ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ୩୪ ବର୍ଷିୟ ଯୁବକ ଓ ଜଣେ କୋଲକାତା ଫେରନ୍ତା ବୋଲି କୁହାଯାଇଛି। ତାଙ୍କଠାରେ କୌଣସି ଲକ୍ଷଣ ନ ଥିବା ବି ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୪ ଥିବା ବେଳେ, ୫୬ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
2nd Health Update, 3rd May, 2020
One new Case in Balasore
34 yr Male(West Bengal returnee. Asymptomatic. In quarantine)
Contact tracing and follow-up action is being done.Total Positive Case: 161
ରାଜ୍ୟରେ ଏଯାବତ୍ ୩୮୬୫୮ ନମୁନା ପରୀକ୍ଷା ହୋଇଛି। ଗତକାଲି ୨୦୬୫ଟି ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି।
