Odisha news

ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଯାଇ ଆଜି ଭାରତୀୟ ସଶସ୍ତ୍ର ସେନାବାହିନୀ ‌ଦେଶର ବିଭିନ୍ନ ଅଞ୍ଚଳରେ ଫ୍ଲାଇ-ପାଷ୍ଟ୍, ସାମରିକା ବାଦ୍ୟ ବାଦନ ଓ ପୁଷ୍ପ ପାଖୁଡ଼ା ବୃଷ୍ଟି

0

ନୂଆଦିଲ୍ଲୀ: କରୋନାଭାଇରସ୍ ବିପକ୍ଷରେ ଲଢୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଯାଇ ଆଜି ଭାରତୀୟ ସଶସ୍ତ୍ର ସେନାବାହିନୀ ‌ଦେଶର ବିଭିନ୍ନ ଅଞ୍ଚଳରେ ଫ୍ଲାଇ-ପାଷ୍ଟ୍, ସାମରିକା ବାଦ୍ୟ ବାଦନ ଓ ପୁଷ୍ପ ପାଖୁଡ଼ା ବୃଷ୍ଟି କରିଛି।

ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଗତ ହେଉଥିବା ସୂଚନା ଅନୁସାରେ, ଆଜି ସକାଳ ୧୦ଟା ପରେ ଭାରତୀୟ ବାୟୁସେନାର ହେଲିକପ୍ଟର୍ ହରିୟାଣାର ପଞ୍ଚକୁଲା ସରକାରୀ ଡାକ୍ତରଖାନା ଉପରେ ଫ୍ଲାଇ-ପାଷ୍ଟ୍‌ କରିବା ବେଳେ ବାହାରେ ସେନା ବାଦ୍ୟ ବାଜଣ କରାଯାଇଥିଲା। ପଣଜୀରେ ଗୋଆ ମେଡିକାଲ୍ କଲେଜ ଉପରେ ନୌସେନାର ହେଲିକପ୍ଟର୍‌ ସବୁ ପୁଷ୍ପପାଖୁଡ଼ା ବୃଷ୍ଟି କରିଥିଲେ।

ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ନୂଆଦିଲ୍ଲୀର ରାଜପଥ ଉପରେ ଭାରତୀୟ ବାୟୁସେନାର ବିମାନ ଫ୍ଲାଇ-ପାଷ୍ଟ୍ କରିଥିଲା। ସେହିପରି କୋଭିଡ୍-୧୯ ସଂଗ୍ରାମ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ରେ ଭାରତୀୟ ବାୟୁସେନା ବିମାନ ଏସ୍‌ୟୁ-୩୦ ‌ଫ୍ଲାଇ-ପାଷ୍ଟ୍ କରିଥିଲା। ଚଣ୍ଡିଗଡ଼ରେ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ମାନାର୍ଥେ ବାୟୁସେନାର ଗ୍ଲୋବ୍‌ମାଷ୍ଟର୍ ବିମାନ ସୁଖ୍‌ନା ଦ୍ରଦ ଉପରେ ଫ୍ଲାଇପାଷ୍ଟ୍ କରିଥିଲା। ଚଣ୍ଡିଗଡ଼ର ପିଜିଆଇଏମ୍‌ଆର୍ ହସ୍ପିଟାଲ୍‌ ଉପରେ ବାୟୁସେନାର ହେଲିକପ୍ଟର ପୁଷ୍ପ ପାଖୁଡ଼ା ବୃଷ୍ଟି କରିଥିଲା। ଅହମଦାବାଦ ଡାକ୍ତରଖାନାମାନଙ୍କ ଉପରେ ସେନାବାହିନୀର ହେଲିକପ୍ଟର୍ ସବୁ ପୁଷ୍ପ ପାଖୁଡ଼ା ବୃଷ୍ଟି କରିଥିଲେ।

Image Source: The Indian Express

ବଙ୍ଗୋପସାଗରରେ ଆଇଏନ୍ଏସ୍ ଜଳାଶ୍ବ ‘ଥ୍ୟାଙ୍କ୍ ୟୁ’ ଲେଖି ଡାକ୍ତର, ନର୍ସ, ଅନ୍ୟ ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ଅଭିବାଦନ ଜଣାଇଛି।

 

Leave A Reply