ଅନୁଗୁଳ: ଶିମିଳିପଡା ‘ଦି ମେଡିକସ’ କାର୍ଯ୍ୟାଳୟରେ ସହିଦ ମାନସ ରଜଂନ ସ୍ମୃତି ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୋ÷ରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କରୋନା ଆରମ୍ଭ ହେବାର ପ୍ରଥମ ୩ ମାସ ମଧ୍ୟରେ ପୋ÷ରପାଳିକା ପକ୍ଷରୁ ଗରିବ, ଅସହାୟ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଟଂନ ଉପରେ ଆଲୋକପାତ କରିଥିଲେ । ଅନୁଗୁଳରେ ଖୁବ୍ ଶିଘ୍ର ରାତ୍ରକାଳୀନ ଆଶ୍ରୟସ୍ଥଳୀ ନିର୍ମାଣ ଆରମ୍ଭ ହେବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିରୂପେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ କରୋନା ସମୟରେ ଏନଜିଓ ଗୁଡିକର ଗୁରୁ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ । କାଳାକାର ସଂଗଠନର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କରୋନାର ମୁକାବିଲା ପାଇଁ କେବଳ ସରକାର ନୁହେଁ ଜନ ସାଧାରଣ ମଧ୍ୟ ବିଶେଷ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପାଉଁଶ ଇଟା ନିର୍ମାତା ଉପ ସଭାପତି ଅଜୟ କୁମାର ଦଳବେହେରା ଏବଂ ସହିଦ ମାନସଙ୍କ ପରିବାର ପକ୍ଷରୁ ମନୋଜ କୁମାର ସାହୁ ଯୋଗ ଦେଇ କାର୍ଗିଲ ଯୁଦ୍ଧରେ ମାନସଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ କରୋନା ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଉଲ୍ଲ୍ଖେନୀୟ କାର୍ଯ୍ୟ ନିମନ୍ତେ ଅନୁଗୁଳ ଜିଲ୍ଲା ଟାଇକୁଣ୍ଡ ଆସୋସିଏସନ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାର୍ମାସିଷ୍ଟ ଅକ୍ଷୟ କୁମାର ବିଶ୍ୱାଳ, ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ, ସିରିଡି ସାଇ ଆତ୍ମ ଦର୍ଶନ ଚ୍ୟାରିଟେବୁଲ ଟ୍ରଷ୍ଟ, ଜିଲ୍ଲା ପାଉଁଶ ଇଟା ନିର୍ମାତା ଏବଂ ‘ଦି ମେଡିକସ’ କୁ ଅତିଥି ମାନେ ସମ୍ବର୍ଦ୍ଧିିତ କରିଥିଲେ । ସେହିଭଳି ରକ୍ତଦାନ ଶିବିର ଆୟୋଜକ କ୍ଷେତ୍ରରେ ଉକ୍ରର୍ଷତା ପାଇଁ ଆମ ଓଡ଼ିଶା ସଂଗଠନକୁ ସମ୍ବର୍ଦ୍ଧିିତ କରାଯାଇଥିଲା । ସାହିତ୍ୟରେ କରୋନା ସଚେତନତା ପାଇଁ ଲେଖକ ସଂଗ୍ରାମ କେଶରୀ ପୃଷ୍ଟି ଙ୍କୁ ସ୍ୱତନ୍ତ୍ର ଶୁକଦେବ ବିଶ୍ୱାଳ ସ୍ମାରକୀ ପୁରଷ୍କାର ପ୍ରଦାନ କରାଯାଇଥିଲା । ସମାରୋହରେ ସଭାପତିତ୍ୱ କରି ସ୍ୱେଚ୍ଛାସେବୀ ପ୍ରତାପ କୁମାର ମହାପାତ୍ର ଅନୁଗୁଳରେ ଏକ ସହିଦ ସ୍ମୃତିପୀଠ ନିର୍ମାଣ ଉପରେ ଆଲୋକପାତ କରିଥିଲେ । ପର୍ଶୁରାମ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନୀରୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
