Odisha news

ଅରଖ ପତ୍ର ଓ ଫୁଲ ଶରୀରପାଇଁ ରାମବାଣ ସଦୃଶ

0
ଆମେ ସମସ୍ତେ ଜାଣିଛେ ଯେ ଅରଖ ଗଛ ର ପତ୍ର ଓ ଫୁଲ ସବୁକିଛି ଖୁବ୍ ବିଷାକ୍ତ ଅଟେ । ଏହା ସେଥିପାଇଁ ମହାଦେବ ଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଇଂରାଜୀ ରେ ଏହାକୁ
Calotropis gigantea କୁହାଯାଏ । ବିଜ୍ଞାନ ଅନୁସାରେ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ସିଫିଲିଟିକ୍ , ଆଣ୍ଟି ରୋମାଟିକ , ଆଣ୍ଟି ଦିଷ୍ଟ୍ରିକ୍ଟ୍ ରେ ଭରି ହୋଇ ରହିଥାଏ ।
ବିଶେଷ କଥାଟି ହେଲା ଏହି ଗଛଟି ବିଷାକ୍ତ ହେଲେ ମଧ୍ୟ ଶରୀର ପାଇଁ ଖୁବ୍ ହିତକର । ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରାଯାଏ ।
* ମଧୁମେହ ପାଇଁ ଅରଖ ପତ୍ର –
ମଧୁମେହ ରୋଗୀ ମାନେ ରକ୍ତ ରୁ ବ୍ଲଡ଼ ସୁଗାର୍ କୁ ନିୟନ୍ତ୍ରିତ କରିବା ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅରଖ ପତ୍ରର ଖଦଡ଼ ଅଂଶ କୁ ଉପରକୁ ରଖି ନିଜ ତଳିପାଦ ରେ ଗୋଟିଏ କପଡ଼ାରେ ବାନ୍ଧି ସାରା ରାତି ସୋଇ ପଢନ୍ତୁ ସକାଳୁ ଉଠିବା ପରେ ଏହାକୁ ଖୋଲି ଦିଅନ୍ତୁ । ଏଭଳି ୨୦ ଦିନ ପର୍ଯ୍ୟନ୍ତ କରିବା ପରେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ ।
* ଶୀତ ଋତୁରେ ଗୋଡ ଫାଟିବା ରୁ ମିଳିଥାଏ ଆରାମ –
ଯଦି ଆପଣଙ୍କ ର ଶୀତ ଋତୁରେ ଗୋଡ ଗୋଇଥି କିମ୍ବା ଶରୀର ରେ ରୁଖ୍ୟାପଣ ଦେଖା ଦେଇଛି ତେବେ ଅରଖ ଫୁଲ କୁ ଶୁଖାଇ ଦୁଗ୍ଧ ରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ଆରାମ ମିଳିବ ।
* ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ-
ଯଦି ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରେ କଷ୍ଟ ପାଉଛନ୍ତି ତେବେ ପ୍ରତିଦିନ ଅରଖ ପତ୍ର କୁ ତେଲ ଲଗାଇ ନିଆ ରେ ସାମାନ୍ୟ ଉଷୁମ୍ କରି ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଓ ତାହା ଉପରେ ଗୋଟିଏ କପଡ଼ା ଗୁଡ଼ାଇ ଦିଅନ୍ତୁ । ଏପରି କରିବା ଦ୍ବାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
Nalco
Leave A Reply