Odisha news

ଅନୁଗୁଳ : ତୈଳ ଦର ବିରୋଦ୍ଧରେ ସିଟୁ ପରିବହନ ଶ୍ରମିକ ଙ୍କ ବିକ୍ଷୋଭ

0

ଅନୁଗୁଳ: ଅନୁଗୁଳ ବସ୍ଷ୍ଟାଣ୍ଡ ଠାରେ ସିଟୁ ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ପରିବହନ ଶ୍ରମିକ ସଂଘର ସଭାପତି ଉପେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ପେଟ୍ରୋଲ୍-ଡିଜେଲର ଅତ୍ୟଧିକ ଦରବୃଦ୍ଧି ବିରୁଦ୍ଧରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପ୍ରତ୍ୟେକ ପରିବହନ ଶ୍ରମିକ ମାନଙ୍କୁ ପଜିଂକରଣ କରିବା ପାଇଁ ନିର୍ମାଣ ଶ୍ରମିକ ଢ଼ାଚାଂରେ କଲ୍ୟାଣ ବୋର୍ଡ ଗଠନ କରି ପରିବହନ ଶ୍ରମିକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ।

ଏତଦ୍ ବ୍ୟତୀତ କରୋନା ସମୟରେ କାର୍ଯ୍ୟ ହରାଇଥିବା ପରିବହନ ଶ୍ରମିକ ମାନଙ୍କୁ ମାସିକ ସର୍ବ ନିମ୍ନ ଟ.୭,୫୦୦/-ଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଅର୍ଥ ରାଶି ଯୋଗାଇ ଦିଆଯାଉ, ସେମାନଙ୍କ ପରିବାରକୁ ମୁଣ୍ଡପିଛା ୧୦ କେ.ଜି ଲେଖାଏଁ ଚାଉଳ/ଗହମ ଯୋଗାଇ ଦିଆଯାଉ, କାର୍ଯ୍ୟରତ ପରିବହନ ଶ୍ରମିକ ମାନଙ୍କୁ ଜଣ ପିଛା ୫୦ ଟଙ୍କା ଲେଖାଏଁ ବୀମାଭୁକ୍ତ କରାଯାଉ, କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ପରିବହନ ଶ୍ରମିକର ପରିବାରକୁ ୨ କୋଟି ଟଙ୍କା ମୃତ୍ୟୁକାଳୀନ କ୍ଷତି ପୂରଣ ଯୋଗାଇଦେବା ସହିତ ପେଟ୍ରୋଲ-ଡିଜେଲର ଲିଟର ପିଛା ଅତି କମ୍ରେ ଟ.୨୦.୦୦ଙ୍କା କମ୍ କରାଯାଉ । ଉକ୍ତ ସମାବେଶରେ ସଂଘର ଆଇନ୍ ପରାମର୍ଶଦାତା ବସନ୍ତ ପଟ୍ଟନାୟକ (ଆଇନ୍ଜିବୀ), ସଂଘର ସାଧାରଣ ସମ୍ପାଦକ ସରୋଜ ଗଡନାୟକ, ଉଦୟ ପାଢ଼ୀ, ଟିକନ ନାୟକ, ବିଜୟ ପାତ୍ର, ମଦନ ସ୍ୱାଇଁ, କାଳିଆ ମୁଦୁଲି, ଅମୂଲ୍ୟ ମୁଦୁଲି, ଗୋପବନ୍ଧୁ ନାଏକ ଓ ପ୍ରମୋଦ ମହାପାତ୍ର ଆଦି ଉପସ୍ଥିତ ଥିଲେ ।

Leave A Reply