Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ବୁଦ୍ଧ ପୁର୍ଣିମା ରେ କଲେ ନେପାଳ ଗସ୍ତ, କଣ ରହିଛି ଏହା ପଛର ବିଶେଷ କାରଣ

0

ନୂଆଦିଲ୍ଲୀ: ଶେର ବହାଦୁର ଦେଉବା ଗତ ବର୍ଷ ଜୁଲାଇରେ ଯେତେବେଳେ ନେପାଳ ର ଶାସନ ଡୋରି ନିଜ ହାତକୁ ନେଲେ ସେତେବେଳେ ଜଣା ପଡୁଥିଲା ଯେ ତାଙ୍କର ସମ୍ପର୍କ ଭାରତ ସହିତ ମଧୁର ହେବ l ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ କେପି ସିଂ ଓଲି ରହିଥିବା ସମୟରେ ଚୀନ ର ନିକଟତର ଥିଲେ l ଗୋଟିଏ ବର୍ଷ ପୂର୍ବରୁ ଅନୁମାନ କରାଯାଇ ଥିବା କଥା ସତ୍ୟ ହେବାକୁ ଯାଉଛି , ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ ରହିଛି l ମୋଦି ସରକାର ବୁଦ୍ଧ ପୁର୍ଣିମାର ଶୁଭ ଅବସରରେ ନେପାଳ ଗସ୍ତରେ ଯାଇଛନ୍ତି l ଏହି ସମୟରେ ମହାତ୍ମା ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁରଙ୍କ ସହିତ ସାକ୍ଷାତ କରିବେ l ଏହା ପୂର୍ବରୁ ସେ କୁସିନଗର ଯାଇଥିଲେ, ଯେଉଁଠାରେ ସେ ମହାତ୍ମା ବୁଦ୍ଧ ଙ୍କ ନିର୍ବାଣ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

କାହିଁକି ବୁଦ୍ଧ ପୁର୍ଣିମାରେ ନେପାଳ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି –

ନେପାଳ ଗୋଟିଏ ପଡୋଶୀ ଦେଶ ସହିତ ଭାରତର ସଂକୃତିର ମିଳନସ୍ଥଳ ଅଟେ ଓ ନେପାଳ ଭାରତର ଖୁବ ନିକଟତର l କିନ୍ତୁ କିଛି ବର୍ଷ ହେଲା ସରକାର ପରିବର୍ତ୍ତନ ଦ୍ୱାରା ନେପାଳ ର ଚୀନ ସହିତ ମଧ୍ୟ ଘନିଷ୍ଠତା ବଢିଥିଲା , କିନ୍ତୁ ଭାରତର ପ୍ରଭାବ ବର୍ତମାନ ମଧ୍ୟ ତା ଉପରେ ରହିଛି l ସେହି ପ୍ରଭାବ କୁ କାୟମ ରଖିବା ପାଇଁ ଓ ସାଂସ୍କୃତିକ ଏକତା ର ସନ୍ଦେଶ ଦେବା ପାଇଁ ମୋଦି ସରକାର ଆଜିର ଦିନଟିକୁ ବାଛିଛନ୍ତି l ବୁଦ୍ଧ ଙ୍କ ଜନ୍ମ ନେପାଳର ଲୁମ୍ବିନି ରେ ହୋଇଥିଲା ଓ ତାଙ୍କର ଜ୍ଞାନ ସ୍ଥଳୀ ବିହାର ର ଗୟା ଥିଲା ଓ ୟୁପି ର କୁସିନଗର ରେ ସେ ନିର୍ବାଣ ପ୍ରାପ୍ତ କରିଥିଲେ l

କୁସି ନଗର ରେ ଏୟାରପୋର୍ଟ ଉଦ୍ଘାଟନ –
ମଗଧ ସାମ୍ରାଜ୍ୟ ସମୟରେ ବୌଦ୍ଧ ଧର୍ମର ସାରା ବିଶ୍ୱରେ ପ୍ରଚାର ହୋଇଥିଲା l ଶ୍ରୀଲଙ୍କା ରୁ ନେଇ ପୂର୍ବ ଏସିଆ ପର୍ଯ୍ୟନ୍ତ ସମ୍ରାଟ ଅଶୋକ ବୌଦ୍ଧ ଧର୍ମର ପ୍ରସାର ପାଇଁ ବୌଦ୍ଧ ଭିକ୍ଷୁ ମାନଙ୍କୁ ପଠାଇ ଥିଲେ l ଏହି ପ୍ରାଚୀନ କଥାକୁ ନେଇ ଭାରତ ନେପାଳର ସମ୍ପର୍କ ରେ ମଧୁରତା ଆସିବାକୁ ଯାଉଛି l ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଅକ୍ଟୋବର ରେ କୁସିନଗର ଇଣ୍ଟରନେଶନାଲ ଏୟାରପୋର୍ଟ ର ଉଦ୍ଘାଟନ କରିଥିଲେ l ଯାହା ବୁଦ୍ଧ ସର୍କିଟ କୁ ବିକଶିତ କରିବାରେ ଅଂଶ ଗ୍ରହଣ କରିଛି l ଏହା ସାରା ବିଶ୍ୱର ବୌଦ୍ଧ ଧର୍ମାଳମ୍ବି ଙ୍କୁ ବୁଧଙ୍କ ସ୍ଥାନରେ ସହଜରେ ପହଞ୍ଚାଇ ପାରିବ l

ଗୋଟିଏ ପାର୍ଶ୍ୱରେ ଭାରତ ଓ ନେପାଳର ସମ୍ପର୍କ କୁ ନେଇ ବିଶ୍ୱରେ ଚର୍ଚା ଚାଲିଥିବା ବେଳେ ଅନ୍ୟପକ୍ଷରେ ଏହା ବିଶ୍ୱ ଦରବାରରେ ଗୋଟିଏ ମହତ୍ୱ ସୃଷ୍ଟି କରିଛି l

Nalco
Leave A Reply