ହିମାଂଶୁ ଶେଖର ଆଚାର୍ଯ୍ୟ : ନାରୀ ଅବଳା-ଦୁର୍ବଳା ନୁହେଁ । ସେ ସମର୍ଥା । ଏକାଧାରରେ ସେ ଜାୟା ଜନନୀ ଭଗିନୀ ।ପୁଣି କେତେବେଳେ ମହାକାଳୀ ତ କେତେବେଳେ ଦୁର୍ଗତିନାଶିନୀ ମା’ଦୁର୍ଗା । ଇତିହାସ ଓ ପୁରାଣ ପୃଷ୍ଠାରେ ଅନେକ ନାରୀଙ୍କ ଗୈାରବ ଗାଥା ସ୍ଥାନିତ ହୋଇ ରହିଛି । ସେମାନେ କେବେବି ନାରୀ ମାନଙ୍କ ପାଇଁ ଉଦାହରନ ହୋଇ ରହିଛନ୍ତି । ସେହିପରି ଭାରତର ମୁକ୍ତିସଂଗ୍ରାମ କଥା ଉଠିଲେ ଅନେକ ମହିୟସୀ ନାରୀ ନେତ୍ରୀ ଘରର ଚାରିକାନ୍ଥ ଭିତରୁ ବାହାରି ସେମାନେ ସଂଗ୍ରାମର ମଇଦାନକୁ ଓହ୍ଲାଇ ଆସିଥିଲେ । ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଠାରୁ ଆରମ୍ଭ କରି ରାଣୀ ଶୁକ ଦେଈଙ୍କ ପର୍ଯ୍ୟନ୍ତ ସେମାନଙ୍କ ତାଲିକା ବହୁତ ଲମ୍ବା ।
ସହେିପରି ଏହି ମୁକ୍ତି ସଂଗ୍ରାମ କଥା ଉଠିଲେ ଓଡିଶାର ଏମିତି ଏକ ପରିବାର କଥା ଉଠେ ଯେଉଁ ପରିବାର ଦେଶକୁ ସ୍ୱାଧୀନ କରିବାଲାଗି ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିଲେ । ସମ୍ଭ୍ରାନ୍ତପଣ ଓ ଜମିଦାରୀ ଥାଟକୁ ଆଡେଇ ଦେଇ ଏହି ପରିବାର ଦେଶର ସ୍ୱରାଜ୍ୟ ପାଇଁ ନିଜକୁ ଯେତିକି ସମର୍ପି ଦେଇଥିଲେ, ଓଡିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସେତିକି ସମର୍ପିତ ଥିଲେ ।ଏହି ପରିବାର ହେଉଛି ଜଗତସିଂହପୁରର “ଚୈାଧୁରୀ ପରିବାର” । ଚୈାଧୁରୀ ପରିବାରର ବଡ ଝିଅ ଅନ୍ନପୂର୍ଣ୍ଣା ଚୌଧୁରୀ (ମହାରଣା) । ତାଙ୍କର ଶ୍ରଦ୍ଧା ନାମ ଥିଲା ଚୁନି ଓ ପରବର୍ତ୍ତୀ କାଳରେ ‘ଚୁନି ଅପା’ ନାମରେ ସେ ଖ୍ୟାତି ଲାଭ କରିଥିଲେ ।
ଅନ୍ନପୂର୍ଣ୍ଣା ମହାରଣା ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ମହାନ୍ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୋ÷ଧୁରୀ ଓ ମା’ ରମାଦେବୀଙ୍କର ସେ ଥିଲେ ପ୍ରିୟ କନ୍ୟା । ବାଲ୍ୟକାଳରୁ ଉଭୟ ବାପା ଓ ମା’ଙ୍କ ସଂଗ୍ରାମମୟ ଜୀବନର ଛିଟା ପଡିଥିଲା ତାଙ୍କ ଉପରେ । ସୈାଭାଗ୍ୟକୁ ସେ ଏମିତି ଏକ ପରିବାରରେ ଜନ୍ମ ନେଇଥିଲେ ଯେଉଁଠି ପ୍ରବାହିତ ହେଉଥିଲା ସ୍ୱାଧୀନତା ସଂଗ୍ରାମର ଆବହାୱା । ପରବର୍ତ୍ତୀ ପର୍ଯ୍ୟାୟରେ ଦାଦା ତରି ଆଶ୍ରମର ସନ୍ଥ ନବକୃଷ୍ଣ େଧୁରୀ, ଖୁଡୀ ବିପ୍ଳବିନୀ ମାଳତୀ େ·÷ଧୁରୀ, ଭାଇ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାରଥୀ ମନମୋହନ େଧୁରୀ ଓ ବିବାହ ପରେ ସ୍ୱାମୀ ଶରତ ମହାରଣାଙ୍କ ଜୀବନାଦର୍ଶ ତାଙ୍କୁ ବହୁଭାବରେ ପ୍ରଭାବିତ କରିଥିଲା । ସେଇ ଆଦର୍ଶକୁ ପାଥେୟ କରି ସେ ନିଜକୁ ଜଣେ ମହୀୟସୀ ନାରୀ ନେତ୍ରୀ ରୂପେ ପ୍ରତିଷ୍ଠିତ କରିବାରେ ସଫଳ ହୋଇପାରିଥିଲେ ।
ମାତ୍ର ୧୩ ବର୍ଷ ବୟସରେ ଜମିଦାରୀ ଆଭିଜାତ୍ୟ ପଛରେ ପକାଇ ବାନର ସେନା ଭାବେ ମାତୃଭୂମି ପାଇଁ ଲଢେଇରୁ ଆରମ୍ଭ ହୋଇଥିଲା ଅନ୍ନପୂର୍ଣ୍ଣାଙ୍କର ସଂଗ୍ରାମୀ ଜୀବନ । କୈଶୋର ଜୀବନର ଚପଳତା ବଦଳରେ ତାଙ୍କୁ କାରାଗାରର କଷ୍ଟ ସହ୍ୟ କରିବାକୁ ପଡିଥିଲା । ଆଉ ତାପରଠୁ ସେ ପଛକୁ ଫେରି ·ହିଁନଥିଲେ । ତାପରର ଘଟଣା ଥିଲା ସ୍ୱର୍ଣ୍ଣାଭ ଇତିହାସ । ୧୯୩୪ ମସିହାରେ ଗାନ୍ଧିଜୀ ଆରମ୍ଭ କରିଥିବା ହରିଜନ ପଦଯାତ୍ରାର ସେ ସହଯୋଗୀ ଥିଲେ । ବରୀରେ ହରିଜନ ସେବା, ନିଶା ନିବାରଣ, ମୋ÷ଳିକ ଶିକ୍ଷା, ଖଦୀ, ଗ୍ରାମ ସଫେଇ ଭଳି ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୧୯୪୨ରେ ଭାରତଛାଡ ଆନେ୍ଦାଳନରେ ସାମିଲ ହେବା ସହିତ ମା ରମାଦେବୀ ଓ ଖୁଡୀ ମାଳତୀ ଦେବୀଙ୍କ ସହିତ କୁଜଙ୍ଗରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ । ଏହି ସମୟରେ କଟକ ଓ ଯାଜପୁର ଜେଲରେ କଟିଥିଲା ଦୁଇବର୍ଷ ତିନିମାସ । ଚମ୍ବଲ ଉପତ୍ୟକାରେ ମଧ୍ୟ ତାଙ୍କର କଟିଥିଲା ଏକ ମାସ । ଏଥିସହିତ ଗାନ୍ଧିଜୀଙ୍କ ଡାକରାରେ ପୁରୀ ଜିଲ୍ଲାର ବୀର ନରସିଂହପୁର ଓ କଟକରେ ଖଦୀକାମ ଓ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟ କରିଥିଲେ ।
ସେବାରେ ସେ ସର୍ବଦା ଆଗରେ ଥିଲେ । କେଉଁଠି କଣ ହେଲେ ତାଙ୍କୁ ଡାକିବାକୁ ପଡୁନଥିଲା । ସେ ଆପେ ଆପେ ସେଠାରେ ହାଜର ହୋଇଯାଉଥିଲେ । ବରୀ ଓ କଳାମାଟିଆ ଇଂରେଜ ବିରୋଧୀ ସଭାରେ ପୁଲିସ୍୍ ଆଖିବୁଜା ଗୁଳିରେ ଶିକାର ଆହତ ମାନଙ୍କର ସେବା କରିଥିଲେ । ଅନ୍ନପୂର୍ଣ୍ଣା ଏହି ସେବା ଭିତରେ ଗୁଳି ଆଗରେ ନିଜର ଛାତି ପାତିଦେଇଥିଲେ । ୧୯୬୬ ମସିହାରେ କଳାହାଣ୍ଡି ଦୁର୍ଭିକ୍ଷ, ୧୯୬୯ ମସିହାରେ ପ୍ରଳୟଙ୍କରୀ ବନ୍ୟା, ୧୯୯୯ ମସିହାରେ ମହାବାତ୍ୟାରେ ସର୍ବୋଦୟ ରିଲିଫ୍ କମିଟି ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କରିଥିଲେ । ୧୯୬୪ ମସିହାରେ ରାଉରକେଲାଠାରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ପ୍ରଶମନରେ ଅନ୍ନପୂର୍ଣ୍ଣା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସେହିପରି ୧୯୬୪ ମସିହାର ଐତିହାସିକ ଛାତ୍ର ଆନେ୍ଦାଳନ ଓ ଡାକ୍ତରୀ ଛାତ୍ର ଆନେ୍ଦାଳନର ସମାଧାନ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ୧୯୭୧ ମସିହାରେ ବାଙ୍ଗଲାଦେଶ ମୁକ୍ତି ଆନେ୍ଦାଳନ ସମୟରେ ଅନ୍ନପୂର୍ଣ୍ଣା ବାଙ୍ଗଲାଦେଶ ସୀମାରେ କାର୍ଯ୍ୟ କରିଥିଲେ । ଚମ୍ବଲ ଦସୁ୍ୟମାନଙ୍କ ସହିତ ରହି ୧୯୭୨ ମସିହାରେ ସେମାନଙ୍କୁ ଆତ୍ମ ସମର୍ପଣ ପାଇଁ ପ୍ରବର୍ତ୍ତାଇ ଥିଲେ ଓ ସେମାନେ ତାଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଜୟପ୍ରକାଶଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ ।
ଆଦିବାସୀ ପିଲାଏ ଶିକ୍ଷିତ ହୋଇ ନିଜ ଜାତିକୁ ଶିକ୍ଷିତ କରାଇବେ । ଏହାଦ୍ୱାରା ସମାଜର ମଙ୍ଗଳ ହେବ ବୋଲି ଏହି କଥା ମର୍ମେ ମର୍ମେ ଅନୁଭବ କରିଥିଲେ ଅନ୍ନପୂର୍ଣ୍ଣା । ସେଥିପାଇଁ ରାୟଗଡା ନିକଟସ୍ଥ ଗୋପାଳବାଡିଠାରେ ଆଦିବାସୀ ଛାତ୍ରୀନିବାସ ଆରମ୍ଭ କରି ତାର ପରି·ଳନା ଦାୟିତ୍ୱ ନେଇଥିଲେ ସେ । ସେଇ ବିଦ୍ୟାଳୟଟି ଆଜିବି ଅବିଭକ୍ତ କେରାପୁଟ ଜିଲ୍ଲାର ଶିକ୍ଷା ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇ ରହିଛି । ଏହି ବିଦ୍ୟାଳୟ ଏବେ ବିରାଟ ଅନୁଷ୍ଠାନ ଭାବେ ଉଭା ହୋଇଛି ।
ଏହା ପଛରେ ରହିଛି ଅନ୍ନପୂର୍ଣ୍ଣା ମହାରଣାଙ୍କ ନିରବଚ୍ଛିନ୍ନ ସାଧନା ଓ ପ୍ରଚେଷ୍ଟାର ଫଳଶ୍ରୁତି । ସର୍ବୋଦୟ, ଭୂଦାନ ଓ ସମାଜ ସେବାରେ ନିଜକୁ ସମର୍ପିତ କରି ୧୯୫୦ ମସିହାରେ ଅନୁଗୁଳ, ୧୯୫୫ ମସିହାରେ ପୁରୀ ଓ ୨୦୦୩ ମସିହାରେ କଟକରେ ଅନୁଷ୍ଠିତ ଅଖିଳ ଭାରତୀୟ ସର୍ବୋଦୟ ସମ୍ମଳନୀର ମୁଖ୍ୟ ଭୂମିକାରେ ରହିଥିଲେ । ବିଶେଷ କରି ସମାଜର ପଛୁଆବର୍ଗ, ମହିଳା ଓ ଆଦିବାସୀଙ୍କ ସେବାରେ ନିଜକୁ ନିୟୋଜିତ କରି ସେ ଆମମାନଙ୍କ ପାଇଁ ଉଦାହରଣ ହୋଇଯାଇଛନ୍ତି ।
ସୃଜନଶୀଳତା କ୍ଷେତ୍ରରେ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ୱାକ୍ଷର ଛାଡି ଯାଇଛନ୍ତି, ଅନ୍ନପୂର୍ଣ୍ଣା । କୋଣସି ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ନଥିଲେ ବି ସେହି ଅନୁଭବରୁ ଲେଖିଥିଲେ ପୁସ୍ତକ ‘ଦସୁ୍ୟ ହୃଦୟରେ ଦେବତା’ । ତାଙ୍କ ଜୀବନ ବ୍ୟାପୀ ଅନୁଭବରୁ ସୃଷ୍ଟି ହୋଇଥିଲା ଅମୃତ ଅନୁଭବ । ଏହା କେବଳ ତାଙ୍କ ଜୀବନ କାହାଣୀ ନୁହେଁ ଓଡିଶା ତଥା ଭାରତରେ ହୋଇଥିବା ଆଇନ ଅମାନ୍ୟ ଆନେ୍ଦାଳନ, ଭାରତଛାଡ ଆନେ୍ଦାଳନଠାରୁ ଆରମ୍ଭ କରି ଭୂଦାନ, ନିଶାନିବାରଣ ଆନେ୍ଦାଳନର ଏକ ଚମକôାର ଅଙ୍ଗେନିଭା ଦଲିଲ୍ । ତାଛଡା ଗୀତା ପ୍ରବଚନ, ଭାଗବତ ଧର୍ମସାର, ସ୍ଥିତପ୍ରଜ୍ଞ ଦର୍ଶନ, ନାରୀଶକ୍ତି, ସପ୍ତ ଶକ୍ତି, ଶିକ୍ଷା ତତ୍ତ୍ୱ, ଆ·ର୍ଯ୍ୟକୁଳ, ରାଷ୍ଟ୍ରୀୟ ଯୋଜନାର ମୂଳକଥା, ଶାନ୍ତି ସେନା, କାରାଗାର କାହାଣୀ, ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ, ହିନ୍ଦ ସ୍ୱରାଜ, ଅନାସକ୍ତି ଯୋଗ ଭଳି ବହୁ ମୂଲ୍ୟବାନ ପୁସ୍ତକ ରଚନାକରିଛନ୍ତି ।
ଜୀବନବ୍ୟାପୀ ସାଧନା ଓ ତ୍ୟାଗ ପାଇଁ ଅନ୍ନପୂର୍ଣ୍ଣାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରଯାଇଥିଲା । ଉକôଳ ବିଶ୍ୱବିଦ୍ୟାଳୟ ଓ କେରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଅନ୍ନପୂର୍ଣ୍ଣାଙ୍କୁ ପ୍ରଦାନ କରାଯାଇଥିଲା ।