Odisha news

ତାଳଚେର ସହରରେ ପରମ୍ପରା ଭାଙ୍ଗିଲା ଐତିହାସିକ ଗଣେଶ ପୂଜା

0

ତାଳଚେର: ବିଶ୍ୱ ମହାମାରୀ କରୋନା ଓ ପ୍ରଶାସନିକ ଇଛା ଶକ୍ତିର ଅଭାବରୁ ୭୫ ବର୍ଷରୁ ଉଦ୍ଧ୍ୱର୍ ତାଳଚେର ସହରରେ କ୍ରମାଗତ ଭାବେ ହୋଇ ଆସୁଥିବା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପରମ୍ପରା ଆଜି ଧୂଳିସାତ୍ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ମାଳମାଳ ଗଣେଶ ପୂଜା ମେଢ଼ ସହ ରଙ୍ଗୀନ ଆଲୋକ ମାଳା ରେ ଝଲସି ଉଠୁଥିବା ଆଜି ହୋଇ ଯାଇଛି ନିସ୍ତବ୍ଧ । ଯାହା ଆଖି ଉଠିଲା ଦିନରୁ ଦେଖିବାକୁ ମିଳି ନଥିଲା । ତାଳଚେର ସହର ରାଜା ରାଜୁଡା ସମୟରୁ ରହିଥିବା ଘୋଡାଶାଳ ଠାରୁ ଆରମ୍ଭ କରି ହାଣ୍ଡିଧୂଆଁ ଛକ ପର୍ଯ୍ୟନ୍ତ ୫ କିଲୋମିଟର ବ୍ୟାପୀ ରାସ୍ତାର ଉଭୟ ପାଶ୍ୱର୍ରେ ୭୦ରୁ ୮୦ ପୂଜା ମଣ୍ଡପ ଶୋଭା ପାଇଥାଏ । ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ ଲାଗି ରହିଥାଏ । ଏପରିକି ପୁଲିସ ପ୍ରଶାସନ କୁ ନାକେଦମ ହେବାକୁ ପଡିଥାଏ ।

ତେବେ ଏଠାରେ ଉଲ୍ଲ୍ଖେଯୋଗ୍ୟ ଯେ, ଜନବସତିପୂର୍ଣ୍ଣ ବହୁ ପୁରାତନ ତାଳଚେର ସହର ଓ ଉକ୍ତ ରାସ୍ତା ଭୂଗର୍ଭରୁ ଅପର୍ଯ୍ୟପ୍ତ କୋଇଲା ଉତୋଳନ ପରେ ଫାଙ୍କା ଥିବା ସେହି ଭୂଗର୍ଭସ୍ଥ ସ୍ଥାନ ମାନଙ୍କରେ ଆବଶ୍ୟକ ବାଲି ଭର୍ତି କରାଯାଇ ନଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସେହି ଅଚଂଳରେ ଏହି ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶ ପୂଜା କେଉଁ ଆବାହନ ଅମଳରୁ ପରମ୍ପରାଗତ ଭାବେ ଚାଲି ଆସୁଛି । ଫଳରେ ଆଧ୍ୟାତ୍ମିକ ଚେତନାଶୀଳ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପୁରୁଷାନୁକ୍ରମେ ବିଘ୍ନ ବିନାଶକ ଗଣେଶ ପୂଜା ମେଢ଼ ହୋଇ ଆସୁଥିବାରୁ କୋ÷ଣସି ଅଘଟଣ ଘଟୁନାହିଁ ବୋଲି ମତବ୍ୟକ୍ତ କରି ଥାଆନ୍ତି ଏବଂ ଏହାକୁ ସ୍ୱୀକାର କରି ଆସୁଛନ୍ତି ଆଜିର ପିଢ଼ି ।

ତେବେ ଆଜି ତାଳଚେର ଅଚଂଳରେ କୋଭିଡ୍ ନିୟମ ମାନି ଅନୁଷ୍ଠାନ, ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବଜାର, ସାହି, ବସ୍ତି ଗୁଡିକରେ ନିରାଡମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଯାଇଛି । ନାହିଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ନାହିଁ ଆଧ୍ୟାତ୍ମିକ ବ୍ୟକ୍ତି ମହଲରେ ସରସ ଏପରି ସ୍ଥଳେ ଆଗାମୀ ଦିନରେ କଣ ହେବ ଭାଗ୍ୟ ଭବିଷ୍ୟତ ସେହି ବିଘ୍ନ ନାଶକ କହିବେବୋଲି ସାଧାରଣରେ ଆଲୋଚନା ହେଉଛିା

Nalco
Leave A Reply