ଦିଲ୍ଲୀରେ CAA ବିରୋଧରେ ହୋଇଥିବା ଦଙ୍ଗା ପ୍ରଦର୍ଶନରେ ଆରବ ଦେଶ ଗୁଡିକର ରହିଛି ଫଣ୍ଡିଙ୍ଗି,ଜାମିଆ କନେକ୍ସନ ବିଶେଷ ସୂତ୍ର ପ୍ରକାଶ
ନୂଆଦିଲ୍ଲୀ, ଦିଲ୍ଲୀ ପୁଲିସ କହିଛିଯେ ଦିଲ୍ଲୀ ରେ CAA ଓ NRC କୁ ନେଇ ହୋଇଥିବା ଦଙ୍ଗାରେ ଆରବ ଦେଶଗୁଡିକରୁ ପ୍ରଚୁର ଫଣ୍ଡିଙ୍ଗି ମିଳିଛି l ଏଥିରେ ଜମିୟା ମିଲିୟା ଇସ୍ଲାମିଆ ,ଶାହୀନବାଗ ଓ ଦିଲ୍ଲୀର ଅନ୍ୟଜାଗା ଗୁଡିକରେ ବିରୋଧ ପ୍ରଦର୍ଶନ ସାମିଲ ଅଛି l ଯେଉଁଥିରେକି ଅଧିକାଂଶ ମୁସଲମାନ ଥିଲେ l ସୋମବାର (ଏପ୍ରିଲ ୨୭- ୨0୨0)ଦିନ ପଟିଆଲା ହାଉସ କୋର୍ଟରେ ଦିଲ୍ଲୀ ପୁଲିସ ମନ୍ତବ୍ୟ ଦେଇଛି l ରବିବାର ଦିନ ଜମିୟା ଏଲୁମାନାଇର ଅଧକ୍ଷ ସିଫା ଉର ରେହେମାନ ଙ୍କୁ ଗିରଫ କରାଯାଇଥିଲା l
ବର୍ତ୍ତମାନ କୋର୍ଟ ତାଙ୍କୁ ୧0ଦିନ ପାଇଁ ପୁଲିସ ରିମାଣ୍ଡ ପଠାଇଦେଇଛି ,ଦିଲ୍ଲୀ ପୁଲିସ କହିବା ମୁତାବକ ପଚାର ଉଚରା ରୁ ଜଣାପଡିଛିଯେ ଆରୋପି ସିଫା ଉର ରେହେମାନଙ୍କୁ ଆରବ ଦେଶ ସ୍ଥିତ ଜମିୟା ମିଲିୟା ଏଲୁମାନାଇ ଆସୋସିଏସନ ମେମ୍ବରସ ରୁ ମିଳିଥିଲା ଫଣ୍ଡିଙ୍ଗିl ରେହେମାନ ସମସ୍ତ ପ୍ରଦର୍ଶନକାରୀ ଙ୍କ ମଧ୍ୟରେ ସମ୍ବଦ୍ଧ ବନାଇବାର କାମ କରୁଥିଲା l ବହୁତଗୁଡ଼ିଏ ଫଣ୍ଡିଙ୍ଗି ଏଜେନସି ଆରବ ଦେଶ ଗୁଡିକରେ ଅଛନ୍ତି l
କଂଗ୍ରେସ ନେତା ଇଶରତ ଜହାଁ ପଚାର ଉଚରା ରୁ ରେହେମାନ ର ନାଁ ସାମ୍ନାକୁ ଆସିଥିଲା l ଇଶରତ ଜହାଁଙ୍କ ସହିତ ଖାଲୀଦ ସେଫ ,ମୀରାନ ହାଇଦର ,ସଫୋରା ଜର୍ଗର ,ଗୁସିଫା ଓ ତାହିର ହୁସେନ ଙ୍କୁ ମଧ୍ୟ ଗିରଫ କରାଯାଇଛି l ଏହି ମାନଙ୍କ ବ୍ୟତୀତ ପି ଏଫ ଆଇର ୩ ଜଣ ସଦସ୍ୟ ମଧ୍ୟ ପୁଲିସ ହେପାଜତ ରେ ଅଛନ୍ତି l ଦିଲ୍ଲୀରେ ହୋଇଥିବା ସମସ୍ତ ପ୍ରଦର୍ଶନ କୁ ସିଫା ଉର ରେହେମାନ ରୂପରେଖା ଦେଇଥିଲା l ସେ ସମସ୍ତ ପ୍ରଦର୍ଶନ ସ୍ଥଳୀକୁ ଯାଇ ଉତେଜିତ ଭାଷଣ ଦେଇଥିଲା ,ଫେବୁଆରୀ ମାସରେ ଦଙ୍ଗା କରିବାପାଇଁ ତାଙ୍କର ମୁଖ୍ୟ ଭୂମିକା ଥିଲା l
ରେହେମାନ ଅମୀର ଓ ବଦ୍ରୀ ଆଲମ ନାମକ ୨ ଜଣ ଜମିୟା କୋଡିନେସନ କମିଟିର ଅଧକ୍ଷ ମାନଙ୍କ ସହିତ ମିଶି ଦିଲ୍ଲୀର ଅନେକ ପ୍ରଦର୍ଶନ ସ୍ଥଳୀ ବୁଲି ଦେଖିଥିଲା l ବର୍ତ୍ତମାନ ତାଙ୍କୁ ପଚରା ଉଚରା ସରିନାହିଁ l ଏଥିପାଇଁ ଦିଲ୍ଲୀ ପୁଲିସ କୋର୍ଟ କୁ ଜଣାଇଛି ଜେ ଆଉ ବହୁତ ଗୁଡିଏ ସନ୍ଦିଗ୍ଧ ଙ୍କ ନାଁ ଆସିଛି ,ସେମାଙ୍କର ବିବରଣୀ ଓ ସମସ୍ତ ତଥ୍ୟ ରେହେମାନ କୁ ପଚରା ଉଚରା କରି ସାମ୍ନାକୁ ଅଣାଜାଇ ପାରିବ l ଏହି ସବୁ ପ୍ରଦର୍ଶନ ରେ ବହୁତ ପରିମାଣରେ ପଇସା ଖର୍ଚ କରାଯାଇଛି l
ବର୍ତ୍ତମାନ ରେହେମାନ ଆଗରେ ଟେକ୍ନିକାଲ ତଥ୍ୟ ରଖି ଇଣ୍ଟରାଗେସନ କରାଯିବ l ଫେବୁଆରି ମାସରେ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା l ଏହି ସବୁକିଛି CAA ବିରୋଧ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା l ଏହାପରେ ତାହିର ହୁସେନ ଙ୍କ ପରି ଅନ୍ୟମାନେ ଦିଲ୍ଲୀରେ ଖୁଲମଖୁଲା ପ୍ରଦର୍ଶନ କଲେ l ଦିଲ୍ଲୀ ସ୍ପେଶାଲ ସେଲ ଦଙ୍ଗାର ଯାଞ୍ଚ କରୁଛି l