ଅନୁଗୁଳ: ରେଙ୍ଗାଳି ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା ଠାରୁ ଜଳ ସ୍ତର ବଢ଼ୁ ଥିବାରୁ ଗୋଟିଏ ଗେଟ ଖୋଲା ଯାଇଛି । ଆବଶ୍ୟକ ପଡିଲେ ଆଉ ଗେଟ ଖୋଲିବାକୁ କର୍ତୃପକ୍ଷ ନିଷ୍ପତି ନେଇଛନ୍ତି । ବର୍ତମାନ ରେଙ୍ଗାଳି ଜଳଭଣ୍ଡାର ଜଳସ୍ତର ୧୨୧.୩୯ ମିଟର ଅଛି ଓ ଏହାର ସମ୍ପୁର୍ଣ୍ଣ ଜଳଧାରଣ ସ୍ତର ୧୨୩.୫୦ ମିଟର ଏବଂ ଏହାର ସର୍ବୋଚ୍ଚ ଜଳଧାରଣ ସ୍ତର ୧୨୫.୪୦ ମିଟର ।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୪୧୨ ଘନ ମିଟର ଜଳ ପ୍ରବେଶ କରୁଛି ଏବଂ ପାୱାର ହାଉସ ଦ୍ୱାରା ପ୍ରତି ସେକେଣ୍ଡକୁ ୬୭୭ ଘନ ମିଟର ଜଳ ନିଷ୍କାସିତ ହେଉଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଗେଟ ଖୋଲା ଯାଇଛି । ରେଙ୍ଗାଳି ବନ୍ଧର ନିମ୍ନ ଭାଗରେ ବାସ କରୁଥିବା ଜନସାଧାରଣଙ୍କୁ ସତର୍କ ସୂଚନା ଦିଆଯାଇଛି । ଗୋଟିଏ ଗେଟ ଦ୍ୱାରା ଆଉ ଅତିରିକ୍ତ ୧୨୫୦ ଘନ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।