ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ବନଦୁର୍ଗା ମନ୍ଦିର ନିକଟରେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବନ୍ତଳା ପୁଲିସ । ଘଟଣାରୁ ପ୍ରକାଶ ଯେ, ଗତ ମାସ ୨୪ ତାରିଖରେ ଧୋକୁଟା ବନଦୁର୍ଗା ମନ୍ଦିର ନିକଟରେ ଏକ ମୃତ ଦେହ ପଡିଥିବା ଦେଖି କିଛି ଲୋକ ବନ୍ତଳା ଥାନାକୁ ଖବର ଦେଇଥିଲେ । ଖବର ପାଇ ବନ୍ତଳା ଭାରପ୍ରାପ୍ତ ଅଧିକାରିଣୀ ଗୀତାଜଂଳୀ ସାହୁ, ଏସଡିପିଓ ଅଶ୍ୱିନୀ ସାହୁ, ସାଇଟିଂଫିକ ଟିମ, ଡ୍ରଗ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ମୃତ ବ୍ୟକ୍ତି ବାଳୁଅକଟା ଗାଁର ରୂପଡିହ ସାହିର ବିକାଶ ଦେହୁରୀ (୨୭) ବୋଲି ଜଣାପଡିଥିଲା । ବନ୍ତଳା ପୁଲିସ ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରି ସିସିଟିଭି ଫୁଟେଜ ଓ ମୋବାଇଲ କଲ ରେକର୍ଡକୁ ତନ୍ନ ତନ୍ନ କରି ଖୋଜିବା ପରେ ଆଜି ଦୁଇ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ବିକାଶ ଦେହୁରୀ ନିଶା ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀରେ ଖାନ କନଷ୍ଟ୍ରକସନରେ ଗ୍ୟାସ କଟର ଭାବରେ କାର୍ଯ୍ୟରତ ଥିଲା । ବିକାଶ କମ୍ପାନୀର ନିକଟତର ହୋଇ ନିଜର ଅକ୍ତିଆର ଦେଖାଉଥିବା ବେଳେ ବଡକେରଜାଙ୍ଗ ଗ୍ରାମର ଶିବାନନ୍ଦ ସାହୁ (୨୩) ଙ୍କ ସହ ବାରମ୍ବାର ଝଗଡା ସହ ଗାଳିଗୁଲଜ ହୋଇଥାଏ । ଶିବାନନ୍ଦ ମଧ୍ୟ ଖାନ କମ୍ପାନୀରେ ଗ୍ୟାସ କଟର ଭାବରେ କାମ କରେ । ଦୁହିଁଙ୍କ ମଧ୍ୟରେ ତିକ୍ତତା ଏତେ ବଢ଼ି ଯାଇଥିଲା ଯେ, ବିକାଶକୁ ଜୀବନରୁ ମାରିଦେବା ପାଇଁ ସ୍ଥିର କରିଥିଲା । ଘଟଣାର ୩ ଦିନ ପୂର୍ବରୁ ଶିବାନନ୍ଦ ୧୩ ଉଚଂର ଏକ ଛୁରୀ ୭୦ ଟଙ୍କା ଦେଇ ଆଣି ପାଖରେ ରଖିଥିଲା । ଫୋନ ଦେବା ବାହାନା କରି ୨୪ ତାରିଖ ସକାଳ ସମୟରେ ବନ୍ତଳା ଆସିବା ପାଇଁ ଶିବାନନ୍ଦ ଫୋନ କରିଥିଲା । ମୁଁ ପହଁଚୁଛି ବୋଲି ବିକାଶ କହିଥିଲା । ଶିବାନନ୍ଦ ଓ ତାର ସହଯୋଗୀ ଲକ୍ଷ୍ମଣ ସାହୁ (୧୯)କୁ ଧରି ମୋଟରସାଇକେଲ ଯୋଗେ ପ୍ରଥମେ ନିଜ ମାଉସୀ ଘରକୁ ସକାଳ ୯ ଘଟିଂକା ସମୟରେ ଯାଇ ସେଠାରେ କିଛି ସମୟ ରହି ବନ୍ତଳାରେ ଥିବା ବିଦେଶୀ ମଦ ଦୋକାନ ପାଖରେ ପହଁଚିଥିଲେ । ସେଠାରେ ବିକାଶ ଆଗରୁ ଆସି ଅପେକ୍ଷାରେ ଥିଲା ।
ମଦ ଦୋକାନରୁ ବିକାଶ ନିଜେ ଟଙ୍କା ଦେଇ ମଦ କିଣିଥିଲା । ପାଖରେ ଏକ ଦୋକାନରୁ ପାଣି ବୋତଲ ଓ ଅନ୍ୟାନ୍ୟ ଜିନିଷ କିଣି ବିକାଶ ଆଣିଥିବା ଗାଡି ମଦ ଦୋକାନ ସମ୍ମୁଖରେ ଛାହି ଶିବାନନ୍ଦ ଓ ଲକ୍ଷ୍ମଣ ଆଣିଥିବା ମୋଯସାଇକେଲ ଯୋଗେ ଧୋକୁଟା ଦୁର୍ଗା ମନ୍ଦିର ସମ୍ମୁଖରେ ମଦ୍ୟପାନ କରିଥିଲେ । ଘରକୁ ବାହାରିବା ବେଳକୁ ଶିବାନନ୍ଦ ପ୍ରଥମେ ଧରିଥିବା ଛୁରୀ ସାହାଯ୍ୟରେ ଛାତିକୁ ପ୍ରହାର କରିଥିଲା । ତଳେ ବିକାଶ ପଡିଯିବା ପରେ ଲକ୍ଷ୍ମଣ ସାହୁ ତାର ଜଂଘ ମଝିରେ ବସି ଧରିଥିଲା । ଶିବାନନ୍ଦ ବିକାଶର ବେକକୁ କାଟିଥିଲା ଗତ କାଲି ବନ୍ତଳା ପୁଲିସ ଉପସ୍ଥିତିରେ ଏକ ଡେମୋ ପ୍ରସ୍ତୁତ କରାଯାଇ ଆଜି ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୪, ୩୦୨ ଦଫା ରୁଜୁ କରି କୋର୍ଟ ଚାଲାଣ କରିଥିବା ବନ୍ତଳା ଭାରପ୍ରାପ୍ତ ଅଧିକାରିଣୀ ଗୀତାଜଂଳୀ ସାହୁ ସୂଚନା ଦେଇଛନ୍ତି ।
