ଅନୁଗୁଳ : କରୋନା ସଂକ୍ରମଣର ସତର୍କତାକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା , ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ କରୋନା କୋଭିଡ୍ ହୋମ୍
ଅନୁଗୁଳ: ସଂମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ନିୟନ୍ତ୍ରଣ ନିମନ୍ତେ ଗତକାଲି ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ କେତୋଟି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀ ମାନେ ମାସ୍କ ପିନ୍ଧିବା ସହ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ନିୟମାବଳୀ ସମ୍ପର୍କରେ ସମସ୍ତ କର୍ମଚାରୀ ମାନଙ୍କୁ ଅବଗତ କରାଯିବ ।
ଜିଲ୍ଲା କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସୁଥିବା ଲୋକ ମାନଙ୍କୁ ଅତି ଜରୁରୀ କାର୍ଯ୍ୟ ନଥିଲେ କାର୍ଯ୍ୟାଳୟକୁ ନ ଆସିବାକୁ ବାହାରେ ଏକ ହେଲ୍ପ ଡେକ୍ସ ମାଧ୍ୟମରେ ଅବଗତ କରାଯିବ । କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ପ୍ରତି ପଚାଂୟତରେ ଅତି କମ୍ରେ ୨ରୁ ୩ଟି କରୋନା କୋଭିଡ୍ ହୋମ୍ ପ୍ରତିଷ୍ଠା କରାଯିବ । ସର୍ଦ୍ଦି, କାଶ ଓ ଥଣ୍ଡାରେ ପିଡିତ ବ୍ୟକ୍ତି ମାନଙ୍କୁ ଏଠାରେ ରଖାଯାଇ ସ୍ୱାବ୍ ସଂଗ୍ରହ କରାଯିବ । ଘରୋଇ ହସ୍ପିଟାଲ ଗୁଡିକରେ କରୋନା କର୍ଣ୍ଣରର କାର୍ଯ୍ୟକାରିତା ଓ କୋଭିଡ୍ ପ୍ରୋଟୋକଲ ପାଳନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।
ଉପ-ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିୟମିତ ଏହି ଘରୋଇ ହସ୍ପିଟାଲ ଗୁଡିକୁ ପରିଦର୍ଶନରେ ଯାଇ ଯାଚଂ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ଯୋଦ୍ଧା ମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ଯଦ୍ୱାରା ସେମାନେ ନିରାପଦରେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସମସ୍ତ ବିଭାଗ କରୋନା କୋଭିଡ୍-୧୯ରେ ସାମିଲ ହୋଇ ନିଜ ଦାୟିତ୍ୱ ନିର୍ବାହ କରକିବାକୁ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ବିନା ଅନୁମତିରେ କୋଣସି ସରକାରୀ ହେଡକ୍ୱାର୍ଟର ଛାଡି ପାରିବେ ନାହିଁ । ଏହାଛଡା କୋ÷ଣସି କର୍ମଚାରୀ ଭୁବନେଶ୍ୱର ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଜିଲ୍ଲ ।ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥିଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ ମାନେ ଉପସ୍ଥିତ ଥିଲେ ।