Odisha news

ବରିଷ୍ଠ ବିଜେଡି ନେତା ଗୋବିନ୍ଦ ସ୍ୱାଇଁଙ୍କ ପରଲୋକରେ ଶୋକସଭା

0

ଅନୁଗୁଳ: ଆଜି ବାସନ୍ତୀ ଦୁର୍ଗାପୂଜା ପଡିଆରେ ଓଡିାା ମୋ ପରିବାର ପକ୍ଷରୁ ବରିଷ୍ଠ ବିଜେଡି ନେତା ଗୋବିନ୍ଦ ମୋହନ ସ୍ୱାଇଁଙ୍କ ପରଲୋକରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ଗୋବିନ୍ଦ ମୋହନ ସ୍ୱାଇଁଙ୍କ ପରଲୋକରେ ଭାବପୂର୍ଣ୍ଣ ଶ୍ରଦ୍ଧାଜଂଳୀ ଅର୍ପର କରାଯାଇ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ସ୍ୱର୍ଗତ ସ୍ୱାଇଁଙ୍କର ଘର ଅମଲାପଡା । ସେ ଅନୁଗୁଳ ଏନଏସିର କାଉନସିଲର ଏଲଡି ବ୍ୟାଙ୍କ ସଭାପତି ଏବଂ ପରିବେଶବିତ୍ ଭାବେ ପରିଚିତ ଥିଲେ । ଅନୁଗୁଳ ସହର ପିଟିସ କଲୋନୀ ତଥା ଅନ୍ୟାନ୍ୟ ସ୍ଥାନରେ ବହୁ ଔଷଧୀୟ ବୃକ୍ଷ ଲଗାଇ ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଏହି ଶୋକସଭାରେ ଆଇନଜୀବୀ ପ୍ରଦୀପ କୁମାର ଦେବତା, ରବି ମହାରଣା, ସନ୍ତୋଷ ଦାସ, ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ଚନ୍ଦନ ସାହୁ, ଚନ୍ଦ୍ର ପ୍ରଧାନ, ଦିପୁ ସାହୁ, ମନୋଜ ଦାସ, ସମାଜସେବୀ ପ୍ରତାପ ମହାପାତ୍ର, କୁଲୁ ମହାନ୍ତି, ଟୁଟୁ ପ୍ରଧାନ, ଜାମୁନାଳୀ ସରପଚଂ ପ୍ରମିଳା ନାୟକ, ପ୍ରମୁଖ ଯୋଗଦେଇଥିଲେ ।

Nalco
Leave A Reply