ବର୍ତମାନର ବଡ ଆହ୍ୱାନ ହେଉଛି ମଧ୍ୟବିତ୍ତଙ୍କ ପାଇଁ ଭଲ ଚାକିରି ରହିବ ନାହିଁ :ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍
ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ପରେ ଅର୍ଥନୀତିରେ ଏକ ବଡ ସମସ୍ୟା ଦେଖାଦେଇପାରେ | ଏମିତି ଏକ ସମୟ ଆସିବ ଯେତେବେଳେ ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତଙ୍କ ଭଲ ଚାକିରି ରହିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ଙ୍କର ସାକ୍ଷାତକାର ନେଇଛନ୍ତି। ଆଜି କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ପ୍ରସାରିତ ହୋଇଛି । ରାଜନ୍ଙ୍କୁ ରାହୁଲ କରୋନା, ଅର୍ଥନୀତି ଏବଂ ଭାରତର ସାମାଜିକ ପରିବର୍ତ୍ତନ ସମ୍ପର୍କରେ କେତେକ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ରାଜନ୍ ରଖିଛନ୍ତି।
ଏହି ଆଲୋଚନାରେ ରଘୁରାମ ରାଜନ କହିଛନ୍ତି, ‘ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଆମର ଏକ ଉପାୟ ଅଛି। ଖାଦ୍ୟ, ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଅନେକ ରାଜ୍ୟ ଏକ ଭଲ କାମ କରିଛନ୍ତି, କିନ୍ତୁ ସବୁଠାରୁ ବଡ ଆହ୍ୱାନ ହେଉଛି ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତଙ୍କ ପାଇଁ, ଯେଉଁମାନଙ୍କର ଭଲ ଚାକିରି ରହିବ ନାହିଁ। ପାଖାପାଖି ୧୦ କୋଟି ଲୋକ ଚାକିରି ହରାଇପାରନ୍ତି |
How should we think about opening up the economy and in what sequence?
Shri @RahulGandhi and Dr. Raghuram Rajan engage in a conversation to discuss the economic challenges of COVID-19. #RahulShowsTheWay