ବନ୍ତଳା: ଅନୁଗୁଳ ବ୍ଲକ ବାରଗଣିଆ ପଚାଂୟତ କଲେଇପଦା ଗ୍ରାମର ଅହଲ୍ୟା ମୁଖୀ (୬୨) ଅତି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ସରକାରୀ ଯୋଜନା ସତେ ଯେମିତି ତାଙ୍କ ପାଇଁ ସାତ ସପନ । ସ୍ୱାମୀ ବାନାମ୍ବର ମୁଖୀ ପ୍ରାୟ ଦୁଇ ବର୍ଷ ହେବ ଆର ପାରିକୁ ଚାଲି ଗଲେଣି । ଗୋଟିଏ ବୋଲି ପୁଅ ଅର୍ଜୁନ ମୁଖୀ ମଧ୍ୟ ୧୦ ବର୍ଷ ହେବ ଚାଲିଗଲେଣି । ବୋହୁ ନାତୁଣୀ କୁ ନେଇ ନିଜ ବାପ ଘରକୁ ପଳାଇଛନ୍ତି । ସରକାରୀ ସାହାଯ୍ୟ କହିଲେ କେବଳ ମାସକୁ ୫ କିଲୋ ଚାଉଳ ।
ତେବେ ଏହି ବୃଦ୍ଧା ଙ୍କ ଜୀବନ ସଂଘର୍ଷର କାହାଣି ସମୟ ଖବର କାଗଜରେ ପ୍ରକାଶିତ ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସୁଦୂର କୁୱେତ ରୁ ଜଣେ ଯୁବକ ହାତ ବଢ଼ାଇଛନ୍ତି । ବିଦେଶ ରେ ଥାଇ ମଧ୍ୟ ନିଜ ଜନ୍ମ ମାଟି କୁ ଭୁଲି ପାରିନାହାଁନ୍ତି । ନିଜ ଅଚଂଳର ଗରିବ ଦୁଃଖୀ ଙ୍କ ଦୁଃଖକୁ ହୃଦୟଙ୍ଗମ କରି ସାହାଯ୍ୟ ର ହାତ ବଢ଼ାଇଛନ୍ତି ।
ଏହି ଓଡିଆ ଯୁବକ ବୃଦ୍ଧାଙ୍କୁ ୨୫ କେ.ଜି ଚାଉଳ, ୫ କିଲୋ ଡାଲି, ସହିତ ରାସନ ସାମଗ୍ରୀ, ୨ଟିଲୁଗା, ୨ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ଅନ୍ୟପଟେ ସରକାରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଗରିବ ନିଃସହାୟ ଏହି ବୃଦ୍ଧା ଜଣଙ୍କ ବିଧବା ଭତା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ ଦୁଃଖ ବୁଝିନଥିଲେ । ପରେ ଫେସବୁକ ପେଜରୁ ଖବର ପାଇ କୁୱେତ ର ଏକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ନନ୍ଦପୁର ପଚାଂୟତ ମଧୁପୁର ଗ୍ରାମର ଗିରିଶ ଚନ୍ଦ୍ର ପ୍ରଧାନ ସ୍ତାନୀୟ ଜଣେ ଯୁବକ ଙ୍କ ବ୍ୟାଙ୍କ ଆକାଉଟଂକୁ ଟଙ୍କା ପଠାଇଥିଲେ । ସେହି ଟଙ୍କାରେ ଗରିବ ବୃଦ୍ଧା ଅହଲ୍ୟା ଙ୍କୁ ସାହାଯ୍ୟ କରାଯାଇଛି । ଗିରିଶ ଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ଓ ଅଚଂଳବାସୀ ମାନେ ପ୍ରଶଂସା କରିଛନ୍ତି ।
