Odisha news

କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କରିବା ପାଇଁ ଧ୍ୟାନ ରଖନ୍ତୁ ଏହିସବୁ କଥା

0

କୁମାର ପୂର୍ଣ୍ଣମୀ ପରେ କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଥାଏ l ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରିଥାନ୍ତି l ତେଣୁକରି କାର୍ତ୍ତିକ ମାସରେ ସକାଳୁ ଗାଧୋଇବା ଦ୍ୱାରା ମଙ୍ଗଳ ହୋଇଥାଏ l କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ୱ ରହିଛି l ଏହି ମାସର ସମସ୍ତ ଦିନରେ ମାତା ତୁଳସୀଙ୍କ ଆଗରେ ଘିଅଦୀପ ଲଗାଯାଇଥାଏ l ଏହା କୁହାଯାଇଛି ଯେ ମା ତୁଳସୀଙ୍କ ପୂଜୁଆ କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ l ଚନ୍ଦ୍ର ଓ ତାର ଆକାଶରେ ବିରାଜମାନ କରିଥିବା ସମୟରେ ମା ତୁଳସୀଙ୍କ ପୂଜା କରିବା ଦ୍ୱାରା ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ ଏହି ମାସରେର ତୁଳସୀଙ୍କର ବିଭାହ ମଧ୍ୟ ଆୟୋଜିତ କରାଯାଇଥାଏ l

କୁହ ଯାଇଛି ଯେ ତୁଳସୀ ବିଷ୍ଣୁଙ୍କର ପ୍ରିୟ ହୋଇଥିବା କାରଣରୁ ତୁଳସୀଙ୍କର ବିବାହ କାର୍ଯ୍ୟ ଏହି ମାସରେ କରାଯାଇଥାଏ ,ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ l ମା ତୁଳସୀଙ୍କ ସଧବା ନାରୀ ମାନେ ଶଙ୍ଖା ସିନ୍ଦୁର ଦେଇ ନିଷ୍ପାପ ଓ ପବିତ୍ର ମନରେ ପୂଜା କରିଥାନ୍ତି l ତୁଳସୀଙ୍କ ପୂଜା କରିବା ପାଇଁ କେତୋଟି ନିୟମକୁ ପାଳନ କରିବାକୁ ପଡିବ ସେଗୁଡିକ ହେଲା –

ଏହି କଥାର ଧ୍ୟାନ ରଖନ୍ତୁ ଯେ ଅଗାଧୁଆ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ l

କେବେବି ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ l

ପୂର୍ଣ୍ଣିମା ,ଅମାବାସ୍ୟା ,ଦ୍ୱାଦଶୀ ,ରବିବାର ଓ ସଂକ୍ରାନ୍ତି ଦିନ ଆଦୌ ତୁଳସୀ ପତ୍ର ଛିଡାଇବେ ନାହିଁ l ଯଦି ଆପଣ ପୂଜାପାଇଁ ଛିଡ଼ାଇବାକୁ ଚାହୁଁଛନ୍ତି ତେବେ ତାର ପୂର୍ବଦିନ ତୁଳସୀ ପତ୍ର ଛିଡ଼ାଇ ରଖନ୍ତୁ l

ଶ୍ରୀ ହରିଙ୍କର ତୁଳସୀ ପ୍ରିୟ ହୋଇଥିବା କାରଣରୁ ଛୁତିକିୟା ଓ ମୂର୍ତ୍ତିକୀୟା ସମୟରେ ତୁଳସୀ ପତ୍ର ସ୍ପର୍ଶ କରନ୍ତୁ ନାହିଁ l

କାର୍ତିକ ମାସରେ ଶ୍ରୀ ହରିଙ୍କୁ ପ୍ରତେକ ଦିନ ତୁଳସୀ ପତ୍ର ଚଢ଼ାଇଲେ ତାଙ୍କ କୃପା ଲାଭ ହୋଇଥାଏ l

ତୁଳସୀ ମାଙ୍କୁ କାର୍ତ୍ତିକ ମାସରେ ଗୋଟିଏ ବୋହୁ ବେଶରେ ସଜାଇ ରଖିବା ଦ୍ୱାରା ଘରର ଆର୍ଥିକ ଅବସ୍ଥା ଦୂର ହୋଇଥାଏ l

Nalco
Leave A Reply