ପ୍ ଟୁଇଟ୍ କରିଥିଲେ, ମୁଁ ଆନନ୍ଦର ସହ ଘୋଷଣା କରୁଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଭାରତୀୟ ବନ୍ଧୁମାନଙ୍କୁ ଭେଣ୍ଟିଲେଟର୍ ଦାନ କରିବ। କିନ୍ତୁ, କେତେ ପରିମାଣର ଭେଣ୍ଟିଲେଟର୍ ପଠାଯିବ ସେ ସଂକ୍ରାନ୍ତରେ ହ୍ବାଇଟ୍ ହାଉସ୍ କିଛି କହିନାହିଁ।
କ୍ୟାମ୍ପ୍ ଡେଭିଡ୍କୁ ଯିବା ନିମନ୍ତେ ପାଣିଜାହାଜ ମେରାଇନ୍ ୱାନ୍ ଆରୋହଣ ପୂର୍ବରୁ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଲେ ଯେ ଆମେ ଭାରତକୁ ଗୁଡ଼ାଏ ଭେଣ୍ଟିଲେଟର୍ ପଠାଇବୁ। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା କରିଛି। ଆମେ ଭାରତକୁ ବହୁ ପରିମାଣର ଭେଣ୍ଟିଲେଟର୍ ଦେବୁ। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଭେଣ୍ଟିଲେଟର୍ ଅଛି।
ବହୁସଂଖ୍ୟକ ବୈଠକ ପାଇଁ ରାଷ୍ଟ୍ରପତି ଟ୍ରମ୍ପ୍ କ୍ୟାମ୍ପ୍ ଡେଭିଡ୍ ଠାରେ ସପ୍ତାହନ୍ତ ବିତାଇବେ।